
motivation- ଆପଣଙ୍କ ପିଲା ମାନଙ୍କ ଦିଅନ୍ତୁ ଉଚିତ୍ ଶିକ୍ଷା ଦିକ୍ଷା ଏହି କାହାଣୀ ମାଧ୍ୟମରେ,ଜାଣନ୍ତୁ କଣ..
ପିଲା ମାନଙ୍କ ଉତ୍ତମ ଭବିଷ୍ୟତ ପାଇଁ ପିଲା ଦିନରୁ ଉଚିତ୍ ଶିକ୍ଷା ଦିକ୍ଷା ଦେବା ସହିତ ସଠିକ୍ ମାର୍ଗ ଦେଖାଇବା ନିହାତି ଜରୁରୀ।ତେବେ ଆଜି ଆମେ ଏକ କାହାଣୀ ଅନୁସାରେ ଏକ ବଡ ଶିକ୍ଷା ଦେବା ପାଇଁ ଯାଉଛୁ। ଯଦି ଆପଣ ଆପଣଙ୍କ ପିଲାର ଉଚ୍ଚ ଭବିଷ୍ୟତ ଚାହୁଁଛନ୍ତି ତେବେ ଆପଣଙ୍କ ପିଲାକୁ ଏହି ଶିକ୍ଷା ନିଶ୍ଚିତ ଭାବରେ ଦିଅନ୍ତୁ। ତେବେ ଆସନ୍ତୁ କାହାଣୀ ଆରମ୍ଭ କରିବା:-
ଗୋଟିଏ ଅଞ୍ଚଳରେ ୩ ଟି ସ୍କୁଲ ରହିଥିଲା। ସେହି ଅଞ୍ଚଳରେ ପ୍ରତ୍ୟେକ ବର୍ଷ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥାଏ।୧୦-୧୫ ସ୍କୁଲର ମିଳିତ ଭାବରେ ଏହି ବାର୍ଷିକ ଉତ୍ସବରେ ସାମିଲ ହୋଇଥାନ୍ତି। ତେବେ ସେହି ଅଞ୍ଚଳରେ ରହିଥିବା ୩ ସ୍କୁଲର ପିଲା ମାନେ ବହୁତ ଭଲ ଥିଲେ।
ସେମାନେ ବେଶ୍ ଭଲ ପାଠ ପଢିବା ସହ ଭଲ ନମ୍ବର ରଖୁଥିଲେ। ପ୍ରତିଯୋଗିତା ଆରମ୍ଭ କରାଗଲା। ପ୍ରତ୍ୟେକ ସ୍କୁଲର ପିଲା ମାନଙ୍କୁ ଗୋଟିଏ ଗୋଟିଏ ଗ୍ରୁପରେ ଭାଗ କରାଗଲା। ପ୍ରତ୍ୟେକ ଗ୍ରୁପର ପିଲାମାନେ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଲେ।
ତେବେ ତିନୋଟି ଯାକ ସ୍କୁଲ ପ୍ରତିଯୋଗିତାରେ ଭାଗ ନେଲେ। ତେବେ ସବୁବେଳେ ଯେଉଁ ସ୍କୁଲ ପ୍ରଥମ ହୁଏ ତା ଉପରେ ସଭିଙ୍କ ନଜର ରହିଥାଏ। କାହିଁକି ନା ସେହି ସ୍କୁଲର ବହୁତ ନାମିଦାମୀ ସ୍କୁଲ ସେଠାକାର ଶିକ୍ଷା ଦିକ୍ଷା ଅତି ଉତ୍ତମ। ସେଠାକାର ଜଣେ ପିଲା ୨୦ ଜଣକ ମଧ୍ୟରୁ ପ୍ରଥମ ସ୍ଥାନ ହାସଲ କରି ୧୦୦୦ ଟଙ୍କା ପୁରସ୍କାର ପାଇଲା। ପିଲାର ବାପା ମାଙ୍କ ଖୁସି କହିଲେ ନସରେ।
ଦ୍ୱିତୀୟ ସ୍ଥାନରେ ରହିଥିବା ସ୍କୁଲର ପିଲା ମାନଙ୍କ ମଧ୍ୟରୁ ଜଣେ ପିଲା ଦ୍ଵିତୀୟ ସ୍ଥାନ ଅଧିକାର କରି ୫୦୦ ଟଙ୍କା ପୁରସ୍କାର ପାଇଲା। ସେହିଭଳି ତୃତୀୟ ସ୍କୁଲରେ ଭାଗ ନେଇଥିବା ପିଲାଙ୍କ ମଧ୍ୟରୁ ଜଣେ ପିଲା ତୃତୀୟ ସ୍ଥାନ ଅଧିକାର କରି ୨୦୦ ଟଙ୍କା ପୁରସ୍କାର ପାଇଲା।ଏ କଥା ସେହି ବର୍ଷର ରେଜିଷ୍ଟର ଖାତାରେ ଲେଖା ହୋଇ ରହିଲା।
