ସବୁ ସମୟ ଖବର ସାଥିରେ

Dr. Vlnltha Wills -ପାଟିରୁ ଦୁର୍ଗନ୍ଧ [ Bad Breath ]ବାହାରୁଛି କି?..ଏହାର କାରଣ,ଲକ୍ଷଣ ଜଣାନ୍ତୁ…!

0 18

ଦାନ୍ତ ଆମ ମୁଖର ସୌନ୍ଦର୍ଯ୍ୟକୁ ବଢାଇବା ସହିତ ଆମକୁ ଖାଦ୍ୟ ଖାଇବାରେ ସହାୟକ କରି ଥାଏ | ଆଜିକାଲି ଦାନ୍ତ ସମସ୍ୟା ବହୁଳ ପରିମାଣରେ ଦେଖା ଗଲାଣି ଯେମିତି କି ଦାନ୍ତର ମୂଳ ଯନ୍ତ୍ରଣା ହେବା, ପୋକ ଲାଗିବା, ରକ୍ତ ବାହାରିବା ଇତ୍ୟାଦି | ବହୁତ ଲୋକଙ୍କ ଠାରେ ଏହି ପ୍ରକାର ସମସ୍ୟା ଦେଖାଯାଏ ଯେ ସେମାନେ ଯେତେ ପ୍ରକାର ଟୁଥ ପେଷ୍ଟ ଦେଇ ଦାନ୍ତ ଘସିଲେ ମଧ୍ୟ ସେମାନଙ୍କ ଦାନ୍ତ ହଳଦିଆ ଦେଖାଯାଏ | କଥା କହିଲେ ପାଟି ଗନ୍ଧ କରିଥାଏ |ଦାନ୍ତ ର ମୂଳ ଖାଇ ଯାଇଥାଏ |ଯାହା ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇ ଥାଏ |ଆପଣଙ୍କ ସହିତ ଅନ୍ୟ ମାନେ କଥା କହିବାକୁ ପସନ୍ଦ କରନ୍ତି ନାହିଁ |ଦାନ୍ତ ମଣିଷ ର ସୌନ୍ଦର୍ଯ୍ୟ ର ଏକ ଅଂଶ ଅଟେ | ଯଦି ଦାନ୍ତ ହଳଦିଆ ଦେଖାଯାଏ ଆପଣଙ୍କ ଚେହେରା ମଧ୍ୟ ସୁନ୍ଦର ଦେଖା ଯାଏ ନାହିଁ |
ଦାନ୍ତରେ ଅଧିକ ପରିମାଣରେ କ୍ୟାଲସିୟମ ଦ୍ୱାରା ଗଠନ ହୋଇ ଥାଏ | ଏହା ସହିତ ବିଭିନ୍ନ ମିନେରାଲସ ଓ ଫୋସ୍ଫୋରସ ଇତ୍ୟାଦି ବହୁତ ଦରକାର ହୋଇ ଥାଏ ସୁସ୍ଥ ଦାନ୍ତ ଗଠନ ହେବା ପାଇଁ | ଏହି ସବୁର ଅଭାବ ଶରୀରରେ ଦେଖା ଗଲେ ଦାନ୍ତ ସମସ୍ୟା ଆରମ୍ଭ ହୋଇ ଥାଏ | ଅନେକ ସମୟରେ ଅନେକଙ୍କ ଦାନ୍ତରେ ଦାନ୍ତଆରିସା ହୋଇଥାଏ ଯାହା ପାଇଁ ଏହି ପରି ସମସ୍ୟା ହୋଇ ଥାଏ |ଏହା ଯୋଗୁଁ ଆପଣଙ୍କ ଦାନ୍ତ ଯନ୍ତ୍ରଣା ମଧ୍ୟ କରିଥାଏ l ଦାନ୍ତ ଅଳ୍ପ ବୟସ ରୁ ହଲିବା ଆରମ୍ଭ ହୋଇଯାଏ |ଏହି ସବୁ ସମସ୍ୟାରୁ ମୁକ୍ତି ପାଇଁ ଆପଣ କେବଳ ଏହି ସବୁ ଜିନିଷ ମିଶେଇ ଦାନ୍ତ ସଫା କରନ୍ତୁ ଆପଣଙ୍କ ଦାନ୍ତ ଜନିତ ସମସ୍ତ ସମସ୍ୟା ଦୂର ହେବ | ଏହା ସମ୍ପୂର୍ଣ ରୂପେ ଏକ ଘରୋଇ ଉପଚାର ଅଟେ | ଏହାକୁ ବ୍ୟବହାର କଲେ ଆପଣଙ୍କର କୌଣସି କ୍ଷତି ହେବ ନାହିଁ | ତେବେ ଜାଣିବା ସେହି ବିଷୟରେ|
ଆବଶ୍ୟକ ସାମଗ୍ରୀ :-
1.ସୋରିଷ ତେଲ
2. ଲୁଣ
3. ହଳଦୀ
4. ଗାଜର
ପ୍ରସ୍ତୁତ ପ୍ରଣାଳୀ :-ପ୍ରଥମେ ଗୋଟିଏ କଟୋରି ରେ ଅଧ ଚାମଚ ଶୋରିଷ ତେଲ ନିଅ ଯାହାକି ଆମ ଦାନ୍ତ ପାଇଁ ବହୁତ ଉପକାରୀ ଅଟେ l ତାପରେ ଏଥିରେ ଏକ ଚୁଟକୀ ଲୁଣ ମିଶାନ୍ତୁ l ତାପରେ ସେଥିରେ ଏକ ଚୁଟକୀ ହଳଦୀ ଗୁଣ୍ଡ ମିଶାନ୍ତୁ l ତାପରେ ସେଥିରେ ଅଧା ଚାମଚ ଗାଜର ଗୁଣ୍ଡ ମିଶାଇ ଦିଅନ୍ତୁ lଏହା କୁ ଭଲ ଭାବରେ ଫେଣ୍ଟି ଦିଅନ୍ତୁ | ଏବେ ଆମର ଏହି ରେମେଡିଟି ବନି ପ୍ରସ୍ତୁତ ହୋଇ ଗଲା |
ବ୍ୟବହାର :-ଏହାପରେ ଏହି ପେଷ୍ଟ କୁ ଭଲ ଭାବରେ ନେଇ ଦାନ୍ତ ଘସନ୍ତୁ l ହାତରେ କିମ୍ବା ବ୍ରସ ରେ ଘସି ପାରିବେ l ଦେଖିବେ ଧୀରେ ଧୀରେ ଆପଣଙ୍କ ଦାନ୍ତ ପୁରା ଧଳା ହୋଇଯିବ l ଦାନ୍ତ ଜନିତ ସମସ୍ତ ରୋଗ ଦୂର ହୋଇଯିବ|ଏହାକୁ ନିୟମିତ କରିଲେ ଆପଣଙ୍କ ଦାନ୍ତ ଜନିତ ସମସ୍ୟା କେବେ ରହିବ ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।