
ସାମ୍ନାକୁ ଆସିଲା ଅଭିନେତ୍ରୀ ରଶ୍ମିଙ୍କ ଚିଠି ..ଲେଖିଥଲେ କିଛି ଏମିତି ଯାହା… ଖୋଲିବ କି ରଶ୍ମିଙ୍କ ମୃତ୍ୟର ରହସ୍ୟ ?
“ଆଇ ଲଭ ୟୁ ସାନ,ମୁଁ ତୁମକୁ ବହୁତ ଭଲ ପାଏ ମାତ୍ର ତୁମକୁ ଛାଡିକି ଯିବାର ଇଚ୍ଛା ନାହିଁ। କିନ୍ତୁ ମୁଁ ଗୋଟେ ଭଲ ଝିଅ ନୁହେଁ ତୁମେ ତୁମ ଜୀବନ ରେ ବହୁତ ଆଗକୁ ଯାଅ ମୁଁ ସବୁଦିନ ପାଇଁ ଚାଲିଯାଉଛି। ବାପା ମା , ଜଗନ ଓ କାଁହୁ ତୁମକୁ ମୁଁ ବହୁତ ମିସ କରିବି। ବାବା ମୁଁ ଆତ୍ମହତ୍ୟା କରୁଛି ମୁଁ ମରିବା ପରେ ଦୟାକରି କେହି ସୋନ୍ତଷ କୁ ଦୋଷ ଦେବ ନାହିଁ କିମ୍ବା ପୋଲିସ ରେ କେସ କରିବ ନାହିଁ। ଯଦି ସୋନ୍ତଷ ଙ୍କର କିଛି ହୁଏ ତେବେ ମୁଁ କାହାକୁ ଛାଡ଼ିବି ନାହିଁ”।ବନ୍ଧୁଗଣ ଏହା ହେଉଛି ଅଭିନେତ୍ରୀ ରଶ୍ମି ରେଖା ଙ୍କର ସୁଇସାଇଟ ନୋଟ ଯାହା ତାଙ୍କର ବେଡ଼ ରୁ ଜବଦ କରାଯାଇଛି।
ତେବେ ଆପଣ ମାନେ ତ , ଓଡ଼ିଆ ସିରିଏଲ ଅଭିନେତ୍ରୀ ରଶ୍ମିରେଖା ଙ୍କର ମୃତ୍ୟୁ ବିଷୟରେ ଜାଣିଥିବେ ନିଶ୍ଚିତ। ଗତକାଲି ରଶ୍ମି ରେଖା ଙ୍କର ମୃତ୍ୟୁ ଦେହ କୁ ପୋଲିସ ସେ ରହୁଥିବା ଭୁବନେଶ୍ୱର ର ନୟାପଲି ର ଭଡା ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଥିଲା।
ତେବେ ଯଦିଓ ସେ ରଶୀ ଲଗାଇ ଫାସୀ ହୋଇ ଆତ୍ମହତ୍ୟା କରିଛନ୍ତି କିନ୍ତୁ ତାଙ୍କର ମୃତ୍ୟୁ ଏକ ରହସ୍ୟ ଘେର ରେ ରହିଛି ।ରଶ୍ମି ଙ୍କର ପରିବାର ଲୋକେ ଏବଂ ତାଙ୍କର ସାଙ୍ଗ ସାଥି ଅଭିଯୋଗ କରିଛନ୍ତି କି ରଶ୍ମି ଙ୍କୁ ହତ୍ୟା କରାଯାଇଛି ବୋଲି।ତେବେ ଏହି ସମୟରେ ପୋଲିସ ତାର ତଦନ୍ତ କରିବା ସମୟରେ ରଶ୍ମି ର ମୃତ୍ ଶରୀର ପାଖରୁ ଏକ ସୁଇସାଇଟ ନୋଟ କୁ ଜବଦ କରିଛନ୍ତି।
ତେବେ ଏହି ନୋଟ ରେ ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି ଲେଖା ରହିଛି,”ସୋନ୍ତଷ କୁ ଦୋଷ ଦେବ ନାହିଁ କିମ୍ବା ପୋଲିସ ରେ ଅଭିଯୋଗ କରିବ ନାହିଁ, ତାଙ୍କର କିଛି ହେଲେ ମୁଁ କାହାକୁ ଛାଡ଼ିବି ନାହିଁ ବୋଲି”।ତେବେ ଏହି ଉକ୍ତି ଟି ସମସ୍ତ ଙ୍କର ମନ ରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ପ୍ରଥମ ପ୍ରଶ୍ନ ରହିଛି କି ରଶ୍ମି କଣ ଏହି ଚିଠି ନିଜେ ଲେଖିଛନ୍ତି ନା କେହି ତାଙ୍କୁ ବାଧ୍ୟ କରିଥିଲେ ନା ଏହି ଲେଖା ତାଙ୍କର ନୁହେଁ ବୋଲି।
ଯଦି ସେ ନିଜେ ଏହି ଚିଠି ଲେଖିଛନ୍ତି ତେବେ ସୋନ୍ତଷ ଙ୍କ ବିଷୟ ରେ ଏହିପରି କଣ ପାଇଁ ଲେଖିଛନ୍ତି। ଏପଟେ ରଶ୍ମି ଙ୍କର ବାପା କହିଛନ୍ତି କି ମୋ ଝିଅ ସୋନ୍ତଷ ସହ ମିଶୁଥିଲା ସୋନ୍ତଷ ହିଁ ତାକୁ ହତ୍ୟା କରିଛି। ମୋ ଝିଅ ର ଆଖି ପାଖରେ ମାଡ଼ ମରା ଯିବାର ଚିନ୍ହ ମଧ୍ୟ ରହିଛି। ତେବେ ସେ କହିଛନ୍ତି କି ତାଙ୍କ ଝିଅ କୁ ସେ ଫୋନ କରିଥିଲେ କିନ୍ତୁ ସେ ଫୋନ ଉଠାଇ ନଥିଲେ , ତାଙ୍କୁ ହତ୍ୟା କରି ଏହିପରି ଟାଙ୍ଗି ଦେଇଛନ୍ତି ଯାହାକୁ ଆତ୍ମହତ୍ୟା ର ରୂପ ଦେବାକୁ ଚେଷ୍ଟା ଚାଲିଛି। ତେବେ ବାପା ମା ବର୍ତ୍ତମାନ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।