ଏହା ପରେ କିଛି ବର୍ଷ ବିତିଗଲା। ପୁନର୍ବାର ସେହି ସ୍ଥାନରେ ସଭିଙ୍କ ମିଳନ ହେଲା। ସବୁ ପିଲାଙ୍କ ବାପା ମା ମିଶି ବାର୍ତ୍ତା ଆଳାପ କରୁଥିଲେ। କଥା ଛଳରେ ସବୁ ପିଲା ମାନଙ୍କ କଥା ପଡିଥିଲା। ଯେଉଁ ପିଲା ପ୍ରଥମ ସ୍ଥାନ ଅଧିକାର କରିଥିଲା ସେ ତାଙ୍କ ବାପା ମାଙ୍କୁ ଯେତେବେଳେ ସେହି ପିଲା କଥା ପଚରା ଗଲା ସେତେବେଳେ ସେମାନଙ୍କ ଆଖିରୁ ଲୁହ ଗଡି ଆସିଲା। ସେମାନେ କହିଲେ ପୁଅ ବହୁତ ଭଲ ପାଠ ପଢ଼ୁଥିଲା। ତା ପାଠ ପଢ଼ାରେ ସବୁ ଅର୍ଥ ଧନ ସଂପତ୍ତି ଖର୍ଚ୍ଚ ହୋଇଗଲା। ଏବେ ପୁଅ ଆମେରିକାରେ ଚାକିରି କରୁଛି କିନ୍ତୁ ତା ପାଖରେ ସମୟ ନାହିଁ ୫-୬ ବର୍ଷକୁ ମାତ୍ର ଥରେ ଦୁଇ ଥର ଗାଁ କୁ ଆସୁଛି।
ଦ୍ୱିତୀୟ ସ୍ଥାନରେ ରହିଥିବା ପିଲାର ବାପା ମା କହିଲେ ପିଲାଟି ଭଲ ଚାକିରୀ କରିଛି। କିନ୍ତୁ ସେ ତା ସ୍ତ୍ରୀ ପିଲାଙ୍କୁ ନେଇ ଅଲଗା ରହିଛି। ତୃତୀୟ ସ୍ଥାନରେ ରହିଥିବା ପିଲାଟର ବାପା ମା ବହୁତ ଖୁସି ଅଛନ୍ତି ସେମାନେ କହିଲେ ଆମ ପିଲା ଭଲ ପଢ଼ୁ ନଥିଲା, ସେ ଏବେ ବ୍ୟବସାୟ କରୁଛି ଏବଂ ପରିବାର ସହିତ ମିଳିମିଶି ରହିଛି। ଆମେ ବହୁତ ଖୁସି ଓ ଶାନ୍ତିରେ ଅଛୁ।
ତେବେ ଏହା ଥିଲା ପିଲା ଦିନରୁ ତାଙ୍କର ଶିକ୍ଷା ଦୀକ୍ଷାର ଅଭାବ। କାହିଁକି ନା ୧୫ ବର୍ଷ ତଳେ ଯେଉଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ସେଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପିଲାଟିର ବାପା ମା ପିଲାକୁ କହିଥିଲେ ସେହି ହଜାରେ ଟଙ୍କା ତୁ ରଖ ଖର୍ଚ୍ଚ କରିବୁ।
ଦ୍ୱିତୀୟ ପିଲାର ବାପା ମା ବି ସେଇ କଥା ତାଙ୍କ ପିଲାକୁ କହିଥିଲେ। କିନ୍ତୁ ତୃତୀୟ ପିଲାଟି ପାଇଥିବା ୨୦୦ ଟଙ୍କାକୁ ସମାନ ଭାବରେ ପ୍ରତିଯୋଗିତାରେ ଭାଗ ନେଇଥିବା ତାର ୨୦ ଜଣ ସାଥୀ ପିଲାଙ୍କ ମଧ୍ୟରେ ବାଣ୍ଟି ଦେଇଥିଲା। ଏହା ଥିଲା ତୃତୀୟ ପିଲାର ଶିକ୍ଷା ଦିକ୍ଷା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।