
ସତ ହେଲା କି ମାଳିକା ବଚନ ? ସମୁଦ୍ର କୂଳରେ ଲାଗିଲା ସୁନାର ରଥ…ସାରା ବିଶ୍ବରେ ଆରମ୍ଭ ହେଲା ଚର୍ଚା – ଦେଖନ୍ତୁ Video
ବହୁତ ସମୟରେ ସମୁଦ୍ର କୂଳରେ ବହୁତ ଜିନିଷ ମିଳିଥାଏ, ତେବେ କୁହାଯାଏ କି ସମୁଦ୍ର କେବେ କିଛି ନେଇ ନିଜ ପାଖରେ ରଖେ ନାହିଁ ସେ ଯେମିତି ହେଉ ତାହା ଫେରେଇ ଦିଏ ।ତେବେ ଅନେକ ସମୟରେ ବହୁତ ମୂଲ୍ୟବାନ ଜିନିଷ ଏହି ସମୁଦ୍ର କୂଳରୁ ମିଳିଥାଏ, ତେବେ ନିକଟରେ ଗୋଟିଏ ସୁନା ରଙ୍ଗ ର ରଥ ମିଳିଛି ସମୁଦ୍ର କୂଳରୁ, ଯାହା ଭାସି ଭାସିଥିଲା ଆନ୍ଧ୍ରପ୍ରଦେଶ କୁ ।ତେବେ ଏହି ରଥକୁ ନେଇ ବିଭିନ୍ନ ତର୍ଜମା ଏବେ ଚାଲିଛି କିନ୍ତୁ ଏଥିରେ ଏକ ରତ୍ନ ପଥର ରହିଥାଏ କିନ୍ତୁ ତାହା ଏହି ରଥରେ ନାହିଁ ଆଉ ଏ ନେଇ ବିଭିନ୍ନ ପ୍ରଶ୍ନ ଆସୁଛି ।
ତେବେ ଘଟଣା କ୍ରମେ ଏକ ସୁବର୍ଣ୍ଣ ରଥ ଯାହା ଭାସି ଭାସି ଆସିଥିଲା ଆନ୍ଧ୍ରପ୍ରଦେଶ ର ଶୀକାକୂଲମକୁ,ତେବେ ଏପରି ଏକ ରଥ କୁ ଭାସି ଆସି ଥିବାର ଦେଖି ଲୋକମାନେ ରଥକୁ ସମୁଦ୍ରରୁ ଉଦ୍ଧାର କରିଥିଲେ ।
ତାହା ପରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଥିଲା ସମସ୍ତଙ୍କ ମନରେ,ଯେମତି କୋଉଠୁ ଆସିଲା ଏହି ସୁନାର ରଥ, ଏମିତି ରଥ ଭାସି ଆସିବାର ମାନେ କଣ , କଣ ସତରେ ମାଳିକା ଵଚନ ସତ୍ୟ ହେବାକୁ ଯାଉଛି କି।ତେବେ ସବୁପରେ ବିଶେଷଜ୍ଞ ମାନେ ଏହି ରଥକୁ ଦେଖି ଯାହା କହିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ।
ଗବେଷକ ମାନଙ୍କ କହିବା ଅନୁଯାୟୀ ଏହି ସୁନା ରଙ୍ଗ ର ରଥ ଟି ଥାଇଲାଣ୍ଡ ରୁ ଆସିଅଛି ବୋଲି , କାରଣ ସାଧାରଣ ଭାବରେ ଥାଇଲାଣ୍ଡ ରେ ଯେଉଁ ଭଳି ଡିଜାଇନ ରେ ଘର ତିଆରି କରାଯାଏ ଏହି ରଥ ଟି ସେହିପରି ରହିଛି ଏବଂ ଏହି ରଥରେ ମାଲେସିଆ ଭାଷା ରେ କିଛି ଲେଖା ରହିଛି ମଧ୍ୟ। ତେବେ ସୂଚନା ଅନୁସାରେ, ବର୍ତ୍ତମାନ ର ବାତ୍ୟା ଅସାନି ର ପ୍ରଭାବ ରେ ଏହି ସୁନା ରଙ୍ଗ ର ସୁବର୍ଣ୍ଣ ରଥ ଟି ସମୁଦ୍ର ରେ ଭାଷୀ ଭାସି ଆସି ଆନ୍ଦ୍ରପ୍ରଦେଶ ର ଶିକାକୂଲମ ସମୁଦ୍ର କୁଳ ରେ ଲାଗିଥିଲା।
ତେବେ ଏହି ସମୁଦ୍ର ପାଖରେ ଆଖ ରେ ଥିବା ମସ୍ୟଜୀବୀ ମାନେ ପ୍ରଥମେ ଏହି ସୁନେଲି ରଙ୍ଗ ର ରଥ ଟିକୁ ସମୁଦ୍ର ରେ ଦେଖିଥିଲେ ଆଉ ତାହାକୁ ଉଦ୍ଧାର କରି କୁଳ କୁ ଆଣିଥିଲେ। ତେବେ ଏହି ଘଟଣା ଟିକୁ କିଛି ଜ୍ଞାନୀ ପଣ୍ଡିତ ବ୍ୟକ୍ତି ମାନେ ମାଳିକା ରେ ବର୍ଣ୍ଣିତ ଘଟଣା ସହ ତୁଳନା କରିଥିଲେ।
ତେବେ ଆମ ପୁରାଣ ଶାସ୍ତ୍ର ଅନୁସାରେ ଦିନେ ଏହିପରି ଏକ ବଡ଼ ଦାରୁ ସମୁଦ୍ର ରେ ଭାସି ଭାସି ଆସି କୂଳରେ ଲାଗିଥିଲା ଆଉ ସେହି ଦାରୁ ରୁ ଭଗବାନ ଶ୍ରୀ ଜଗନ୍ନାଥ ବିଶ୍ଵକର୍ମା ଙ୍କ ହାତରେ ଗଢ଼ା ହୋଇଥିଲେ। ଆଉ ଆଜି ଏହି ସୁନାର ରଥ ଆସି ଆନ୍ଦ୍ର ରେ ଲାଗିଛି। ତେବେ ଏହି ଘଟଣା ଟିକୁ ନେଇ ଚାରିଆଡ଼େ ଖୁବ ଚର୍ଚ୍ଚା ରହିଛି ,ତେବେ ଦେଖା ଯାଉ କଣ ଏହା ଆମ ମାଳିକା ର ଭବିଷ୍ୟତ ବାଣୀ ଙ୍କୁ ଦର୍ଶାଇଛନ୍ତି କି ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।