ସବୁ ସମୟ ଖବର ସାଥିରେ

ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ଜଗା ଦର୍ଶନରେ ଆସିଛି ନେଉଳ..ମନରେ ଭକ୍ତିଥିଲେ ଏହି ପୋଷ୍ଟଟି ନିଶ୍ଚିତ ସେୟାର କରନ୍ତୁ

0 664

ଟେଲିଭିଜନ ଏବଂ ମୋବାଇଲ ମାଧ୍ୟମ ରେ ଆମେ ଅନେକ କିଛି ଘଟଣା ବିଷୟ ରେ ଅବଗତ ହୋଇ ଥାଉ | ବେଳେ ବେଳେ ଏଥିରେ ଆଶ୍ଚର୍ଯ୍ୟ ଜନକ ଘଟଣା ସହିତ ବହୁତ ମନଲୋଭା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳି ଥାଏ, ଯାହାକୁ ବିଶ୍ୱାସ ମଧ୍ୟ କରି ହୁଏ ନାହିଁ କିନ୍ତୁ ଏହା ପ୍ରକୃତ ରେ ସତ୍ୟ ହୋଇ ଥାଏ | ତେବେ ଆପଣ ମାନେ ତ ଜାଣିଛନ୍ତି ଯେ ଭଗବାନ ଙ୍କୁ ହିଁ ପ୍ରାୟ ଲୋକ ବିଶ୍ୱାସ କରିଥାନ୍ତି, ପୂଜା ପାଠ ଆଦି ମଧ୍ୟ ପର୍ବ ପର୍ବାଣି ରେ କରିଥାନ୍ତି | ମଣିଷ ଯେତେ ବେଳେ ଦୁଃଖ କଷ୍ଟ ରେ ଥାଏ ସେତେ ବେଳେ ସେ ଭଗବାନ ଙ୍କୁ ତା ଦୁଃଖ ଜଣାଇ ପୂଜା କରି ଥାଏ |

ଏମିତି ବି ଲୋକ ପ୍ରାୟ ଅଛନ୍ତି ଯେଉଁ ମାନେ ହସ ଖୁସି ରେ ଥିଲା ବେଳେ ଭଗବାନ ଙ୍କୁ ମନେ ପକାଇ ନଥାନ୍ତି ଯଦି କେବଳ କେଉଁ ଦିନ ଦୁଃଖ ଆସି ପହଞ୍ଚି ଥାଏ ତେବେ ଭଗବାନ ଙ୍କ ଶରଣ କୁ ଯାଇ ଥାଆନ୍ତି | କିନ୍ତୁ ଆଜି ଆମେ ଏଭଳି ଏକ ଦୃଶ୍ୟ କଥା କହିବୁ ଯେଉଁଠି ମନୁଷ୍ୟ ଜାତି ଆଶ୍ଚର୍ଯ୍ୟ ହୋଇ ଯିବ, ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କ ରେ |

ଘଟଣା ଟି ହେଉଛି ଯେ ଏକ ନେଉଳ ବଡ଼ ଦେଉଳ କୁ ଆସିଛି ଜଗନ୍ନାଥ ଙ୍କୁ ଦର୍ଶନ କରିବ ବୋଲି | ଏହାକୁ ଶୁଣି ଆପଣ ବିଶ୍ୱାସ କରି ପାରୁ ନଥିବେ କିନ୍ତୁ ଏହା ହେଉଛି ସତ କଥା ଯାହାର ଭିଡ଼ିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି | ମଣିଷ ମାନଙ୍କର ପଦ ପାଦ କୁ ନେଉଳ ଟିର ଆଦୌ ଡର ନାହିଁ, ସେ ନିର୍ଭୟ ରେ ଶ୍ରୀମନ୍ଦିର ରେ ବୁଲୁଛି ଏବଂ ମୁଣ୍ଡ ମଧ୍ୟ ଟୁଙ୍ଗାରୁଛି |

 

ପତିତ ପାବନ ଗୁମଟ କୁ ଥୋକାଏ ଚାହିଁ ଥକା ମନ କୁ ଚକା ଡୋଳା ରେ ଲୟ ରଖିବାକୁ ଚେଷ୍ଟା କରୁଛି ଏହି ନେଉଳ ଟିଏ | ଆଜି ଦେଉଳ ଖୋଲା ଅଛି ବୋଲି ତା ପାଖରେ ବି ଖବର ପହଞ୍ଚିଛି ଏବଂ କାଳିଆ କୁ ଦର୍ଶନ କରିବ ବୋଲି ନେଉଳ ବି ଶ୍ରୀମନ୍ଦିର ରେ ପହଞ୍ଚିଛି |

କରୋନା କଟକଣା ରେ ପୁରୀ ମନ୍ଦିର ର ସିଂହ ଦୁଆର ଖୋଲିଛି, ଜଗନ୍ନାଥ ଙ୍କ ଦର୍ଶନ ପାଇଁ ଅନେକ ଲୋକ ସେଠାରେ ଭିଡ଼ ମଧ୍ୟ ଲଗାଇଛନ୍ତି | ତେବେ ଏହି ଭିଡ଼ ମଧ୍ୟ ରେ କ୍ୟାମେରା ରେ କଏଦ ହୋଇଛି ଏହି ନେଉଳ ର ଦୃଶ୍ୟ ଟି |ସିଂହ ଦୁଆର ର ଚଟାଣ ରେ ଚଙ୍ଗ ଚଙ୍ଗ ହୋଇ ବୁଲୁଛି ଏହି ନେଉଳ ଛୁଆ, କେତେ ବେଳେ ସିଂହ ଦୁଆର ର ମୂର୍ତ୍ତି ରେ ଲୁଚୁଛି ତ ପୁଣି କେତେ ବେଳେ ପତିତ ପାବନ ଙ୍କ ଆଡ଼କୁ ଟିକେ ଚାହିଁ ଦେଉଛି ଆଉ କେତେ ବେଳେ ପୁଣି ଉଣ୍ଡି ଚଟ କିନା ଚମ୍ପଟ ମାରୁଛି ବଡ଼ ଦେଉଳ ଭିତରକୁ | ଏହି ମନଲୋଭା ଦୃଶ୍ୟ ଦେଖି ସାରିବା ପରେ ଏତିକି ତ ଜାଣିଲୁ ଯେ ଭଗବାନ ଙ୍କୁ ଭକ୍ତି କରିବା ପାଇଁ କେବଳ ମନୁଷ୍ୟ ନୁହେଁ ସମସ୍ତ ପ୍ରାଣୀ କରି ପାରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।