ସବୁ ସମୟ ଖବର ସାଥିରେ

vastu tips -ଶନିବାର ଦିନ ଭୁଲରେବି କରନ୍ତୁ ନାହିଁ ୩ ଟି କାମ | ପଡିଥାଏ ଶନି ମହାଦଶା…

0 8

ଶନି ଦେବଙ୍କୁ ଦେବତା ମାନଙ୍କର ରାଜା ବୋଲି କୁହା ଯାଇଥାଏ | ଶନିଦେବଙ୍କ ଅପାର କରୁଣା ଯଦି କୌଣସି ବ୍ୟକ୍ତି ଉପରେ ପଡି ଥାଏ ତାହେଲେ ତାର ସମସ୍ତ ଦୁଃଖ ଦୂର ହୋଇ ଥାଏ | ସେ ସମସ୍ତ ଧନ ସମ୍ପତ୍ତିର ଅଧିକାରୀ ହେବା ସହ ସମସ୍ତ ସୁଖ ପ୍ରାପ୍ତ ହୋଇ ଥାଏ | କିନ୍ତୁ ଏହା ମଧ୍ୟ ଦେଖିବା ପାଇଁ ମିଳିଥାଏ ଯେ କିଛି ବ୍ୟକ୍ତି ମାନଙ୍କ ଶନି ଦଶା କାରଣରୁ ସେମାନେ ଅତି ଦୁଃଖରେ ଜୀବନ ଯାପନ କରି ଥାନ୍ତି | ବିଭିନ୍ନ ଶରୀର ଜନିତ ପୀଡା ମଧ୍ୟ ଭୋଗୀ ଥାନ୍ତି | ସେଥି ପାଇଁ ଯଦି ଆପଣ ଶନି ଦେବଙ୍କ ପୂଜା ମନରୁ କରୁଛନ୍ତି ତାହେଲେ ଏହି ଭୁଲ କେବେ ହେଲେ ମଧ୍ୟ ଶନିବାରରେ ଏହି ସମସ୍ତ ଭୁଲ କାର୍ଯ୍ୟ କରନ୍ତୁ | ଆଜି ଆମେ ଆପଣଙ୍କୁ ଏହି ଭୁଲ ଗୁଡିକ ବିଷୟରେ ସଚେତନ କରାଇବୁ | ତେବେ ଆସନ୍ତୁ ଜାଣି ନେବା ସେ ସମ୍ପର୍କରେ |

ଶନିବାରଟି ଶନିଦେବଙ୍କୁ ସମର୍ପିତ ହୋଇ ଥାଏ | ଏହି ଦିନରେ ତାଙ୍କର ପୂଜା କରା ଯାଇ ଥାଏ | ଏବଂ କୁହା ଯାଏ କି ଏହି ଦିନରେ ଯୋଉଁ ଭକ୍ତ ସତ ମନରେ ତାଙ୍କୁ କାମନା କରିଥାଏ ତାଙ୍କର ସମସ୍ତ ମନ କାମନା ପୂରଣ ହୋଇ ଥାଏ | ଶନିବାରରେ ଏହି ଭୁଲ ଗୁଡିକ କଲେ ଶନିଦେବ ରାଗି ଯାଇଥାନ୍ତି କାରଣ ଶନିଙ୍କୁ ସବୁଠାରୁ ଭାରି ଗ୍ରହ ମାନଯାଏ | ଅଶୁଭ ଶନି ଅମଙ୍ଗଳକାରୀ ହୋଇ ଯାଏ | ଘରକୁ ବିପଦ ଆସିବା ଆରମ୍ଭ ହୋଇଥାଏ | ଏହି ଭୁଲ ଗୁଡିକ ଜାଣି ନିଅନ୍ତୁ |

ପ୍ରଥମ ଭୁଲ ହେଉଛି ଶନିବାର ଦିନ ବ୍ୟକ୍ତିଙ୍କୁ ସମ୍ଭୋଗ କରିବାରୁ ବଂଚିତ ରହିବା ଉଚିତ | ଅଧିକାଂଶ ଲୋକ ଯୋଉଁ ମାନେ ଭୋଗ ବିଳାସରେ ବୁଡି ରୁହନ୍ତି ସେମାନଙ୍କୁ ଶନିଦେବଙ୍କର କୋପ ଦୃଷ୍ଟି ପଡିଥାଏ | ଏହି ଭୁଲ କରନ୍ତୁ ନାହିଁ | ଏହି ଦିନ ଏହି ଭୁଲ ଠାରୁ ଦୁରେଇ ରୁହନ୍ତୁ | ନଚେତ ସନିଦେବଙ୍କ କୃପା ଆପଣଙ୍କ ଉପରେ ପଡିବ ନାହିଁ |

ଶନିବାର ଦିନ କୁକୁର ବା ବିଲେଇ ଘରେ ଭୋକିଲେ ତାହା ଅଶୁଭ ହୋଇଥାଏ ଏହା ସହ ସେହି ଘରେ ଆର୍ଥିକ ସମସ୍ୟା ଦେଖା ଯାଇଥାଏ | ଶନିବାର ଦିନ ଭାଙ୍ଗି ଯାଇଥିବା ଆଇନା ବା ପାନିଆର ବ୍ୟବହାର କରନ୍ତୁ ନାହିଁ | ଏହି ଦିନ ଘରେ କୌଣସି ପାତ୍ର ଭାଙ୍ଗିବା ଅଶୁଭ ହୋଇ ଥାଏ | ଏହା ସହ ଏହି ଦିନରେ ଭଙ୍ଗା ଯାନ ବାହାନାରେ ବସି ଯିବା ଉଚିତ ନୁହେଁ | ଯୋଉଁ ବ୍ୟକ୍ତି ଶନିବାର ଦିନ ଗାଧୋଇ ନ ଥାନ୍ତି ସେମାନଙ୍କ ଉପରେ ଶନିଙ୍କର କୃପା ହୋଇ ନ ଥାଏ |
ଯଦି ଆପଣ ଶନିଙ୍କର ଭକ୍ତ ହୋଇ ଥାନ୍ତି ତାହେଲେ ଆପଣ ପିଆଜ, ରସୁଣ, ମଦ ମାଂସ ଇତ୍ୟାଦି ଏହି ଦିନ ଖାଇବା ଅନୁଚିତ | ଏହି ଦିନ ଝଗଡା କରିବା ଅନୁଚିତ ଓ ମହିଳା ମାନଙ୍କୁ କଷ୍ଟ ଦେବା ଉଚିତ ହୋଇ ନ ଥାଏ | ଏହି ଦିନ ଶନି ମନ୍ଦିର ଯାନ୍ତୁ ଓ ତାହା ପରେ ହନୁମାନଙ୍କ ଦର୍ଶନ କରନ୍ତୁ | ଶନିବାର ଦିନ ସୋରିଷ ତେଲରେ ଦୀପ ଜଳାନ୍ତୁ | ଏହି ଦିନ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ ଏବଂ ଲୋକଙ୍କୁ କିଛି ଦାନ କରନ୍ତୁ | ଶନିବାର ଦିନ ଲୁହ ବା ତେଲ ଘରକୁ କିଣି ଆଣନ୍ତୁ ନାହିଁ | ଏହି ଦିନ କଳା ରଙ୍ଗର ବସ୍ତୁ ଗୁଡିକୁ ଦାନ କରନ୍ତୁ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।