ସବୁ ସମୟ ଖବର ସାଥିରେ

ସରିଲା କଳିଯୁଗ ! ବଲାଙ୍ଗିରରେ ଆଶ୍ଚର୍ଯ୍ୟ ଜନକ ଘଟଣା,ବାବା କପିଳେଶ୍ୱର ମନ୍ଦିରରେ କ୍ଷୀର ପିଉଛନ୍ତି ବୃଷଭ…ଦେଖନ୍ତୁ ଏହି viral ଭିଡ଼ିଓ…

0 14

ଭଗବାନଙ୍କ ଲୀଳାକୁ ବୁଝିବା ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବ ନୁହେଁ। ସେ କେତେବେଳେ କେଉଁ ରୂପରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ ତା କାହାକୁ ବି ଜଣା ନାହିଁ। ତେବେ ଆପଣ ଭଗବାନ ଭୋଳା ଶଙ୍କରଙ୍କ ଅନେକ ଚମତ୍କାରିତା ଦେଖିଥିବେ ଓ ଶୁଣିବାକୁ ପାଇଥିବେ। କେତେବେଳେ କେଉଁ ଗଛରୁ କ୍ଷୀର ଝରିଲାନି ତ ଆଉ କେତେବେଳେ ଆଉ କେତେବେଳେ ଭଗବାନ ରୁଟି କରେ ମଧ୍ୟ ଦର୍ଶନ ଦେଉଛନ୍ତି ବୋଲି ଚର୍ଚ୍ଚା ହୋଇଥାଏ। ତେବେ ବର୍ତ୍ତମାନ ସମୟରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳୁଛି ଯାହା ଆପଣଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିବ। ଆପଣ ଏହାକୁ କେବେବି ବିଶ୍ଵାସ କରି ପାରିବେ ନାହିଁ। ଏଠାରେ ଦେଖିବାକୁ ମିଳୁଛି ଯେ ଭଗବାନ ଭୋଳା ଶଙ୍କରଙ୍କ ବାହନ ବୃଷଭ କ୍ଷୀର ପିଉଥିବାର।
ହଁ ଆଜ୍ଞା ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକରେ। ପାଟଣାଗଡ଼ ଅନ୍ତର୍ଗତ ଖୁଣ୍ଟସମଲାଇ କପିଳେଶ୍ୱର ବାବା ମନ୍ଦିରରେ ବୃଷଭଙ୍କ କ୍ଷୀର ପିଆଉ ଛନ୍ତି ଲୋକେ। ଯେଉଁ ଯାହା ବାବଦରେ ଜଣା ପଡ଼ିବା ପରେ ବିଭିନ୍ନ ଗ୍ରାମରୁ ଲୋକେ ଆସି ଶିବ ମନ୍ଦିରରେ ଥିବା ବୃଷଭମାନଙ୍କୁ କ୍ଷୀର ପିଆଉଛନ୍ତି। ଏଭଳି ଭିଡିଓ ଭାଇରାଲ ପରେ ପ୍ରାୟ ଶିବ ମନ୍ଦିରରେ ବେଶ୍ ଥିବାର ଭିଡ଼ ପରିଲକ୍ଷିତ ହୋଉଛି।
ଗତକାଲି ଜଣେ ଗ୍ରାମବାସୀ ସନ୍ଧ୍ୟା ୬ ଘଟିକାରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ପାଇଥିଲେ ଏହାପରେ ସେ ନିଜେ କ୍ଷୀର ଆଣି ବୃଷଭଙ୍କୁ ପିଆଇ ଥିଲେ ଆଉ ତାଙ୍କ କହିବା ଅନୁଯାୟୀ ବୃଷଭ କ୍ଷୀର ପିଇଥିଲା। ଏହାପରେ ଏହି ଖବର ବ୍ୟାପି ଯାଇଥିଲା ଏହାପରେ ଗ୍ରାମର ବିଭିନ୍ନ ଲୋକେ ଆସି ବୃଷଭଙ୍କୁ କ୍ଷୀର ପିଆଇ ଥିଲେ। ଏହାପରେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥଲଆଉ ଭକ୍ତମାନେ ଭିଡ ଜମାଇଥିଲେ ମନ୍ଦିର ପରିସର ଭିତରେ। ମନ୍ଦିର ଭିତରେ ଏଭଳି ଚମତ୍କାରିତା ଦେଖି ଭକ୍ତ ମାନେ ଭାବ ବିହ୍ବଳ ହୋଇ ପଡିଛନ୍ତି ଓଁ ନମଃ ଶିବାୟ ଧ୍ବନିରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା।

ତେବେ ଏଭଳି ଚମତ୍କାର ଦେଖି ଭକ୍ତ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଭକ୍ତ ମାନେ ଭଗବାନ ଏ କି ଚମତ୍କାର ଦେଖିବା ପାଇଁ ଖୁବ୍ ବ୍ୟାକୁଳ ହୋଇ ରହିଛନ୍ତି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅନ୍ତର୍ଗତ ଖୁଣ୍ଟସମଲାଇ କପିଳେଶ୍ୱର ବାବା ମନ୍ଦିରରେ ଘଟିଛି ଏହି ଘଟଣା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।ଏହି ଶିବ ମନ୍ଦିରରେ ବୃଷଭ କ୍ଷୀର ପିଉଥିବା ନେଇ ପ୍ରଚାର ଚାଲିଛି।ଯାହା ଫଳରେ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଏ ଘଟଣା ସତ କି ଗୁଜବ ଏହା ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଚହଳ ପକାଇ ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।