ସବୁ ସମୟ ଖବର ସାଥିରେ

sadhubani-ପର୍ସ ଭିତରେ ରଖି ଦିଅନ୍ତୁ ଏହି ଜିନିଷ ଧନର ଅଭାବ କେବେ ହେବନି,କରନ୍ତୁ ଏହି ଛୋଟିଆ ଉପାୟ…

0 93

ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନରେ ବହୁତ୍ ଧନୀ ହେବାକୁ ଚାହିଁଥାନ୍ତି। ଧନୀ ହେବା ପାଇଁ ହେଲେ କଠିନ ପରିଶ୍ରମ ତ କରିବାକୁ ପଡ଼ିଥାଏ ଏଥି ସହିତ କିଛି ବିଶେଷ ତଥ୍ୟ ଉପରେ ଧ୍ୟାନ ଦେବାକୁ ପଡିଥାଏ। ତେବେ ଆଜି ଆମେ ଜାଣିବା ଆମେ ବ୍ୟବହାର କରୁଥିବା ପର୍ସରେ କେଉଁ ଜିନିଷ ରଖିବା ଦ୍ଵାରା ଆପଣଙ୍କ ପର୍ସରେ ପଇସାର ଅଭାବ କେବେ ହେବ ନାହିଁ। ଆପଣ ସକାଳୁ ପର୍ସରେ ପଇସା ଭର୍ତି କରି ନେଉଛନ୍ତି ଏବଂ ଏହା ରାତିକୁ ଖାଲି ହେଇଯାଉଛି ତେବେ ଆପଣ କଣ କରିବା ଉଚିତ୍ ସେ ସବୁ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ।

୧. ଯଦି ଆପଣ ପର୍ସକୁ କିଣି ଆଣୁଛନ୍ତି ତେବେ ଭଲ। କିନ୍ତୁ ଯଦି ଆପଣଙ୍କୁ କେହି ପର୍ସକୁ ଉପହାର ଦେଉଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ।

୨. ଆପଣ ଯେଉଁ ପର୍ସ ବ୍ୟବହାର କରୁଛନ୍ତି ତାହାକୁ ପ୍ରତି ବର୍ଷରେ ଥରେ ବଦଳିବା ଉଚିତ୍ ହୋଇଥାଏ। ପର୍ସ ଭଲ ଥାଉ କି ଖରାପ ଏହାକୁ ବଦଳାଇ ଦିଅନ୍ତୁ। କାରଣ ଟଙ୍କାକୁ ଆମେ ଲକ୍ଷ୍ମୀ ବୋଲି ମାନିଥାଉ ଏବଂ ଲକ୍ଷ୍ମୀ କେବେ ଅପରିଷ୍କାର ଜାଗାରେ ରୁହନ୍ତି ନାହିଁ।

ଏବଂ ଯଦି ପାରୁଛନ୍ତି ଆପଣ ଆପଣଙ୍କ ପର୍ସକୁ ମଝିରେ ମଝିରେ ହଳଦୀ ପାଣିରେ ଧୋଇ ଖରାରେ ଶୁଖାଇ ଦିଅନ୍ତୁ।ଆପଣ ବଦଳି ଥିବା ପର୍ସକୁ କେବେ କାହାକୁ ଦିଅନ୍ତୁ ନାହିଁ କି ବାହାରକୁ ଫିଙ୍ଗନ୍ତୁ ନାହିଁ। ଏହାକୁ ନେଇ ଆପଣ ଏକ ଗଛ ମୂଳେ ପୋତି ଦିଅନ୍ତୁ। ଏଥି ସହିତ କେବେ ଚିରା ହୋଇଥିବା ପର୍ସରେ ପଇସା ରଖନ୍ତୁ ନାହିଁଏହା ଦ୍ଵାରା ଧନ ହାନି ହୋଇଥାଏ।


୩. ଆପଣ ମାସର ପ୍ରଥମ ଦରମାରୁ କିଛି ପଇସା ଆପଣଙ୍କ ପର୍ସରେ ରଖନ୍ତୁ ଏବଂ ଏହି ପଇସାକୁ ନେଇ ପ୍ରଥମେ ଘରର ସ୍ତ୍ରୀଲୋକଙ୍କ ହାତରେ କିଛି ପଇସା ଦିଅନ୍ତୁ। ଏବଂ ଆପଣଙ୍କ ଠାକୁର ଘରେ କିଛି ପଇସା ରଖନ୍ତୁ। ଏବଂ ସେହି ପଇସାକୁ ନେଇ ଠାକୁରଙ୍କ କାର୍ଯ୍ୟରେ ଲଗାନ୍ତୁ। ଏହା କରିବା ଦ୍ୱାରା ଧନର ଆଗମନ ହୋଇଥାଏ।

୪. ଯେଉଁ ମାନେ ପର୍ସ ବ୍ୟବହାର କରୁଛନ୍ତି ସେମାନେ ପର୍ସ ଭିତରେ ପଇସାକୁ ସାଇଜ କରି ରଖନ୍ତୁ। ନୋଟକୁ ଭାଙ୍ଗି ମୋଡ଼ି ରଖିବା ଉଚିତ୍ ହୋଇ ନଥାଏ। ଏଥି ସହିତ ପର୍ସ ଭିତରେ ନୋଟ ଓ କଏନକୁ ଅଲଗା ଅଲଗା କରି ରଖନ୍ତୁ। ଏବଂ ଏଥିରେ କେବେ କାହାର ଫୋଟ, ଭିଜିଟିଂ କାର୍ଡ, ପୁରୁଣା ବିଲ କାଗଜ ଆଦି ରଖନ୍ତୁ ନାହିଁ।

୫. ପର୍ସକୁ ସବୁବେଳେ ପରିଷ୍କାର ରଖନ୍ତୁ। କାହିଁକି ନା ମାତା ଲକ୍ଷ୍ମୀ ପରିଷ୍କାର ପରିଚ୍ଛନ୍ନ ସ୍ଥାନରେ ରହିବାକୁ ପସନ୍ଦ କରନ୍ତି। ପର୍ସକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବା ଆବଶ୍ୟକ ଏଥି ସହିତ ଧ୍ୟାନ ଦେବାକୁ ପଡ଼ିବ ଯେପରି ପର୍ସ ମଧ୍ୟରୁ କେବେ ଗୋଟିଏ ଟଙ୍କା ବି ଚୋରି ହେବା ଉଚିତ୍ ନୁହେଁ। ଏହା ଆପଣଙ୍କୁ ଦୁର୍ଭାଗ୍ୟ ଆଡ଼କୁ ନେଇ ଯାଇଥାଏ।

୬.ଆପଣ ଏକ ରୂପା କୋଏନ୍ ନଚେତ୍ ୨୧ ଟି ଅରୁଆ ଚାଉଳକୁ ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରି ପର୍ସ ଭିତରେ ରଖି ଦିଅନ୍ତୁ। ନଚେତ୍ କିଛି କଉଡ଼ି ମଧ୍ୟ ଆପଣ ରଖିପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।