ସବୁ ସମୟ ଖବର ସାଥିରେ

Shocking Video – ଦୁଇ ଲକ୍ଷରେ ବିକ୍ରି ହୋଇଗଲେ ନବ ବଧୂ…ବିଶ୍ବାସ ନହେଲେ ବି ସତ ଦେଖନ୍ତୁ viral ଭିଡିଓ

0 94

ବର୍ତ୍ତମାନର ଏହି 21st ସେଞ୍ଚୁରୁରେ ବିଶ୍ଵ ର ପ୍ରାୟ ସମସ୍ତ ଦେଶ ନିଜକୁ ଏକ ବିକାଶର ପଥରେ ଗତି କରିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଟେକନୋଲୋଜି ର ଦୁନିଆଁ ରେ ନାରୀ ମାନଙ୍କ ପ୍ରତି କେଉଁଠି ବି ଅର୍ଥାତ କୌଣସି ବି ଦେଶ ରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି । ସେ ନାରୀ ଜଣଙ୍କ ବିଦ୍ୟାଳୟ , ମହାବିଦ୍ୟାଳୟ ର ଛାତ୍ରୀ ହେଉକି ,ଘରେ ରହୁଥିବା ଏକ ସାଧାରଣ ବର୍ଗର ଝିଅ ହେଉ ,ସବୁ ସ୍ଥାନରେ କେବଳ ବନ୍ଧନ ହିଁ ବନ୍ଧନ। କଣ ତାର ଗୋଟିଏ ମାତ୍ର ଭୁଲ କି ସେ ଜଣେ ନାରୀ ଅଟେ ବୋଲି ।

ତେବେ ବର୍ତ୍ତମାନ ଏହିଭଳି ଏକ ଘଟଣା ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହା ଜାଣିଲେ ଆପଣ ଙ୍କର ମୁଣ୍ଡ ଲଜ୍ୟା ରେ ତଳ କୁ ହୋଇଯିବ। ତେବେ ଏହି ଘଟଣା ଟି ଥିଲା ବାଲେଶ୍ଵର ଜିଲ୍ଲା ର ସଦରଥାନା ର ଜଣେ ଯୁବତୀ ଙ୍କର।ତେବେ ଘଟଣା ଟି କିଛି ଏହିପରି ଥିଲା କି ଅଞ୍ଜଳି ନାମକ ଜଣେ ବାପ ମା ଚଉଣ୍ଡ ଝିଅ ଙ୍କୁ ଥରେ ବିବାହ କରିଥିଲେ।ଆଉ ସେହି ଯୁବତୀ ଙ୍କୁ ପୁଣି ଥରେ ତାଙ୍କର ପାଳକ ବାପା ମା ଅନ୍ୟ ଜଣେ ଯୁବକ ଙ୍କୁ ୨ ଲକ୍ଷ ଟଙ୍କା ରେ ବିକ୍ରି କରିଦେବାକୁ ଯାଉଥିଲେ।

ମାତ୍ର ସୌଭାଗ୍ୟ ଯେ ଯୁବତୀ ଜଣଙ୍କ ବାଲେଶ୍ଵର ପୋଲିସ ର ସାହାଯ୍ୟ ରେ ସେଥିରୁ ବଂଚିଯାଇଥିଲେ ଆମ ବର୍ତ୍ତମାନ ତାଙ୍କର ସ୍ୱାମୀ ଙ୍କ ପାଖକୁ ପୁଣି ଥରେ ଆସିଛନ୍ତି। ତେବେ ସମ୍ପୂର୍ଣ୍ଣ ଘଟଣା ଟି କିଛି ଏହିପରି ଥିଲା କି ଅଞ୍ଜଳୀ ଆସାମ ରାଜ୍ୟ ର ଶରଦା ଓ ଦିଲୀପ ଙ୍କର ଝିଅ ଥିଲେ। ମାତ୍ର ଅଞ୍ଜଳୀ ଙ୍କୁ ମାତ୍ର ୫ ବର୍ଷ ବୟସ ରେ ତାଙ୍କର ବାପା ମା ଙ୍କର ଦୁର୍ଘଟଣା ରେ ମୃତ୍ୟୁ ହୋଇଯାଇଥିଲା। ଆଉ ଏହା ପରେ ସେ ବାଲେଶ୍ଵର ର ନିଜ ମାଉସୀ ଗୌରୀ ଙ୍କ ପାଖରେ ରହୁଥିଲେ। ତେବେ ତାଙ୍କୁ ୧୯ ବର୍ଷ ହେବା ପରେ ଗୌରୀ ତାଙ୍କର ବିବାହ ରାଜସ୍ଥାନ ର ଜଣେ ଯୁବକ ଙ୍କ ସହ କରାଇ ଦେଇଥିଲେ।

ତେବେ ଅଞ୍ଜଳୀ ଶାଶୂ ଘରେ ୨ ମାସ ରହିବା ପରେ ମାଉସୀ ଙ୍କ ଘରକୁ ବୁଲି ଆସିବା ପରେ ମାଉସୀ ତାଙ୍କୁ ୨ ଲକ୍ଷ ଟଙ୍କା ରେ ଅନ୍ୟ ଜଣେ ଯୁବକ ଙ୍କୁ ବିକ୍ର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଅଞ୍ଜଳୀ ଏହା ଜାଣିବା ପରେ ବାଲେଶ୍ଵର ଥାନା ରେ ଅଭିଯୋଗ କରିଥିଲେ ଆଉ ବାଲେଶ୍ଵର ସଦର ଥାନା ପୋଲିସ ତାଙ୍କୁ ଉଦ୍ଧାର କରି ସୋର ମହିଳା ଆଶ୍ରମରେ ରଖିଥିଲେ। ଆଉ ତାଙ୍କର ସ୍ୱାମୀ ବର୍ତ୍ତମାନ ତାଙ୍କୁ ରାଜସ୍ଥାନ ରୁ ୨୦୦୦ କିଲୋମିଟର ରାସ୍ତା ଆସି ନିଜ ପତ୍ନୀ ଙ୍କୁ ନିଜ ସହ ନେଇଯାଇଛନ୍ତି। ତେବେ ଦୁହିଁଙ୍କୁ ପୁଣି ଥରେ ଏକାଠି କରିପାରି ପୋଲିସ ବହୁତ ଖୁସି ଅଛନ୍ତି ଏବଂ ଅଞ୍ଜଳୀ ଙ୍କର ସ୍ୱାମୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।