
ସେ-କ୍ସ ଟରସନ କ’ଣ ଓ ଏହା ଠାରୁ କିପରି ସତର୍କ ରହିପାରିବେ ସେ ସମ୍ପର୍କରେ ଜାଣନ୍ତୁ…
ଆମେ ଏବେ ଟେକ୍ନୋଲୋଜି ଯୁଗରେ ନିଜର କାମକୁ ବିଶେଷ କରି ଫୋନ, ଲାପଟପ ,କମ୍ପ୍ୟୁଟର ଦ୍ୱାରା କରିଥାଉ | ଏବଂ ଆମେ ଏହି ସବୁରେ ଆଦିକ୍ଟେଡ଼ ହୋଇ ଗଲୁଣି |ଛୋଟ ପିଲା ମାନେ ମଧ୍ୟ ଏହି ସବୁରେ ନିଶାଗ୍ରସ୍ତ ହୋଇ ଗଲେଣି | ଟେକ୍ନୋଲୋଜି ଲୋକ ମାନଙ୍କ ପାଇଁ ଯେତିକି ଭଲ ସେତିକି ମଧ୍ୟ ଖରାପ |
ଯଦି ଆପଣ ତାର ସତ ବ୍ୟବହାର କରୁଛନ୍ତି ତେବେ ଆପଣ ଲାଭ ଦାୟକ ହୋଇପାରିବେ କିନ୍ତୁ ଯଦି ଆପଣ ତାର ଦୁର୍ବ୍ୟବହାର କରୁଛନ୍ତି ତେବେ କ୍ଷତିଗ୍ରସ୍ତ ହୋଇ ପାରନ୍ତି | ତେଣୁ ଆମକୁ ସାବଧାନତା ଓ ସତର୍କତାର ସହ ଏହାର ବ୍ୟବହାର କରିବା ଉଚିତ |ଆଜିକାଲିର ଯୁବ ପିଢ଼ି ମାନେ ଏହାର ସଦବ୍ୟବହାର ଠାରୁ ବେଶୀ ଦୁର୍ବ୍ୟବହାର କରୁଛନ୍ତି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଆଜିକାଲି ବେଶୀ ଦେଖା ଯାଉଛି କି ବହୁତ କମ ବୟସର ପିଲା ମାନେ ନ୍ୟୁଡ଼ କଲ ବା ସେକ୍ସଟରସନରେ ଲିପ୍ତ ରହୁଛନ୍ତି ଏବଂ ଏହା ବହୁଳ ଭାବରେ ଦେଖା ଯାଉଛି | ଆଉ ବହୁତ ଲୋକ ଏହାର ଶିକାର ହୋଉଛନ୍ତି |ନ୍ୟୁଡ଼ କଲ ବା ସେକ୍ସଟରସନ ମାନେ ହେଉଛି ବିଭିନ୍ନ ସୋସିଆଲ ମିଡିଆରୁ ଆପଣଙ୍କୁ ଅଜଣା ନମ୍ବରରୁ ଫ୍ରେଣ୍ଡ ରିକୁଏଷ୍ଟ ଆସି ପାରେ |
ହୁଏତ ତାହା ଫେସ ବୂକ ବା ହ୍ୱାଟସ ଆପ ହୋଇ ପାରେ ଯୋଉଁଥିରେ କି ଆପଣ ଦେଖିବେ ଗୋଟିଏ ଫୋଟୋ ଥିବ ଯାହାକୁ ଆମେ ପ୍ରଫାଇଲ ଫୋଟୋ କହୁଛୁ ସେହିଥିରେ ଏକ ସୁନ୍ଦର ଝିଅର ଫୋଟୋ ଥିବ |ଏବଂ ସେଥିରେ ଏକ ସାଧାରଣ ଝିଅର ନାମ ଥିବ ଯେମିତି କି ନେହା, ରାନୀ ଇତ୍ୟାଦି |ଆଜିକାଲି ପ୍ରାୟ ହ୍ୱାଟସ ଆପରେ ବେଶୀ ମାତ୍ରାରେ ଆସୁଛି ଏବଂ ଫେସବୂକରେ କମ ଆସୁଛି |
