ସବୁ ସମୟ ଖବର ସାଥିରେ

Sadhu Bani – ସ୍ତ୍ରୀ ର ଏହି ୩ଟି ଅଭ୍ୟାସ ସ୍ବାମୀଙ୍କୁ କରିଥାଏ ( କୋଟିପତି )

0 63

ପ୍ରତ୍ୟେକ ଝିଅର କିଛି ନା କିଛି ଭଲ ଗୁଣ ରହିଥାଏ , ଯେତେବେଳେ ଗୋଟିଏ ଝିଅ ବାହା ହୋଇ କାହା ଘରକୁ ଯାଇଥାଏ , ତେବେ ସେ ଘରକୁ ସ୍ୱର୍ଗ କରି ଦେଇଥାଏ । ଭବିଷ୍ୟ ପୁରାଣ ଅନୁସାରେ ଯଦି ଆପଣ ସୁଖ ଗୃହସ୍ଥ ଜୀବନ ଚାହୁଁଛନ୍ତି ପୁରୁଷ ମାନେ ବିଶେଷ କିଛି ଗୁଣ ଥିବା ସ୍ତ୍ରୀ ମାନଙ୍କୁ ବିବାହ କରିବା ଉଚିତ୍ । ଏମାନେ ଯେଉଁ ଘରକୁ ଯାଇଥାନ୍ତି , ସେ ଘରେ ହସଖୁସୀ ଲାଗି ରହିଥାଏ ଏବଂ ଟଙ୍କା ପଇସାରେ ମଧ୍ୟ ଅଭାବ ରହି ନଥାଏ । ତେବେ ଆଜି ଆମେ ଜାଣିବା କେଉଁ 3 ଟି ଅଭ୍ୟାସ ଥିବା ବା ଗୁଣ ଥିବା ସ୍ତ୍ରୀ ମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

1. ଧର୍ମର ମାର୍ଗରେ ଚାଲିଥିବା ସ୍ତ୍ରୀ :-

ଯେଉଁ ସ୍ତ୍ରୀ ମାନେ ଧର୍ମର ମାର୍ଗରେ ଚାଲିଥାନ୍ତି ଏବଂ ନିଜର ଜୀବନକୁ ଆଗକୁ ବଢାଇବାକୁ ଚେଷ୍ଟା କରିଥାନ୍ତି ଓ ଇଶ୍ୱରଙ୍କ ଉପରେ ବିଶ୍ୱାସ ରଖିଥାନ୍ତି । ସେହିଭଳି ସ୍ତ୍ରୀ ଲୋକମାନେ ବହୁତ ଭଲ ଗୁଣର ହୋଇଥାନ୍ତି । ଏମାନଙ୍କର ଏହି ଗୁଣ ଯୋଗୁଁ ଘରେ ସବୁବେଳେ ହସଖୁସୀ ଲାଗି ରହିଥାଏ ଏବଂ ସ୍ୱାମୀ ସହିତ ଏମାନେ ଘରର ଅନ୍ୟ ସଦସ୍ୟ ମାନଙ୍କୁ ଖୁବ୍ ଖୁସୀରେ ରଖିଥାନ୍ତି । ଏହିପରି ସ୍ତ୍ରୀଲୋକ ମାନେ ମାତା ଲକ୍ଷ୍ମୀଙ୍କର ପ୍ରଥମ ପସନ୍ଦ ହୋଇଥାନ୍ତି ।

 

2. ଇଚ୍ଛା ସିମୀତ ଥିବା ସ୍ତ୍ରୀ :-

ଯେଉଁ ସ୍ତ୍ରୀ ମାନଙ୍କର ଇଚ୍ଛା ସିମୀତ ରହିଥାଏ , ସେମାନଙ୍କ ସ୍ୱାମୀ ସବୁବେଳେ ଖିୁସୀରେ ରହିଥାନ୍ତି । ଏହାଛଡା ଯେଉଁ ସ୍ତ୍ରୀ ସବୁବେଳେ ସବୁ ପରିସ୍ଥିତିରେ ସ୍ୱାମୀଙ୍କର ପାଖରେ ରହିଥାଏ , ସେହି ଦମ୍ପତ୍ତି ମାନେ ସବୁବେଳେ ସୁଖମୟ ଜୀବନ ଅତିବାହିତ କରିଥାନ୍ତି । ତେଣୁ ପ୍ରତ୍ୟେକ ସ୍ୱାମୀ ଏହିଭଳି ସ୍ତ୍ରୀ ପାଇବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି , ଯିଏକି ତାଙ୍କର କଥାକୁ ବୁଝୁଥିବ , ବିନା କାରଣରେ ରାଗିବ ନାହିଁ ଏବଂ ସବୁବେଳେ ସନ୍ତୁଷ୍ଟ ରହୁଥିବ । ଏହିଭଳି ରହୁଥିବା ସ୍ତ୍ରୀ ରହୁଥିବା ଘରେ କେବେହେଲେ ଅଭାବ ରହିବ ନାହିଁ ।

3. କଥା ବା ଭାଷା ଭଲ କହୁଥିବା ସ୍ତ୍ରୀ :-

 


ସ୍ତ୍ରୀର କଥା ଏବଂ ଭାଷା ଯଦି ଭଲ ରହୁଥିବ , ତେବେ ସ୍ୱାମୀଙ୍କଘରେ ଖୁସୀର ପରିବେଶ ଲାଗି ରହିଥାଏ । କିନ୍ତୁ କେତେକ ପତ୍ନୀ ମାନେ ଘରେ କଟୁକଥା ବା ଶବ୍ଦ କହିଥାନ୍ତି ଏବଂ ସବୁବେଳେ ବିବାଦ ମଧ୍ୟ କରିଥାନ୍ତି ତେବେ ସେହି ଘରେ କେବେବି ସୁଖ ଆସି ନଥାଏ । ସେଥିପାଇଁ ସବୁବେଳେ ଘରେ ସମସ୍ତଙ୍କୁ ମଧୁର ବଚନ କହିବା ଉଚିତ୍ , ଏମିତି ସ୍ତ୍ରୀ ମାନେ ସମସ୍ତଙ୍କର ପ୍ରିୟ ପାତ୍ର ହୋଇଥାନ୍ତି । ଏମାନଙ୍କୁ ସମସ୍ତେ ଭଲ ମଧ୍ୟ ପାଇଥାନ୍ତି ।

ତେବେ ବନ୍ଧୁଗଣ ଏହି 3 ଟି ଅଭ୍ୟାସ ଥିବା ନାରୀ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଘରକୁ ସର୍ବଦା ଖୁସୀରେ ରଖିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।