
ସାମ୍ନାକୁ ଆସିଲେ ନନ୍ଦିନୀ ; ମୁଁହ ଖୋଲି କହିଲେ ସେଦିନ ରାତିରେ ତାଙ୍କ ସହ କ’ଣ ହୋଇଥିଲା Audio ଆଉ କାହିଁକି ସେ ଘରୁ ପଳେଇ ଥିଲେ ଚାଞ୍ଚଲ୍ୟକର ତଥ୍ୟ
ବନ୍ଧୁଗଣ ଯେତେବେଳେ କିଛି ଘଟଣା ପୁରୁଷ ଓ ସ୍ତ୍ରୀ କୁ ନେଇକି ହୋଇଥାଏ ସେତେବେଳେ ସମସ୍ତେ ସ୍ତ୍ରୀ ଙ୍କୁ ହିଁ ଦୋଷ ଦେଇଥାନ୍ତି ଆଉ ଆଙ୍ଗୁଳି ନାରୀ ର ଚରିତ୍ର ଉପର କୁ ଉଠିଥାଏ। ତେବେ ଠିକ ଏହିପରି ବର୍ତ୍ତମାନ ଭୁବନେଶ୍ୱର ରେ ନନ୍ଦିନୀ ଙ୍କ ଉପରେ ସବୁ ପ୍ରଶ୍ନ କରୁଛନ୍ତି ଏବଂ ତାଙ୍କ ନାମରେ ଅନେକ ପ୍ରକାରର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି।
ତେବେ ଆପଣ ଜାଣିଥିବେ କି ଯୁବତୀ ଜଣଙ୍କ ବିବାହ ର ଦ୍ଵିତୀୟ ଦିନ ରେ ନିଜ ସ୍ୱାମୀ ଙ୍କ ସହ ମନ୍ଦିର କୁ ଆସି ଫେରାର ହୋଇଯାଇଥିଲେ। ତେବେ ଏହାକୁ ନେଇ ସେହି ଯୁବତୀ ଙ୍କୁ ସମସ୍ତେ ନିନ୍ଦା କରୁଥିଲେ।
ମାତ୍ର ବର୍ତ୍ତମାନ ନନ୍ଦିନୀ ଆଉ ଚୁପ ନ ରହି ମୁଁହ ଖୋଲିଛନ୍ତି , ବିବାହ କେମିତି ଥିଲା, ବିବାହ ର ପ୍ରଥମ ରାତି ରେ କଣ ସବୁ ତାଙ୍କ ସହ ହୋଇଥିଲା ଆଉ କାହିଁକି ସେ ପର ଦିନ ଶାଶୂ ଘର ଛାଡ଼ି ପଳେଇ ଯାଇଥିଲେ ତାହା ବିଷୟ ରେ ସବୁ କହିଛନ୍ତି। ଯାହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି ଆଉ ଏହାକୁ ଦେଖିଲେ ଆପଣ ମଧ୍ୟ ଆବାକ ହୋଇଯିବେ। ଆଉ ଦ୍ୱନ୍ଦ ରେ ପଡିଯିବେ କି କିଏ ସତ କହୁଛି କିଏ ମିଛ ଆଉ ଯୁବତୀ ଜଣଙ୍କ ନାମରେ ଯୁବକ ଏମିତି କାହିଁକି ବଦନାମ କରୁଛନ୍ତି ବୋଲି।
