
ପାରାଲିସିସ୍ ରୋଗର ( Paralysis ) ଲକ୍ଷଣ ଓ ଚିକିତ୍ସା ଜଣାନ୍ତୁ !Dr .Aditi Sehgal
ଆପଣ ମାନେ ଆଜି କାଲି ଅଧିକାଂଶ କ୍ଷେତ୍ରରେ ବହୁତ ଲୋକଙ୍କୁ ପାରିଲିସିସ ହେବାର ଦେଖୁଥିବେ | ଏହାକୁ ପକ୍ଷାଘାତ ରୋଗ ବୋଲି କୁହା ଯାଇଥାଏ | ଏହା ସାଧରଣତଃ ଆପଣଙ୍କ ବ୍ରେନରେ କୌଣସି କୋଷ ଆଘାତ ହେଲେ ବା କୌଣସି ଧମନୀ ଯଦି ଫାଟିଯାଏ ତାହେଲେ ଏହା ବ୍ରେନ ଷ୍ଟ୍ରୋକର କାରଣ ହୋଇ ଥାଏ | ଏହାକୁ ଆମେ ପାରାଲିସିସ କହିଥାଉ | ଏହା ଛଡା ପ୍ରତ୍ୟେକ ବର୍ଷ ଭାରତ ବର୍ଷାରେ ୧. ୮ନିୟୁତ ଲୋକ ପାରାଲିସିସରେ ଶିକାର ହୋଇଥାନ୍ତି |
ସାଧାରଣତଃ ମସ୍ତିଷ୍କରେ ରକ୍ତ ସଂଚଳନ ସମୟରେ ଯଦି କୌଣସି ରକ୍ତ ଶିରାଟି ଫାଟି ଯାଏ ଉଚ୍ଚ ରକ୍ତ ଚାପ କାରଣରୁ ତେବେ ସେହି କୋଷ ଗୁଡିକ ଆଉ କାର୍ଯ୍ୟ କରି ଣ ଥାଏ | ଯାହା ଫଳରେ ଆମ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ କାମ କରିବା ବନ୍ଦ କରି ଦେଇଥାଏ |
କାରଣ :-ଏହା ବିଶେଷ କରି ଉଚ୍ଚ ରକ୍ତ ଚାପ ଥିବା ବ୍ୟକ୍ତି, ଡାଇବେଟିସ ରୋଗୀ, ମେଦ ବହୁଳତା, ଅଧିକ ଟେନସନ ନେଉଥିବା ବ୍ୟକ୍ତି, ଧୁମ୍ରପାନ ଓ ମଦ୍ୟପାନ କରୁ ଥିବା ବ୍ୟକ୍ତି ମାନଙ୍କ ଠାରେ ଅଧିକ ପରିମାଣରେ ଦେଖା ଯାଇଥାଏ | ଏହା ଛଡା ବୟସ୍କ ଲୋକ ମାନଙ୍କ ଠାରେ ଏହା ହଠାତ ଭାବରେ ଦେଖା ଦେଇଥାଏ | ପାରାଲିସିସ ହେଉଛି ଦୁଇ ପ୍ରକାରର | ଇସକମିକ ଷ୍ଟ୍ରୋକ ଏବଂ ହେମୋରେଜିକ ଷ୍ଟ୍ରୋକ | ଇସକମିକ ଷ୍ଟ୍ରୋକରେ ଧମନୀରେ ବ୍ଲକ ହୋଇଯିବା ଯୋଗୁଁ ମସ୍ତିଷ୍କର କୋଷ ଗୁଡିକ ନଷ୍ଟ ହୋଇ ଯାଇଥାଏ | ଏହା ଅଶିରୁ ନବେ ପ୍ରତିଶତ ଲୋକଙ୍କୁ ହୋଇଥାଏ | ହେମୋରେଜିକ ଷ୍ଟ୍ରୋକ ଉଚ୍ଚ ରକ୍ତ ଚାପ ଥିବା ବ୍ୟକ୍ତି ମାନଙ୍କୁ ହୋଇଥାଏ ଓ ଏହା ଦଶରୁ କୋଡିଏ ଭାଗ ଲୋକଙ୍କୁ ହୋଇଥାଏ |
ଲକ୍ଷଣ :-ଯଦି କୌଣସି ଅସୁବିଧା ଆପଣଙ୍କୁ ହଠାତ ଦେଖା ଯାଇଥାଏ ଯେମିତି କି ହଠାତ ମୁଣ୍ଡ ବୁଲାଇ ଅନ୍ଧାର ଦେଖା ଯିବା, ପାଟି ଖନି ହୋଇଯିବା, ଚଳିବାରେ ଅସୁବିଧା ହୁଏ, ଗୋଟିଏ ପାର୍ଶ୍ଵ ହାତ ଗୋଡ ପରିଚାଳନା କରିବାରେ ଅସୁବିଧା ହେଲେ, ବାରମ୍ବାର ଚେତା ଶୂନ୍ୟ ହେଉଥିଲେ ଏହି ସବୁ ପାରାଲିସିସର ଲକ୍ଷଣ ହୋଇ ପାରେ | ଏହା ଛଡା ଏହାର ପ୍ରାଥମିକ ଲକ୍ଷଣ ହେଉଛି ଆଖିରେ ଦେଖା ନ ଯିବା ଓ ମୁହଁ ବଙ୍କେଇ ହୋଇଯିବ |
ଚିକିତ୍ସା :-
ଯଦି ରୋଗୀଟିକୁ ଲକ୍ଷଣ ଦେଖା ଯିବାର ସାଢେ ଚାରି ଘଣ୍ଟା ଭିତରେ ଚିକିତ୍ସା କରା ଗଲେ ପୂର୍ବ ଅବସ୍ଥାକୁ ଫେରି ଆସିବ ପାଇଁ କମ ସମୟ ଲାଗିଥାଏ |କିନ୍ତୁ ଯଦି ଏହି ସମୟ ଭିତରେ ରୋଗୀଟି ଣ ପହଂଚି ପାରିଲେ ତେବେ ଡାକ୍ତର ମାନେ ଓଲଟରାସାଉଣ୍ଡ, ସିଟି ସ୍କାନ, ଏମ ଆର ଆଇ ଇତ୍ୟାଦି ଟ୍ରିଟମେଣ୍ଟ ଦ୍ୱାରା ପ୍ରଥମେ ରୋଗକୁ ନିରୀକ୍ଷଣ କରିଥାନ୍ତି | ଡାକ୍ତର ମାନେ ଏନ ଆଇ ଏଚ ଏସ ଦ୍ୱାରା ଜାଣି ପାରନ୍ତି କି ରୋଗୀଟିକୁ କମ ବା ଜୋର ଆକାରରେ ହୋଇଛି ଏବଂ ତାପରେ ଯଦି କମ ଲକ୍ଷଣ ରହିଥାଏ ତାହେଲେ ଫିଜିଓଥେରାପି ଦ୍ୱାରା ଭଲ କରିଥାନ୍ତି |
ବେଶୀ ଆକାରରେ ହୋଇଥିଲେ ଥ୍ରୋମବୋଲିସିସ କରା ଯାଇଥାଏ | ତାଛଡା ଆଣ୍ଟି ପ୍ଲାଟୀଲେଟସ ଡ୍ରଗ ଦିଆ ଯାଇଥାଏ | ଏହା ସହିତ ନିଜର ବ୍ଲଡ଼ ପ୍ରେସର, ଡାଇବେଟିସ,ମେଦ ବହୁଳତାକୁ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶ ଦେଇଥାନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।