ସବୁ ସମୟ ଖବର ସାଥିରେ

କଣ ଆପଣଙ୍କ ହାତର ପାପୁଲିରେ ( M ) ଚିହ୍ନ ଅଛିକି?- ଭୟଙ୍କର କଥା ଜାଣନ୍ତୁ….

0 12

ଆପଣ ମାନେ ହାତର ପାପୁଲିକୁ ଦେଖି ଅଧିକାଂଶ ଲୋକ ସେହି ଲୋକର ଚରିତ୍ର, ଗୁଣ ଓ ଭବିଷ୍ୟତ ବିଷୟରେ କହି ଦେଉଥିବାର ଦେଖି ଥିବେ | ହାତ ପାପୁଲିରେ ଏମିତି କିଛି ସତ୍ୟ ଲୁଚି ରହିଥାଏ ଯାହା ଆମେ କେବେ ଜାଣି ପାରି ନ ଥାଉ | କିନ୍ତୁ ତାହାର ମହତ୍ୱ ବହୁତ ଅଧିକ ମାତ୍ରାରେ ରହି ଥାଏ | ଆପଣ ମାନେ ଟିଭି ମାନଙ୍କରେ ଦେଖି ଥିବେ ଯେ ସ୍ତ୍ରୀ ମାନଙ୍କର ହାତ ରେଖା ଦେଖି ସେମାଙ୍କ ପତିଙ୍କ ବିଷୟରେ ଜଣା ପଡି ଯାଇଥାଏ | ଅର୍ଥାତ ହାତର କିଛି ରେଖା ଏପରି ହୋଇ ଥାଏ ଯାହା ଆମକୁ ଏକ ଅକ୍ଷର ପରି ଦେଖା ଯାଇଥାଏ | ଆଜି ଆମେ ଆପଣଙ୍କୁ ହାତ ପାପୁଲିରେ ଥିବା ଇଂରାଜୀ ଅକ୍ଷର M ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ | ଆସନ୍ତୁ ଜାଣିବା ସେ ସମ୍ପର୍କରେ |

ଯଦି କୌଣସି ବ୍ୟକ୍ତିଙ୍କ ହାତରେ ଏହି ଅକ୍ଷର ଦେଖା ଯାଉଛି ତାହେଲେ ସେମାନଙ୍କ ଭାଗ୍ୟ ବହୁତ ଭଲ ହୋଇ ଥାଏ | ଲାଇଫ ଲାଇନ, ଲକ ଲାଇନ, ହୃଦୟର ରେଖା ଓ ମାଇଣ୍ଡ ଲାଇନ ରେଖା ଗୁଡିକ ମିଶି କରି M ଅକ୍ଷରଟି ସୃଷ୍ଟି ହୋଇ ଥାଏ | ଯେଉଁ ବ୍ୟକ୍ତିଙ୍କ ହାତରେ ଏହି M ଅକ୍ଷର ଦେଖା ଯାଇ ଥାଏ ସେମାନେ ବହୁତ ବୁଦ୍ଧିମାନ ହୋଇ ଥାନ୍ତି | ତ ସହିତ କୌଣସି ବ୍ୟବସାୟରେ ପାର୍ଟନର ହୋଇ ଥାନ୍ତି |

ଯଦି ଆପଣ କାହାକୁ ଭଲ ପାଉଛନ୍ତି ଓ ତାଙ୍କ ହାତରେ ଏହି ଅକ୍ଷର ରହି ଅଛି ତାହେଲେ ଆପଣ ତାଙ୍କୁ କେବେ ମିଛ କହି ପାରିବେ ନାହିଁ | କାରଣ ସେମାନେ ଯେ କୌଣସି ମିଛକୁ ବହୁତ ସହଜରେ ଧରି ଦେଇ ଥାନ୍ତି | ଏମାନଙ୍କ ସିକ୍ସ ସେନ୍ସ ବହୁତ ଶକ୍ତିଶାଳୀ ହୋଇ ଥାଏ | ଏମାନେ ମନର କଥାକୁ ବହୁତ ଶୀଘ୍ର ବୁଝି ନେଇ ଥାନ୍ତି | ସ୍ତ୍ରୀ ବା ପୁରୁଷ ଦୁହିଁଙ୍କ ହାତରେ ଏହି ଅକ୍ଷର ରହି ଥିଲେ ସେମାନେ ଦୁହେଁ ଦୁହିଁଙ୍କ ପାଇଁ ଉଚ୍ଚ କୋଟିର ପାର୍ଟନର ହୋଇ ପାରି ଥାନ୍ତି |
ଏପରି ଲୋକ ଜୀବନରେ ଯେ କୌଣସି ସମସ୍ୟକୁ ସମାଧାନ କରିବାର କ୍ଷମତା ରଖିଥାନ୍ତି | ବହୁତ ଭାଗ୍ୟବାନ ସହିତ ବହୁତ ସାହସୀ ମଧ୍ୟ ହୋଇ ଥାନ୍ତି | ସମସ୍ତ କାର୍ଯ୍ୟରେ ସଫଳ ହୋଇ ଥାନ୍ତି | ଏମାନେ ଭକ୍ତି ସହକାରେ ଭଗବାନଙ୍କ ମନ ଜିଣି ପାରିଥାନ୍ତି ଓ ବହୁତ ଶୀଘ୍ର ଆଶୀର୍ବାଦ ଲାଭ କରି ଥାନ୍ତି | ଏମାନଙ୍କର ଏକ ଦୁର୍ଲଭ ଗୁଣ ହେଉଛି କି ଏମାନେ ନିଜର ବନ୍ଧୁକୁ ଭଲ ପାଇଥାନ୍ତି ଓ ଏମାନଙ୍କର ଭାଗ୍ୟ ମଧ୍ୟ ଚମକି ଉଠିଥାଏ |
ଏହାର ଏକ ମୁଖ୍ୟ କଥା ହେଉଛି ଯୋଉଁ ବ୍ୟକ୍ତି ଡାହାଣ ହାତରେ ସମସ୍ତ କାର୍ଯ୍ୟ କରୁଥାନ୍ତି ଏବଂ ତାଙ୍କର ବାମ ହାତରେ ଆଜି M ଚି଼ହ୍ନ ରହିଛି ତାହେଲେ ଏହା ବହୁତ ଫଳପ୍ରଦ ହୋଇ ଥାଏ | ଆଉ ଯଦି ଆପଣ ବାମ ହାତରେ କାର୍ଯ୍ୟ କରନ୍ତି ତାହେଲେ ଏହା ଡାହାଣ ହାତରେ ରହିଲେ ଫଳପ୍ରଦ ହୋଇ ଥାଏ | ଆଉ ଯଦି ଆପଣଙ୍କର ଦୁଇ ହାତରେ ରହି ଥାଏ ତାହେଲେ ଆପଣ ବହୁତ ଭାଗ୍ୟ ବାନଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।