ହ୍ୱାଟସ ଆପରେ ଯେତେବେଳେ ରିକୁଏଷ୍ଟ ବା ମେସେଜ ଆସିବ ପ୍ରଥମେ ହାଏ ଡିଓର,ହାଏ ଫ୍ରେଣ୍ଡ ବା ହାଏ ହାଣ୍ଡସମ ଏମିତି କିଛିମେସେଜ ଆସିପାରେ | ଆପଣ ଯଦି କିଛି ରିପ୍ଲାଏ ଦେବେ କିଛି ତାହେଲେ ସେମାନେ ଆପଣଙ୍କୁ କେମିତି ଅଛନ୍ତି ବୋଲି ପ୍ରଶ୍ନ ପଚାରିବେ |ଏବଂ ପଚାରିବେ କି ଆପଣ ଭିଡିଓ କଲ ପାଇଁ ଆଗ୍ରହୀ ଅଛନ୍ତି କି |ଏମିତି ପ୍ରଶ୍ନର ରିପ୍ଲାଏରେ ଯଦି ଆପଣ ହଁ ବୋଲି କହିଲେ ତାହେଲେ ସେମାନେ ସେହି ସମୟରେ ନ୍ୟୁଡ଼ ହୋଇ ଆପଣଙ୍କ ପାଖକୁ କଲ କରିବେ |ଆପଣଙ୍କୁ ମଧ୍ୟ କହିବେ କିଛି ଅଙ୍ଗ ପ୍ରଦର୍ଶନ କରିବା ଲାଗି ଏବଂ ସେହି ସମୟରେ ସେମାନେ ସ୍କ୍ରିନ ରେକର୍ଡିଙ୍ଗ କରି ନେବେ ଓ ଯାହାକି ପର ମୁହୁର୍ତରେ ଆପଣଙ୍କୁ ଦେଖାଇ ବ୍ଲାକମେଲ କରିବାକୁ ଆରମ୍ଭ କରିବେ |
ସେଥିପାଇଁ ଆମକୁ ଆରମ୍ଭରୁ ହି ଯେତେବେଳେ ଏମିତି ରିକୁଏଷ୍ଟ ଆସୁଛି, ଯାହା ଆପଣଙ୍କର କଣ୍ଟାକରେ ନାହିଁ ବା କୌଣସି ସୁନ୍ଦର ଝିଅର ଫୋଟ ଆସୁଛି ବା ହାଏ ଡିଓର ମେସେଜ କରୁଛି ତାହେଲେ ଆପଣ ଜାଣି ନିଅନ୍ତୁ ଯ ଆପଣ ଅସୁବିଧାରେ ପଡି ପାରନ୍ତି | ତ ଛଡା ଯଦି ଆପଣ ଏହା ଭୁଲରେ କରି ଦେଇଛନ୍ତି ତାହେଲେ ଡରିବାର କିଛି ନାହିଁ |
ଆପଣ ସାଙ୍ଗେ ସାଙ୍ଗେ 1930 ରେ କଲ କରନ୍ତୁ, ଏହା ହେଉଛି ସାଇବର ପୋଲିସର ଟୋଲ ଫ୍ରି ନମ୍ବର | ସେମାନଙ୍କୁ ଜମା ପଇସା ପତ୍ର ଦେବେ ନାହିଁ କାରଣ ସେମାନେ ଏମିତି ବ୍ଲାକମେଲ କରନ୍ତି ହେଲେ କୋଉଁ ୱେବସାଇଟରେ ଅପଲୋଡ଼ କରିବେ ନାହିଁ |ଏ ସବୁ ବିଷୟରେ ସମସ୍ତ ସାଙ୍ଗସାଥି ମାନଙ୍କୁ ଜଣାଇବାକୁ ଚେଷ୍ଟା କରନ୍ତୁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।