ତେବେ ନନ୍ଦିନୀ କହିଛନ୍ତି କି ମୋ ଘରେ ବଡ଼ ଭଉଣୀ ଅଛନ୍ତି ଆଉ ତାଙ୍କର ବିବାହ ଠିକ ହୋଇ ସାରିଛି, ଆଉ ଯେତେବେଳେ ତାଙ୍କ ର ଆମ ପରିବାର କୁ ପ୍ରସ୍ତାବ ନେଇ ଯାଇଥିଲେ ସେତେବେଳେ ଆମେ କହିଥିଲୁ କି ଦିଦି ର ବାହାଘର ପରେ ମୋର ବାହାଘର ହେବ ବୋଲି। କିନ୍ତୁ ପୁଅ ଘର ଲୋକେ କହିଲେ କି ନଇଁ ଆଗରୁ ବାହାଘର କରିବେ ,ଆଉ ପ୍ରଥମେ ଯୌତୁକ ମାଗିଥିଲେ କିନ୍ତୁ ଆମେ ବାହାଘର ପାଇଁ ମନା କରିବାରୁ ବିନା ଯୌତୁକ ରେ ବାହାଘର ହେଲେ। ତେବେ ବିବାହ ସମୟରେ ସେ ଯେତେ ବଡ଼ ବଡ଼ କଥା କହିଥିଲେ ସେହିପରି କିଛି କରିନଥିଲେ କୋଉ ମଣ୍ଡପ ରେ ନୁହେ ଆମ ଘରେ ବାହାଘର ହୋଇଥିଲା।
ତେବେ ବିବାହ ପର ସେଦିନ ରାତିରେ ସେ ଯେଉଁ କହୁଛନ୍ତି ମୁଁ ଆଉ କାହା ସହ ଭିଡ଼ିଓ କଲ ରେ ଅଶୀଳ କଥା ହେଉଥିଲି ବୋଲି ତାହା ସମ୍ପୂର୍ଣ୍ଣ ମିଛ ଅଟେ। ଆପଣ ଭାବନ୍ତୁ କି ଜଣେ ଝିଅ ବାହାଘର ର ଦିନ ରାତି ରେ ଏହା କିପରି କରିପାରିବ ଆଉ ସେ ଯେଉଁ କହୁଛି କି ମୁଁ ମୋ ବୟଫ୍ରେଣ୍ଡ ସହ କଥା ହେଉଥିଲି ଭିଣେଇ ଙ୍କ ସହ ସବୁ ମିଛ। ବାହାଘର ର ପର ଦିନ ରାତିରେ ସେ ଆଉ ତାଙ୍କର ପରିବାର ମୋତେ ବହୁତ ନିର୍ଯ୍ୟାତନା ଦେଇଥିଲେ ଯୌତୁକ କୁ ନେଇ। ଆଉ ସେ ଯୁବକ ମୋତେ କହିଥିଲେ କି ଆମ ଭାଉଜ ଆମ ଘର ଛାଡ଼ି ଚାଲିଯାଇଥିଲେ ଆଉ ତାଙ୍କ ନାମ ରେ କେସ ଚାଲିଛି।
ଆଉ ସେ ମୋତେ ବହୁତ ପ୍ରକାରର ଧମକ ଦେଇଥିଲେ ଆଉ ବାହାଘର ପର ଦିନ ବୁଲିବା କଥା ସେ ନିଜେ କହିଥିଲେ ।କିନ୍ତୁ ମୁଁ ସେତେବେଳେ କୁ ଜାଣିଯାଇଥିଲି କି ପିଲା ଠିକ ନୁହେଁ କିମ୍ବା ତା ପରିବାର ତେଣୁ ମୁଁ ମୋ ଜୀବନ ନଷ୍ଟ ନକରି ପରିବାର ଲୋକଙ୍କୁ ଫୋନ କରିଥିଲେ ମୋତେ ନେଇଯିବା କୁ। କିନ୍ତୁ ସେ ଭୁଲ ଭାବି ମୋତେ ରାସ୍ତା ରେ ହାତ ଉଠେଇଲା ଆଉ ମୁଁ ତାକୁ ଦୁଇ ଚାପୁଡ଼ା ଦେଇଥିଲି। ସେମାନେ ସବୁ ମିଛ କହି ମୋତେ ଖରାପ ଦେଖାଇବା କୁ ଚଂହୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।