
viral ଭିଡ଼ିଓ – omg ! ଗୁଆଘିଅ ଗୀତର ଧୂଳି ଉଡ଼ାଇ ନାଚିଲେ ଦଶମ ଶ୍ରେଣୀ ଛାତ୍ର ,ଭିଡ଼ିଓ ଦେଖିଲେ ହସି ହସି ଗଡିବେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ଇଣ୍ଟରନେଟ୍ ଯୁଗରେ ଲୋକ ମାନେ ସବୁକିଛି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଏମିତି କି ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଯେଉଁ ସବୁ ଘଟଣା ଘଟି ଚାଲିଛି ତାହା ଆମେ ଗୋଟିଏ ସ୍ଥାନରେ ରହି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛୁ। ଏବଂ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଗୁଡିଏ ଭିଡିଓ ଭାଇରାଲ ମଧ୍ୟ ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ମାଧ୍ୟମରେ ଲୋକେ ଏଠି ରାତାରାତି ଷ୍ଟାର ପାଲଟି ଯାଉଛନ୍ତି। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓ ଗୁଡ଼ିକ ଲୋକ ମାନଙ୍କ ମନୋରଞ୍ଜନ ମଧ୍ୟ କରି ପାରୁଛି।
ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ଆପଣ ଆଗରୁ କେବେ ଶୁଣି ନଥିବେ। ଦେଶରେ ଦୀର୍ଘଦୁଇ ବର୍ଷ ଧରି କୋଭିଡ-୧୯ର ପରିସ୍ଥିତିକୁ ଆଖି ଆଗରେ ରଖି ପରୀକ୍ଷା ଗୁଡ଼ିକ ବାତିଲ କରାଯାଇଥିଲା ଓ କିଛି ପରୀକ୍ଷାକୁ ଅନଲାଇନରେ କରଯାଇଥିଲା।
କିନ୍ତୁ କୋଭିଡ ପରିସ୍ଥିତିରେ କିଛିଟା ସୁଧାର ଆସିବା ପରେ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଅଫଲାଇନ ରେ କରାଯିବାର ନିଷ୍ପତି ନିଆ ଯାଇଥିଲା।ତେବେ ଆପଣ ମାନେ ଜାଣିଥିବେ ଚଳିତ ବର୍ଷର ଦଶମ ଶ୍ରେଣୀର ପରୀକ୍ଷା ଆଜି ସରି ଯାଇଛି। ତେବେ ପରୀକ୍ଷା ସରିବା ପରେ ଏମିତି ଏକ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ପୁର୍ବରୁ କେବେ ଦେଖିବାକୁ ମିଳିନାହିଁ।
ପରୀକ୍ଷା ସାରିବା ପରେ ପରୀକ୍ଷା କେନ୍ଦ୍ରରୁ ବାହାରି ଛାତ୍ରମାନେ ମତୁଆଲା ହୋଇ ଡିଜେର ତାଳେ ତାଳେ ନାଚି ଉଠିଛନ୍ତି। ସତେ ଯେମିତି କେଉଁ ସାଙ୍ଗର ବରଯାତ୍ରୀରେ ଯାଉଛନ୍ତି। ପରୀକ୍ଷା ସାରିବ ପରେ ସ୍କୁଲ ଗେଟରୁ ବାହାରି ଏହି ଡିଜେ ବଜାଇ ଶୋଭାଯାତ୍ରାରେ ବହାରି ପଡ଼ିଥିଲେ କିଛି ଛାତ୍ର। ଡିଜେ ବଜାଇ ପୂରା ଗାଁ ବୁଲିଥିଲା। ମାଟ୍ରିକ ପରୀକ୍ଷା ସରିବା ଖୁସିରେ ସ୍କୁଲ ଛାତ୍ରମାନଙ୍କ ଏଭଳି ଉଦଣ୍ଡ ନୃତ୍ୟ ଆଜି ସାଧାରଣରେ ଉଦବେଗର ବିଷୟ ହୋଇଛି।
ଏହି ଭିଡ଼ିଓ ହେଉଛି ଗଞ୍ଜାମ ଦିଗପହଣ୍ଡି ବ୍ଲକ ବୋମକାଇ ଅଞ୍ଚଳର। ସେହି ଅଞ୍ଚଳର ଥିବା ଶିବାନନ୍ଦ ହାଇସ୍କୁଲର ଛାତ୍ରମାନେ ସେଠାରେ ପରୀକ୍ଷା ଦେଇ ଥିଲେ। ଏହା ପରେ ପରୀକ୍ଷା ସରିବା ପରେ ସେଠାକୁ ଡିଜେ ଆସିଥିଲା। ତେବେ ପରୀକ୍ଷା କେନ୍ଦ୍ରରୁ ବାହାରିବା ପରେ ହିଁ ନାଚଗୀତରେ ମତୁଆଲ ହୋଇଥିଲେ କିଛି ଛାତ୍ରମାନେ। ପିଲା ମାନଙ୍କ ଏଭଳି ମତୁଆଲା ଡାନ୍ସ ଦେଖି ସ୍ଥାନୀୟ ଲୋକମାନେ ଆଚମ୍ବିତ ହୋଇ ଯାଇଥିଲେ।
ମୁଖ୍ୟ ରାସ୍ତା ଉପରେ ପିଲାମାନେ ସ୍କୁଲ ୟୁନିଫର୍ମ କାଢି ବେପରୁଆ ଢଙ୍ଗରେ ଯେଉଁ ଭଳି ଡାନ୍ସ କରୁଛନ୍ତି ତାହା ତାହା ପୁର୍ବରୁ କେବେ ଦେଖିବାକୁ ମିଳିନଥିଲା। ତେବେ ଆଜି ଏହି ଭିଡ଼ିଓ ଭାଇରାଲ ହେବା ପରେ ଛାତ୍ରମାନଙ୍କ ଶିକ୍ଷା ଗ୍ରହଣ ତରିକା ଓ ତାଙ୍କ ଉଜ୍ୱଳ ଭବିଷ୍ୟ ଉପରେ ଅଲୋଚନା ଆରମ୍ଭ ହୋଇଛି। ସେମାନଙ୍କ ଭବିଷ୍ୟତ ଉପରେ ଏକ ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ପିଲମାନଙ୍କର ଏଭଳି ମତୁଆଲା ଡାନ୍ସ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।