ସବୁ ସମୟ ଖବର ସାଥିରେ

ସିନ୍ଦୁର (Sindura) ପିନ୍ଧିବା ବେଳେ କୁହନ୍ତୁ ଏହି ମନ୍ତ୍ର,ଆପଣ ହେଇଯିବେ ସୌଭାଗ୍ୟବତି ଓ ମିଳିବ ମନ ର ସବୁ ଆଶା,ଧନ ସମ୍ପତି ର ହେବ ନାହିଁ ଅଭାବ…

0 261

ଆପଣ ମାନେ ସମସ୍ତେ ଜାଣିଥିବେ ଜଣେ ଝିଅ ବିବାହ କରି ସାରିବା ପରେ ତାଙ୍କ ସ୍ୱାମୀ ସବୁକିଛି ହିଁ ହୋଇଥାଏ। ବିବାହ କରିବା ସାରିବା ପରେ ତାଙ୍କ ମଥାର ସିନ୍ଦୁର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ତେବେ ସିନ୍ଦୁର ପିନ୍ଧିବା ସମୟରେ କହି ଦିଅନ୍ତୁ ଏହି ଏକ ମନ୍ତ୍ର।ମିଳିଯିବ ସୌଭାଗ୍ୟବତୀ ର ବରଦାନ।ସିନ୍ଦୁର ଏକ ପବିତ୍ର ଜିନିଷ ଅଟେ।ହିନ୍ଦୁ ଧର୍ମରେ ଜଣେ ନାରୀ ପାଇଁ ସିନ୍ଦୁର ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।ବିବାହ କାର୍ଯ୍ୟରେ ସିନ୍ଦୁର କୁ ଶ୍ରେଷ୍ଠ ମାନ୍ୟତା ପ୍ରଦାନ କରାଯାଇଛି।ହିନ୍ଦୁ ଧର୍ମରେ ମହିଳା ମାନଙ୍କ ସିନ୍ଦୁରରୁ ହିଁ ଜଣା ଯାଏ ଯେ ସେ ସଧବା ନାରୀ କିମ୍ବା ବିଧବା ନାରୀ।

ଏଥିପାଇଁ ଏହି ସିନ୍ଦୁରକୁ ନାରୀ ମାନେ ନିଜ ସ୍ୱାମୀର ଦୀର୍ଘାୟୁ କାମନା କରି ନାରୀ ମାନେ ପିନ୍ଧିଥାନ୍ତି।କୁହାଯାଇଥାଏ ଯେ ଯେଉଁ ନାରୀ ଯେତେବେଳେ ଲମ୍ବା ସିନ୍ଦୁର ଲଗାଇଥାନ୍ତି ତାଙ୍କ ସ୍ୱାମୀଙ୍କ ଆୟୂଷ ସେତେ ଲମ୍ବା ହୋଇଥାଏ।କୁହାଯାଏ ଯେ ପବନ ପୁତ୍ର ହନୁମାନ ତାଙ୍କ ମାଆଙ୍କୁ ପଚାରିଥିଲେ ଯେ ମାଆ ତୁମେ କାହିଁକି ମଥାରେ ସିନ୍ଦୁର ଲଗାଉଛ।ଏହାର ଉତ୍ତରରେ ମାତା ହନୁମାନଙ୍କୁ କହିଥିଲେ ସ୍ୱାମୀଙ୍କ ଲମ୍ବା ଆୟୁଷ ପାଇଁ ସେ ସିନ୍ଦୁର ପିନ୍ଧୁଛନ୍ତି।ଯିଏ ଯେତେ ଅଧିକ ସିନ୍ଦୁର ପିନ୍ଧିଥାଏ ତାଙ୍କ ସ୍ବାମୀର ସେତେ ଅଧିକ ଆୟୁଷ ବୃଦ୍ଧି ହୋଇଥାଏ।


ଏହାପରେ ଭଗବାନ ହନୁମାନ ତାଙ୍କ ମାତାଙ୍କ କଥାରେ ପ୍ରଭାବିତ ହୋଇଥିଲେ।ଭଗବାନ ହନୁମାନ ନିଜ ସମ୍ପୂର୍ଣ୍ଣ ଶରୀରରେ ସିନ୍ଦୁର ବୋଳି ହୋଇଥିଲେ କାରଣ ପ୍ରଭୁ ହନୁମାନ ଭଗବାନ ରାମଚନ୍ଦ୍ରଙ୍କୁ ନିଜର ସ୍ୱାମୀ ବୋଲି ଭାବିଥାନ୍ତି।ଏବେ ବିଜେ ମଧ୍ୟ ଭଗବାନ ହନୁମାନଙ୍କୁ ସିନ୍ଦୁରର ଅଭିଷେକ କରାଯାଇଥାଏ।ଆଜି ଆମେ ସିନ୍ଦୁର ପିନ୍ଧିବାର କିଛି ସଠିକ ନିୟମ ବିଷୟରେ ଜାଣିବା।ପ୍ରତ୍ୟେକ ନାରୀ ମାନେ ସିନ୍ଦୁରକୁ ସିଂଥିର ମଧ୍ୟ ଭାଗରେ ଲଗାଇବା ଉଚିତ ଅଟେ।ଏହାଦ୍ବାରା ସ୍ୱାମୀ ଦୀର୍ଘାୟୁ ହୋଇଥାନ୍ତି ଏବଂ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଖୁବ ମଜବୁତ ହୋଇଥାଏ।କିଛି ମହିଳା ସିନ୍ଦୁରକୁ କେଶ ମଧ୍ୟରେ ଲୁଚାଇ ରଖନ୍ତି ଯାହାକି ଅନୁଚିତ ହୋଇଥାଏ।

ଏହି ଭଳି ମହିଳା ମାନଙ୍କ ସ୍ୱାମୀ ସମାଜରେ ମାନ ସ୍ନମାନର ହାନି ହୋଇଥାନ୍ତି।ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥାଏ ଏବଂ ଦୂରତ୍ୱ ବୃଦ୍ଧି ପାଇଥାଏ।ଏହା ସହିତ ସର୍ବଦା ଝଗଡା ଲାଗିଥାଏ।ସିନ୍ଦୁର ବହୁତ ପବିତ୍ର ହୋଇଥାଏ ସେଥିପାଇଁ ଅପବିତ୍ର ଦିନରେ ସିନ୍ଦୂର ପିନ୍ଧିବା ଠିକ ହୋଇ ନଥାଏ।ଯେମିତିକି ମହିଳା ମାନଙ୍କ ମାସିକ ଋତୁସ୍ରାବ ସମୟରେ ସିନ୍ଦୁର ପିନ୍ଧିବା ଉଚିତ ହୋଇ ନଥାଏ।ପିଲା ଜନ୍ମ କରିବାର ୧୨ ଦିନ ପର୍ଯ୍ୟନ୍ତ ମଧ୍ୟ ସିନ୍ଦୂର ପିନ୍ଧିବା ଉଚିତ ହୋଇନଥାଏ।ଘରେ ଠାକୁର ପୂଜା କରୁଥିବା ମହିଳା ପୂଜା କରିବାର ପୂର୍ବରୁ ଏବଂ ପରେ ସିନ୍ଦୁର ଲଗାଇ ପାରିବେ।କିନ୍ତୁ ଓଷା ବ୍ରତ ଆଦି ସମୟରେ ସଜବାଜ ହୋଇ ସିନ୍ଦୁର ଲଗାଇ ପୂଜା କରିବା ଉଚିତ।