
ଦେଖନ୍ତୁ EXCLUSIVE Video – ସାମ୍ନାକୁ ଆସିଲା ଅର୍ଚ୍ଚନାଙ୍କ ର ସବୁ କଳା ଗୁମରର ସିସିଟିଭି video ,ଏ ସମ୍ପର୍କରେ କଣ କହୁଛନ୍ତି ଦୀପ୍ତିରେଖା ଶୁଣନ୍ତୁ ତାଙ୍କ ମୁହଁରୁ …
ସାରା ରାଜ୍ୟରେ ଏବେ ଉଠୁଛି ପଡ଼ୁଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ଵାମୀଙ୍କୁ ନେଇ। ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି।ଅର୍ଚ୍ଚନା ନାଗଙ୍କର ଗୋଟିଏ ଗୋଟିଏ ଗୁମର ଖୋଲି ଚାଲିଛି। ଆଉ ଏନେଇ ସମାଜସେବୀ ଦୀପ୍ତିରେଖା ନିଜର ପ୍ରତିକ୍ରିୟା ରଖିଛନ୍ତି। ଦୀପ୍ତିରେଖାଙ୍କ କହିବା ଅନୁଯାୟୀ ଅର୍ଚ୍ଚନାଙ୍କ ଠୁ ଖୁବ୍ ଭଲ ମାଳି ସାହିର ଝିଅ।
ତେବେ ଦୀପ୍ତିରେଖାଙ୍କ କହିବା ଅନୁଯାୟୀ ମାଳିସାହିରେ ଯେଉଁମାନେ କାମ କରୁଛନ୍ତି ସେମାନେ ତାଙ୍କ କଷ୍ଟୁମାର ମାନଙ୍କର ବ୍ୟକ୍ତିଗତ ତଥ୍ୟ କାହା ସହିତ ସେୟାର ନକରି ସିକ୍ରେଟ ରଖିଥାନ୍ତି। ସେମାନେ ଅର୍ଚ୍ଚନାଙ୍କ ଠୁ ବହୁତ୍ ଗୁଣରେ ଭଲ। କିନ୍ତୁ ଅର୍ଚ୍ଚନା ଆଉ ତାଙ୍କ ସ୍ବାମୀ ଯାହା କରିଛନ୍ତି ତାହା ଗୋଟିଏ ବଡ କ୍ରାଇମ୍ ଠୁ କିଛି କମ୍ ନୁହେଁ। ସେମାନେ ବାହାରୁ ଝିଅ ଆଣି ବଡ ବଡ ପୁଅ ମାନଙ୍କୁ ଫଶାଇକି ବ୍ଲାକମେଲ କରୁଥିଲେ ଆଉ ଲୁଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା।
ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଧନୀଧନୀ ବ୍ୟକ୍ତି ମାନଙ୍କୁ ଟାର୍ଗେଟ କରୁଥିଲେ। ଆଉ ସେମାନଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଫୋଟ ଓ ଭିଡ଼ିଓ ଦେଖାଇ ବ୍ଲାକମେଲ୍ କରୁଥିଲେ। ଆଉ ଇନକମ୍ କରି ଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କା। ତେବେ ଦୀପ୍ତିରେଖାଙ୍କ କହିବା ଅନୁଯାୟୀ ଯେଉଁମାନେ ବିଷ ଦେଇ ମାରୁଛନ୍ତି ସେମାନଙ୍କ ଠାରୁ ମଧ୍ୟ ଏମାନେ ଅଧିକ ଖତରନାକ କାରଣ ଏମାନେ ଜଣେ ମେଣ୍ଟାଲ ଟର୍ଚର୍ କରି ସବୁଦିନ ମାରୁଛନ୍ତି। ଯାହା ଆଦୌ ଠିକ୍ ନୁହେଁ। ତେବେ ଦୀପ୍ତିରେଖା କହିଛନ୍ତି ଏହା ଉପରେ ସିବିଆଇର ଏବଂ ଇଡିର ତଦନ୍ତ କରାଯାଉ ଏବଂ ଯେତେ ଜଲଦି ହେବ ସତ ସାମ୍ନାକୁ ଅଣାଯାଉ।
ତେବେ ସୂଚନା ଅନୁଯାୟୀ ଅର୍ଚ୍ଚନା ପ୍ରଥମେ ସମାଜର ନାମୀଦାମୀ ଲୋକଙ୍କ ସହିତ କରୁଥିଲେ ବନ୍ଧୁତା। ଘରକୁ ନିମନ୍ତ୍ରଣ କରି ମାୟା ଜାଲ ବିଛାଉ ଥିଲେ ଅର୍ଚ୍ଚନା। ଯୁବତୀ ମାନଙ୍କୁ ହନିଟ୍ରାପରେ ବ୍ୟବହାର କରି ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଭିଡିଓ ଉଠାଇ ଦୁଷ୍କର୍ମ ମାମଲାରେ ଫାସାଇ ଦେବାର ଧମକ ଦେଇ ବ୍ଲାକମେଲିଙ୍ଗ କରୁଥିଲେ ଅର୍ଚ୍ଚନା। ଆଉ ଏ ସବୁରେ ତାଙ୍କୁ ସାହାଯ୍ୟ କରୁଥିଲେ ତାଙ୍କ ସ୍ଵାମୀ। ସ୍ଵାମୀ ସ୍ତ୍ରୀ ଉଭୟ ମିଶି ଟାର୍ଗେଟ କରୁଥିଲେ ନାମୀଦାମୀ ଲୋକ ମାନଙ୍କୁ।
ଆଉ ଅର୍ଚ୍ଚନା ତାଙ୍କୁ ନିଜ ଜାଲରେ ପକାଇ କରୁଥିଲେ ବ୍ଲାକମେଲିଂ କିନ୍ତୁ କୁହା ଯାଇଥାଏ କି ଚୋର ଘର କେବେ ଅନ୍ଧାର ରୁହେ ନାହିଁ ଆଉ ସେମିତି ଅର୍ଚ୍ଚନାଙ୍କ ବ୍ଲାକମେଲିଂର କଳା ଅନ୍ଧାର ଉପରେ ଆଲୋକ ପଡ଼ିଲା। ଆଉ ପଦାରେ ପଡ଼ିଲା ଅର୍ଚ୍ଚନାଙ୍କ ଗୁମର। ଆଉ ଗିରଫ ହୋଇଛନ୍ତି ଏହି ଲେଡି ବ୍ଲାକମେଲର ଅର୍ଚ୍ଚନା। ଆଉ ଏହାପରେ ଗୋଟିଏ ପରେ ଗୋଟିଏ ସୁରାକ ଲାଗୁଛି ପୋଲିସ ହତାରେ। ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।