ସବୁ ସମୟ ଖବର ସାଥିରେ

Health Tips – ଶାରୀରିକ ସଂପର୍କ ରଖିବା ପରେ ପରିସ୍ରା କରିବାର ଆବଶ୍ୟକ ରହିଛି କି ? ଜାଣନ୍ତୁ କଣ କରିବା ପାଇଁ ପଡିବ ୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ !

0 74

ୟୁରିନ୍ ଇନଫେକ୍ସନ ବହୁତ କମ୍ମନ ରୋଗ। ୟୁରିନ୍ ଇନଫେକ୍ସନ କହିଲେ ଆମେ ମୂତ୍ରାଶୟର ଇନଫେକ୍ସନ ବୁଝାଯାଏ। ବିଶେଷ କରି ପୁରୁଷ ମାନଙ୍କ ଅପେକ୍ଷା ଏହା ମହିଳା ମାନଙ୍କ ପାଖରେ ଅଧିକ ଦେଖିବାକୁ ମିଳିଥାଏ। କାରଣ ମହିଳା ମାନଙ୍କ ମୂତ୍ରନଳୀଟି ଛୋଟ ହୋଇଥିବାରୁ ଏଠାରେ ବ୍ୟାକ୍ଟେରିଆ ମାନେ ସହଜରେ ତାଙ୍କର ବସସ୍ଥି ସ୍ଥାପନ କରିଦିଅନ୍ତି।

ଏହା ଛଡା ଯଦି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଏ ତେବେ ଏଠାରେ ଅଧିକ ସଂକ୍ରମଣ ଦେଖିବାକୁ ମିଳିଥାଏ। ତେବେ ଏଥି ପାଇଁ ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଆଜି ଆମେ କହିବାକୁ ଯାଉଛୁ ଶାରୀରିକ ସଂପର୍କ ରଖିବା ପରେ ପରିସ୍ରା କରିବା ଆବଶ୍ୟକ କି ନାହିଁ।

ଶାରୀରିକ ସଂପର୍କ ରଖିବା ସମୟରେ କେତେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ବିଶେଷଜ୍ଞ ମାନଙ୍କ ମତରେ ଶାରୀରିକ ସଂପର୍କ ରଖିବା ପରେ ପରିସ୍ରା କରିବାର ଆବଶ୍ୟକତା ରହିଛି। ଶାରୀରିକ ସଂପର୍କ ରଖିବା ପରେ ମହିଳା ମାନେ ପରିସ୍ରା କରିବା ଖୁବ୍ ଜରୁରୀ ଅଟେ। କାରଣ ମହିଳା ମାନଙ୍କର ମୂତ୍ରାଶୟ ଛୋଟ।

ତେଣୁ ଏଠାରେ ବ୍ୟାକ୍ଟେରିଆ ବ୍ୟାପିବାର ସମ୍ଭାବନା ଅଧିକ ରହିଥାଏ। ପୁରୁଷ ମାନଙ୍କ ସହିତ ସମ୍ବନ୍ଧ ରଖିବା ଅର୍ଥାତ୍ ଯୌନ ସଂପର୍କ ସ୍ଥାପନା କରିବା ସମୟରେ ମହିଳା ମାନଙ୍କ ପରିସ୍ରାରେ ରହୁଥିବା ଭୂତାଣୁ ଅତି ସହଜରେ ସେମାନଙ୍କ ପ୍ରାଇଭେଟ୍ ପାର୍ଟରେ ପ୍ରବେଶ କରି ଥାଆନ୍ତି।

ତେଣୁ ମହିଳା ମାନଙ୍କୁ ଶାରୀରିକ ସଂପର୍କ ରଖିବା ପରେ ସଂକ୍ରମଣ ହେବାର ଆଶଙ୍କା ରହିଥାଏ। କାରଣ ଏହି ସମୟରେ ମୂତ୍ରନଳୀରେ ବ୍ୟାକ୍ଟେରିଆ ବ୍ୟାପି ଯାଇଥାଏ। ତେବେ ଶାରୀରିକ ସଂପର୍କ ରଖିବାର ୩୦ ମିନିଟ ପରେ ମହିଳା ମାନଙ୍କୁ ପରିସ୍ରା କରି ଏହାକୁ ସଫା କରିବା ନିହାତି ଜରୁରୀ ଅଟେ। ଏମିତି କରିବା ଦ୍ୱାରା ୟୁରିନ୍ ଇନଫେକ୍ସନ ଭଳି ରୋଗରୁ ମୁକ୍ତ ପାଇ ପାରିବେ।

ଶାରୀରିକ ସଂପର୍କ ରଖିବା ପରେ ଯଦି ପରିସ୍ରାରେ ଜ୍ଵଳନ ଅନୁଭବ କରନ୍ତି ତେବେ ଏହାକୁ ପରିସ୍ରା ସଂକ୍ରମଣ ବୋଲି ମନେ କରନ୍ତୁ ନାହିଁ, ଏହି ସମସ୍ୟା ଦୁଇରୁ ତିନି ଦିନ ମଧ୍ୟରେ ଆପେ ଆପେ ଠିକ୍ ହୋଇ ଯାଇଥାଏ।

କିନ୍ତୁ ଯଦି ଆପଣଙ୍କର ଦୀର୍ଘ ସମୟ ଧରି ପରିସ୍ରାରେ ଜ୍ୱଳନ ଅନୁଭବ କରୁଛନ୍ତି ତେବେ ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଆବଶ୍ୟକ ଅଟେ। ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ୍।ୟୁରିନ୍ ଇନଫେକ୍ସନ ହେବାର କିଛି ବିଶେଷ ଲକ୍ଷଣ ଦେଖିବାକୁ ମିଳିଥାଏ। ୟୁରିନ୍ ଇନଫେକ୍ସନ ହେଲେ ସାଧାରଣତଃ ପରିସ୍ରାର ରଙ୍ଗରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ପରିସ୍ରାରେ ରକ୍ତ ପଡିବା, ଜ୍ବଳନ ଅନୁଭବ ହେବା, ବାରମ୍ବାର ପରିସ୍ରା ଲାଗିବା, ପରିସ୍ରାକୁ କଣ୍ଟ୍ରୋଲ ନକରି ପାରିବା ଏବଂ

ତଳି ପେଟରେ ଦରଜ ହେବା ଭଳି ବିଶେଷ ଲକ୍ଷଣ ପ୍ରକାଶ ପାଇଥାଏ। ତେଣୁ ଏଥିପାଇଁ ଟିକିଏ ସତର୍କତା ଅବଲମ୍ବନ କରନ୍ତୁ। ପରିସ୍ରା କରୁଥିବା ସ୍ଥାନକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ସହ ନିଜେ ମଧ୍ୟ ପରିଷ୍କାର ଓ ପରିଚ୍ଛନ୍ନ ରହିବା ପାଇଁ ଚେଷ୍ଟା କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।