
ସାଧୁବାଣି – ଶାସ୍ତ୍ର ଅନୁଯାୟୀ ଏହି ସବୁ ଭୁଲ ଅଭ୍ୟାସ ଦ୍ୱାରା ହୋଇଥାଏ ଧନର ଅଭାବ ଜାଣନ୍ତୁ କେଉଁ କେଉଁ ଅଭ୍ୟାସ ଏବଂ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ..
ଆପଣ କଣ ଜାଣିଛନ୍ତି ଆପଣ କାହିଁକି ଗରିବ ଅଟନ୍ତି।ଗରିବ ହେବାର କାରଣ କଣ ରହିଛି। ତେବେ ଜାଣି ରଖନ୍ତୁ ଆପଣ ଗରିବ ହେବାର କାରଣ ଆପଣଙ୍କ ଭିତରେ ଲୁଚି ରହିଥିବା କିଛି ଅଭ୍ୟାସ ହୋଇପାରେ। ଯେଉଁ କାରଣ ପାଇଁ ଆପଣଙ୍କ ପାଖରେ ଧନର ଅଭାବ ଦେଖିବାକୁ ମିଳିଥାଏ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଆପଣଙ୍କ କେଉଁ ଭୁଲ ଆଉ କେଉଁ ଅଭ୍ୟାସ ପାଇଁ ଆପଣଙ୍କ ପାଖରେ ଧନ ହାନି ହୋଇଥାଏ।
୧. ଖାଇବା ଅଧାରୁ ଉଠିବା ଏବଂ ବଳକା ଖାଦ୍ୟକୁ ବାହାରକୁ ଫୋପାଡି ଦେବା ଅତ୍ୟନ୍ତ ଖରାପ ଅଭ୍ୟାସ ହୋଇଥାଏ ଏହା ଦ୍ଵାରା ଖାଦ୍ୟର ଅପମାନ ହୋଇଥାଏ। ଯାହା ଫଳରେ ମାତା ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ପଡ଼ିଥାଏ। ଏବଂ ବ୍ୟକ୍ତିକୁ ଦାରିଦ୍ର୍ୟ ଭୋଗିବାକୁ ପଡ଼ିଥାଏ। ଏବଂ ଖାଇ ସାରିବା ପରେ ଯଦି ଅଇଁଠା ଥାଳିକୁ ଜଲଦି ସଫା କରା ନଯାଇ ଥାଏ ତେବେ ଏହି ଖୁବ୍ ଅଶୁଭ ସଂକେତ ଦେଇଥାଏ।
୨.ସୂର୍ଯ୍ୟ ଅସ୍ତ ହେବା ପରେ କେବେ ଘରେ ଝାଡୁ ଲଗେଇବା ଉଚିତ୍ ହୋଇ ନଥାଏ। ଏହା ଖୁବ୍ ଅଶୁଭ ବୋଲି ମାନା ଯାଇଥାଏ।
୩. ଜୋତା କି ଚପଲ ଘର ଆଗରେ ଏପଟ ସେପଟ ହୋଇ ପଡ଼ିବା ରହିବା ଓ ଓଲଟା ପଡ଼ି ରହିବାକୁ ଖୁବ୍ ଅଶୁଭ ବୋଲି ମାନା ଯାଇଥାଏ। ଏହା ଦ୍ୱାରା ଘରେ ନକରାତ୍ମକ ପ୍ରଭାବ ପଡିଥାଏ।
୪. ଯେଉଁ ଘରେ କ୍ଷୀର ଉତୁରି ତଳେ ପଡିଯାଏ ସେହି ଘରେ ଧନ ହାନି ହେବାର ବହୁତ ଅଧିକ ଚାନ୍ସ ରହିଥାଏ। ଏହା ଖୁବ୍ ଅଶୁଭ ସଂକେତ ଦେଇଥାଏ।
୫. ଯେଉଁ ମାନେ ପ୍ରତିଦିନ ତୁଳସୀ ଗଛରେ ପାଣି ଦେଉଛନ୍ତି ସେମାନେ ଧ୍ୟାନ ରଖନ୍ତୁ। ତୁଳସୀ ଚଉରା ମୂଳରେ ସର୍ବଦା ସଫା ସୁତୁରା ରଖନ୍ତୁ ଏଥି ସହିତ ରବିବାର ଦିନ ତୁଳସୀ ଗଛରେ ପାଣି ଦିଅନ୍ତୁ ନାହିଁ। ଏହା ଦ୍ୱାରା ଘରେ ପାରିବାରିକ କଳହ ଦେଖିବାକୁ ମିଳିଥାଏ।
୬.କିଛି ବ୍ୟକ୍ତି ମାନେ ସକାଳୁ ଉଠି ଘରେ ଝଗଡା କରିଥାନ୍ତି। ଯାହା ଫଳରେ ମାତା ଲକ୍ଷ୍ମୀ ସେହି ଘର ଛାଡି ଚାଲି ଯାଇଥାନ୍ତି। ଏବଂ ସେହି ପରିବାରକୁ ଆର୍ଥିକ ଅନଟନ ଭୋଗ କରିବାକୁ ପଡ଼ିଥାଏ।
୭. କିଛି ଲୋକେ ସକାଳୁ ଉଠି ଦାନ୍ତ ନଘଷି ସକାଳର ଚା ଜଳଖିଆ ଖାଇଦିଅନ୍ତି ଯାହା ଉଚିତ୍ ହୋଇ ନଥାଏ। ଏମିତି କରିବା ଦ୍ୱାରା ସେହି ବ୍ୟକ୍ତିର ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡିବା ସହ ଘରେ ନକରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ।
୮. ଅଧିକାଂଶ ବ୍ୟକ୍ତିବିଶେଷ ଗାଧେଇବା ସମୟରେ ବାଥ୍ ରୁମ୍ କୁ ସଫା ସୁତୁରା କରି ନଥାନ୍ତି। ଏହି ଅଭ୍ୟାସକୁ ଶାସ୍ତ୍ରରେ କ୍ଷତିକାରକ ମାନା ଯାଇଥାଏ।
୯. ପୂଜା ଅର୍ଚ୍ଚନା କରିବା ସମୟରେ ଭାଙ୍ଗି ଯାଇଥିବା ଚାଉଳ ଚଢ଼ାଇବା ଉଚିତ୍ ହୋଇ ନଥାଏ। ଏମିତି କରିବା ଅଶୁଭ ବୋଲି ମାନା ଯାଇଥାଏ। ଏବଂ ପୂଜା ଅର୍ଚ୍ଚନା କରିବା ସମୟରେ ସବୁ ନୀତି ନିୟମକୁ ପାଳନ କରିବା ଉଚିତ୍ ହୋଇଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।