
shocking ଭିଡ଼ିଓ – ନବମ ଶ୍ରେଣୀରୁ ବିବାହ ପାଇଁ ଜୋର୍ କରୁଥିଲେ ପରିବାର ଲୋକେ,ଘର ଛାଡି ପଳେଇଗଲେ ଯୁବତୀ ଜଣକ ତାପରେ ଯାହା ହେଲା ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ଝିଅଟିଏ ବଡ ହୋଇଗଲେ ବାପା ମାଙ୍କର ଗୋଟିଏ ଚିନ୍ତା କିପରି ଭଲ ବର ଆଉ ଭଲ ଘର ଟିଏ ଦେଖି ଝିଅଟିକୁ ବିବାହ କରି ଦେବେ । ଯେମିତି ଝିଅଟିଏ ସୁଖ ଶାନ୍ତିରେ ନିଜ ଜୀବନ ଅତି ବାହିତ କରିପାରିବ। କିନ୍ତୁ ଝିଅଟିଏ ସଠିକ କେତେ ବୟସରେ ବିବାହ କରିବ, ସେଥି ପାଇଁ ଅନେକ ସମୟରେ ଅନେକ ବାଧା ଉପୁଜିଛି । ଖାସ କରି ଉଚ୍ଚଶିକ୍ଷିତ ଝିଅ ମାନେ ବିଳମ୍ବରେ ବିବାହ କରିବା ଠିକ ଭାବୁଥିବା ବେଳେ ଗ୍ରାମାଞ୍ଚଳରେ ଯାହା ଘରେ ଅଧିକ ଝିଅ ,ଝିଅର ଟିକେ ବୟସ ହୋଇଗଲେ ତାକୁ ବିବାହ କରାଇ ଦିଅନ୍ତି। ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ।
ତେବେ ଆମ ଦେଶରେ ବିବାହକୁ ନେଇ ନିର୍ଦ୍ଦିଷ୍ଟ ବୟସ ରଖା ଯାଇଛି। ପୂର୍ବରୁ ଆମ ଦେଶରେ ଝିଅଟିଏ ୧୮ ଏବଂ ପୁଅ ଟିଏ ୨୧ ବର୍ଷରେ ବିବାହ କରିପାରିବେ ବୋଲି ଆଇନ ରହିଥିଲା ଯାହାକୁ ବଦଳାଇ ବର୍ତ୍ତମାନ୍ ଉଭୟଙ୍କ ବିବାହ ବୟସ ସୀମା ୨୧କୁ ଧାର୍ଯ୍ୟ କରା ଯାଇଛି।
ତେବେ ଏହି ନିୟମକୁ ଉଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ରହିଛି। ତେବେ ପ୍ରଶାସନ ପକ୍ଷରୁ ବାଲ୍ୟବିବାହ ରୋକିବା ପାଇଁ ସବୁପ୍ରକାର ପଦକ୍ଷେପ ନିଆଯାଇଥିବ ସ୍ଵତେ ମଧ୍ୟ ଅଧିକାଂଶ ସମୟରେ କମ ବୟସର ଝିଅକୁ ବିବାହ ଦେବା ଭଳି ଅଭିଯୋଗ ସମ୍ନାକୁ ଆସୁଛି।
ତେବେ ପୁଣି ଥରେ ନାବାଳିକାଙ୍କ ଇଚ୍ଛା ବିରୁଦ୍ଧରେ ପରିବାର ଲୋକେ ଜୋର କରି ବିବାହ କରିବାକୁ ବାଧ୍ୟ କରୁଥିବାର ଅଭିଯୋଗ ଆସିଛି। ତେବେ ଅଭିଯୋଗ ନିଜେ ନାବାଳିକା ଜଣକ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରୁ। ତେବେ ନାବାଳିକା ଜଣକ ନବମ ଶ୍ରେଣୀରେ ପାଠ ପଢନ୍ତି।
ତେବେ ନାବାଳିକାଙ୍କୁ ତାଙ୍କ ପରିବାର ଲୋକେ ଜୋଜବରଦସ୍ତି ବିବାହ ବନ୍ଧନରେ ବାନ୍ଧି ଦେବାକୁ ଚାହୁଁଛନ୍ତି। ନାବାଳିକା ଜଣକ ବିବାହ ପାଇଁ ରାଜି ନ ହେବାରୁ ତାଙ୍କୁ ମାଡ଼ ମଧ୍ୟ ମାରା ଯାଇଥିବାର କହିଛନ୍ତି। ତେବେ ନାବାଳିକା ଜଣକ ଘର ଛାଡ଼ିବା ପାଇଁ ବାଧ୍ୟ ହୋଇଛନ୍ତି।
ଯେହେତୁ ନାବାଳିକା ଜଣକ ଗାଁ ସୋର ଅଞ୍ଚଳରେ ତେଣୁ ସେ ସୋର ପୋଲିସ୍ ଷ୍ଟେସନରେ ଯାଇ ପହଁଞ୍ଚି ଥିଲେ। ଏହା ପରେ ନାବାଳିକା ଜଣକ ଥାନା ଅଧିକାରୀଙ୍କୁ ସବୁକଥା ଜଣାଇ ଥିଲେ। ନାବାଳିକା ଜଣକ ନବମ ଶ୍ରେଣୀ ପାସ କରି ଦଶମ ଶ୍ରେଣୀ ହୋଇଛି। ସେ ଆଗକୁ ପାଠ ପଢ଼ିବା ପାଇଁ ଚାହୁଁଚି।
କିନ୍ତୁ ପରିବାର ଲୋକେ ନାବାଳିକାଙ୍କୁ ବାଧ୍ୟ କରୁଥିଲେ ବିବାହ ପାଇଁ। ତେବେ ନାବାଳିକା ଜଣକ ଘରୁ ଲୁଚି ସିଧା ଯାଇ ଥାନାରେ ପହଞ୍ଚିଥିଲେ। କାହିଁକି ନା ନାବାଳିକା ଆଉ ଯୁଆଡେବି ଯାଇଥାନ୍ତେ ପରିବାର ଲୋକ ଖୋଜି ଆଣି ବିବାହ ପାଇଁ ବାଧ୍ୟ କରିଥାନ୍ତେ। ତେଣୁ ନାବାଳିକା ଜଣକ ଅତି ଚତୁରତାର ସହିତ ଥାନକୁ ଚାଲି ଯାଇଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।