
ଶରୀର କମଜୋରି, ହାଲିଆ ଲାଗିବା, ରକ୍ତରେ ହିମୋଗ୍ଲୋବିନ ର ଅଭାବ ସବୁକୁ ଦୂର କରିବ ଏହି ଗୋଟିଏ ଜିନିଷ |
ଶରୀର ରେ ହିମୋଗ୍ଲୋବିନ ର ସ୍ତର କମିଲେ ମୁଣ୍ଡ ବିନ୍ଧିବା ଓ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖା ଯାଏ, ତେଣୁ ଖାଦ୍ୟ ରେ ଏହି 5 ଟି ଜିନିଷ କୁ ସାମିଲ କରନ୍ତୁ ଏବଂ ଶରୀର ରେ ହିମୋଗ୍ଲୋବିନ କୁ ବୃଦ୍ଧି କରନ୍ତୁ | ତେବେ ଆସନ୍ତୁ ଜାଣିବା ଏହି ଖାଦ୍ୟ ଗୁଡ଼ିକ କଣ କଣ ରହିଛି | ମଣିଷ ଶରୀର ର ସମସ୍ତ ଅଙ୍ଗ କୁ ଅମ୍ଳଜାନ ପହଞ୍ଚାଇବାରେ ସାହାଯ୍ୟ ହିମୋଗ୍ଲୋବିନ ହିଁ କରି ଥାଏ | ସମ୍ପୂର୍ଣ୍ଣ ଶରୀର ର ସଠିକ ସଂଚାଳନ ପାଇଁ ଏହି ପ୍ରକ୍ରିୟା ନିହାତି ଜରୁରୀ ଅଟେ, ତେଣୁ ରକ୍ତ ରେ ହିମୋଗ୍ଲୋବିନ ର ସ୍ତର ଠିକ ରହିବା ପାଇଁ ହିମୋଗ୍ଲୋବିନ ଏକ ପ୍ରକାର ପ୍ରୋଟିନ ଯାହା ଲୋହିତ ରକ୍ତ କଣିକା ରେ ରହି ଥାଏ | ଜଣେ ପୁରୁଷ ର ଶରୀର ରେ ହିମୋଗ୍ଲୋବିନ ର ସ୍ତର 14 ଗ୍ରାମ ପ୍ରତି ଡିସିଲିଟର ରୁ 18 ଗ୍ରାମ ଡିସିଲିଟର ପର୍ଯ୍ୟନ୍ତ ରହିବା ଆବଶ୍ୟକ |
ସେହିପରି ମହିଳା ଙ୍କ ଶରୀର ର ରକ୍ତରେ ହିଲୋଗ୍ଲୋବିନ ର ମାତ୍ରା 12 ଗ୍ରାମ ପ୍ରତି ଡିସିଲିଟର ରୁ 16 ଗ୍ରାମ ପ୍ରତି ଡିସିଲିଟର ରହିବା ଆବଶ୍ୟକ | ଏହାର ସ୍ତର କଣ ହେଲେ ଶରୀର ରେ ହିମୋଗ୍ଲୋବିନର ସ୍ତର କମ ବୋଲି ଧରା ଯାଇ ଥାଏ | ଶରୀର ରେ ହିମୋଗ୍ଲୋବିନ ର ସ୍ତର କମି ଗଲେ ଦୁର୍ବଳ ଲାଗିବା, ମୁଣ୍ଡ ବିନ୍ଧିବା, ମୁଣ୍ଡ ବୁଲାଇବା ଭଳି ଦେଖା ଯାଇ ଥାଏ | ତେବେ ଶରୀର ରେ ଅନେକ ଉପାୟ ରେ ହିମୋଗ୍ଲୋବିନର ମାତ୍ରା କୁ ବୃଦ୍ଧି କରାଯାଇ ପାରିବ, କିନ୍ତୁ ସବୁଠାରୁ ଭଲ ବିକଳ୍ପ ହେଉଛି ଖାଦ୍ୟ | କେତେକ ଖାଦ୍ୟ ରହିଛି ଯାହା ଶରୀର ର ହିମୋଗ୍ଲୋବିନ କୁ ବୃଦ୍ଧି କରି ପାରିବ |
1. ତରଭୁଜ :-
ସାଧାରଣତଃ ତରଭୁଜ ଗ୍ରୀଷ୍ମ ଋତୁ ରେ ମିଳି ଥାଏ ଏବଂ ଏଥିରେ ଆଇରନ କିମ୍ୱା ଲୌହ ର ମାତ୍ରା ଅଧିକ ରହିଛି, ଖାଲି ସେତିକି ନୁହେଁ ତରଭୁଜ ରେ ଭିଟାମିନ c ମଧ୍ୟ ଭରପୁର ହୋଇ ରହିଛି | ଏହାକୁ ଖାଇବା ଦ୍ୱାରା ଶରୀର ରେ ହିମୋଗ୍ଲୋବିନ ର ବୃଦ୍ଧି ହୋଇ ଥାଏ |
2. ପାଳଙ୍ଗ ଶାଗ :-
ପ୍ରାୟ ସମସ୍ତେ ପାଳଙ୍ଗ ଶାଗ ବାବଦ ରେ ଜାଣିଛନ୍ତି, ପାଳଙ୍ଗ ଶାଗ ରେ ପ୍ରଚୁର ମାତ୍ରା ରେ ଆଇରନ ରହିଛି ଯାହା ଶରୀର ରେ ହିମଗ୍ଲୋବିନ ର ମାତ୍ରା କୁ ବଢ଼ାଇବାରେ ସାହାଯ୍ୟ କରି ଥାଏ |
3. ସେଓ :-
ଶରୀର ରେ ହିମୋଗ୍ଲୋବିନ ର ମାତ୍ରା ବୃଦ୍ଧି କରିବା ପାଇଁ ଆପଣ ନିୟମିତ ସେଓ ଖାଆନ୍ତୁ କାରଣ ସେଓ ରେ ଲୌହ ଓ ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ହିମୋଗ୍ଲୋବିନ ସ୍ତର କୁ ସନ୍ତୁଳନ ରଖି ଥାଏ |
4. ରାସମା ଡାଲି :-
ହିମୋଗ୍ଲୋବିନ ସ୍ତର ବୃଦ୍ଧି କରିବା ପାଇଁ ନିୟମିତ ରାସମା ଡାଲି ଖାଆନ୍ତୁ, ଏହା ସହିତ ସୋୟାବିନ, ମଟର, ବୁଟ ଆପଣ ଖାଇ ପାରିବେ | ଏଥିରେ ଅଧିକ ପରିମାଣ ରେ ଭିଟାମିନ C ରହିଛି, ତେଣୁ ଏସବୁ ଖାଦ୍ୟ ଶରୀର କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ |
5. କୁକୁଡ଼ା ମାଂସ :-
କୁକୁଡ଼ା ମାଂସ ରେ ପ୍ରଚୁର ପରିମାଣ ରେ ଲୌହ ରହିଛି ଯାହା ଶରୀର ରେ ହିମୋଗ୍ଲୋବିନ ମାତ୍ରା କୁ ବୃଦ୍ଧି କରିବା ସହିତ ମାଂସପେଶୀ କୁ ମଧ୍ୟ ମଜବୁତ ରଖି ଥାଏ |