
ରାତିରେ ଶୋଇବା ବେଳେ ଅସହ୍ୟ ଗୋଡ଼ ବିନ୍ଧୁଛି ( Legs Syndrome ) କି ? | Dr. sheetal s
ଯଦି ଆପଣ ସର୍ବଦା ସୁସ୍ଥ ରହୁଅଛନ୍ତି ତାହେଲେ ଆପଣ ସମସ୍ତ କାର୍ଯ୍ୟରେ ସମର୍ଥ ଓ ଆଗଭର ହୋଇ ପାରିବେ | ତେଣୁ ପ୍ରତେକ ବ୍ୟକ୍ତି ନିଜ ନିଜର ସ୍ୱାସ୍ଥ୍ୟ ର ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ | ତାହା ବ୍ୟତୀତ ଆମର ଶରୀରରେ ବହୁତ ପ୍ରକାରର ରୋଗ ଦେଖା ଦେଇଥାଏ ଆଉ ଯାହାର ପ୍ରତିକାର ପାଇଁ ଆମେ ବିଶେଷ ଭାବରେ ଧ୍ୟାନ ଦେବା ଦରକାର |
ତେବେ ଆଜି ଆମେ ଗୋଟିଏ ରୋଗ ବିଷୟରେ ବର୍ତ୍ତମାନ ଆଲୋଚନା କରିବାକୁ ଯାଉଛି ଯାହା ବିଷୟରେ ଆପଣ ଜାଣି ରଖିବା ଆବଶ୍ୟକ ହୋଇଥାଏ , ସେଭଳି ଗୋଟିଏ ରୋଗ ହେଉଛି ଗୋଡ଼ ହାତ ଝିମ ଝିମ କରିବା ଓ ଗୋଡ଼ ବିନ୍ଧିବା | ତାହେଲେ ଆସନ୍ତୁ ଜାଣିବା ଏହି ରୋଗ କାହିଁକି ହୋଇଥାଏ ଓ ଏହା ର ନିରାକରଣ|
ଆମ ଶରୀରରେ ଗୋଡ଼ କୁ କଣ୍ଟ୍ରୋଲ ରେ ରଖିବା ପାଇଁ ଆମ ବ୍ରେନରେ ଦୁଇଟି ନର୍ଭ କାମ କରିଥାଏ ତାହା ହେଉଛି ଥାଲାମସ ଏବଂ ବେସାଲ ଗ୍ୟାଙ୍ଗଲିଆ | ଯଦି କୌଣସି କାରଣରୁ ଏଥିରେ ବ୍ୟତିକ୍ରମ ଆସିଲା ତାହେଲେ ଗୋଡ଼ ବିନ୍ଧିବା ଭଳି ସମସ୍ୟା ଦେଖା ଦେଇଥାଏ | ଆଉ ଗୋଡ଼ରେ ପୋକ ଚାଲିଲା ଭଳି ଲାଗିଥାଏ ଆଉ ଠିକ ଭାବରେ ରାତିରେ ମଧ୍ୟ ଶୋଇ ହୁଏନାହିଁ | ଯଦି ବେସାଲ ଗ୍ୟାଙ୍ଗଲିଆ ରେ ଟୁପାମେନ ଲେବୁଲ କମିଯାଏ ତାହେଲେ ଏହିଭଳି ସମସ୍ୟା ସବୁ ଦେଖା ଯାଇଥାଏ | ଆଉ ଯାହା ଫଳରେ ବ୍ଲଡ ସାରକୁଲେସନ କମିଯାଏ ଓ ନର୍ଭ ଗୁଡିକ ମଧ୍ୟ ଦୁର୍ବଳ ହୋଇଯାଏ |
ଲକ୍ଷଣ :-
ଯଦି କୌଣସି କାରଣରୁ ରୋଗୀଟି ରାତିରେ ଶୋଇଲା ବେଳେ ଉଠି ପଡିବ, ଗୋଡକୁ ଚିପିବ, ବାଡ଼େଇବ,ଏହା ବ୍ୟତୀତ ଗୋଡ଼ ଜୋରସୋର ରେ ବିନ୍ଧିବାକୁ ଆରମ୍ଭ କରେ | ପାଦରେ କରେଣ୍ଟ ଲାଗିଲା ଭଳି ଲାଗେ ଆଉ ବେଳେ ବେଳେ ଗୋଡ଼ ଭିତରେ ପୋକ, ଜୋକ ଚାଲିଲା ଭଳି ଲାଗିଥାଏ | ଆଉ ବେଳେ ବେଳେ ଲୋକଟି ର ଗୋଡ଼ ଦୁର୍ବଳ ହୋଇ ଯନ୍ତ୍ରଣା ହେବାକୁ ମଧ୍ୟ ଲାଗିଥାଏ |
ନିରାକରଣ :-
ତେବେ ଏହି ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ଯେଉଁ ସବୁ ଖାଦ୍ୟ ଖାଇଲେ ଆମ ଶରୀରରେ ଗ୍ଲୋଟାମିନ ଲେବୁଲ କମିଯାଏ, ଯଥା ଦହି, ଛେନା ଆଦି ଠାରୁ ଦୂରେଇକି ରହିବା |ଏହା ଛଡା ଆମେ ଯେଉଁ ବାନ୍ତି କମେଇବା ପାଇଁ ବା ଗ୍ୟାଷ୍ଟିକ କମେଇବା ପାଇଁ ଯେଉଁ ଟେବଲେଟ ଖାଇବା ଫଳରେ ଆମ ଶରୀରରେ ଗ୍ଲୋଟାମିନ ଲେବୁଲ କମି ଯାଇଥାଏ ଆଉ ଗୋଡ଼ ବିନ୍ଧିବା ଭଳି ସମସ୍ୟା ମଧ୍ୟ ଦେଖା ଦେଇଥାଏ |
ଏହାର ନିରାକରଣ ପାଇଁ ଦହି ଜାତୀୟ ଜିନିଷ ଓ ଆମିଷ ଖାଦ୍ୟ ନ ଖାଇଲେ ଭଲ | ତା ସହିତ ବ୍ୟାୟାମ ଓ ମସାଜ ନିହାତି ଜରୁରୀ | ଏହି ଭଳି ରୋଗରୁ ମୁକ୍ତି ପାଇବା ପାଇଁ ମୁଗ, ଫଳ ବୁଟ,କାଜୁ, କଙ୍କଡା,ପରିପରିବା ଅର୍ଥାତ ଯେଉଁ ଖାଦ୍ୟରେ ଫୋଲିକ ଏସିଡ ଅଧିକ ଥାଏ ସେହିଭଳି ଖାଦ୍ୟ ଖାଇବା ଆବଶ୍ୟକ ହୋଇଥାଏ |ଏହି ଭଳି ଆପଣ ଗୋଡ ବିନ୍ଧିବା ସମସ୍ୟାରୁ ରକ୍ଷା ପାଇ ପାରିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।