
Jyotisha Shastra – ଶିବ ମନ୍ଦିର ଯାଉଛନ୍ତି କି ? ଭୟଙ୍କର କଥା ଜାଣନ୍ତୁ…ନହେଲେ ସର୍ବନାଶ,ହେବ !
ସୋମବାରକୁ ଭଗବାନ ଶିବଙ୍କର ବାର ହିସାବରେ ଆମେ ମାନିଥାଉ | ଏହି ଦିନ ଅଧିକାଂଶ ଲୋକ ଶିବ ମନ୍ଦିରକୁ ଯାଇ ଥାନ୍ତି | ନିଜର ମନସ୍କାମନା ପୂରଣ ପାଇଁ ସେମାନେ ଭୋଳା ନାଥଙ୍କୁ ପୂଜା କରି ଥାନ୍ତି | ସତ ମନରେ ମହାଦେବଙ୍କୁ ପୂଜା କଲେ ଭକ୍ତର ମନ ବାଞ୍ଛା ସେ ପୂରଣ କରି ଥାନ୍ତି | ସେ ଭକ୍ତର ସମସ୍ତ ଭୁଲକୁ କ୍ଷମା କରିବା ସହ ବର ଦେଇ ଥାନ୍ତି |ସେଥି ପାଇଁ ଭକ୍ତ ମାନେ ବହୁତ ଆଶାରେ ତାଙ୍କର ପୂଜାର୍ଚନା କରି ଥାନ୍ତି |
ବହୁତ ସମୟରେ ଶିବଙ୍କ ପାଇଁ ମହାଭିଷେକ କରା ଯାଇ ଥାଏ | ଆପଣ ମାନେ ଶିବ ମନ୍ଦିର ବହୁତ ଆଶାରେ ଯାଇଥାନ୍ତି | କିନ୍ତୁ ବହୁତ ଲୋକେ ମନ୍ଦିରକୁ ଯିବା ପରେ ଏହି ସବୁ ଭୁଲ ଅଜାଣତରେ କରି ବସିଥାନ୍ତି ଯୋଉଁଥି ପାଇଁ ଆପଣ ଆଶାତୀତ ଫଳ ପାଇବା ବଦଳରେ ସବୁ କିଛି ହରାଇ ବସିଥାନ୍ତି | ଯାହା ଦ୍ୱାରା ଆପଣଙ୍କର ମହାପାପ ହୋଇ ଥାଏ | ସେଥି ପାଇଁ ସତର୍କ ରୁହନ୍ତୁ |
ସେଥି ପାଇଁ ଶିବ ମନ୍ଦିରକୁ ଯିବା ପୂର୍ବରୁ କିଛି ନିୟମ ପାଳନ କରା ଯାଇଥାଏ | ଯାହା ପାଇଁ ଆପଣଙ୍କର ସମସ୍ତ ମନ କାମନା ପୂରଣ ହେବ | ଆଜି ଆମେ ଏହି ନିୟମ ଗୁଡିକ ବିଷୟରେ ଆପଣଙ୍କୁ ଜଣାଇବୁ | ଆସନ୍ତୁ ଜାଣିବା ଏହି ବିଷୟରେ |
ଯେବେ ଆପଣ ଶିବ ମନ୍ଦିରକୁ ଯାଉଛନ୍ତି ପ୍ରଥମେ ଶିବଙ୍କୁ ଦର୍ଶନ କରନ୍ତୁ ନାହିଁ | ପ୍ରଥମେ ଗଣେଶଙ୍କ ନିକଟକୁ ଯାନ୍ତୁ ଏବଂ ଯଦି କିଛି ମନ୍ତ୍ର ଜଣା ଅଛି ତାହା କହି ସାଷ୍ଟାଙ୍ଗ ପ୍ରଣାମ କରନ୍ତୁ | ତାପରେ କାର୍ତିକଙ୍କ ପାଖକୁ ଯାଇ ଧୂପ ଦୀପ ଦିଅନ୍ତୁ ବା ନ ଦିଅନ୍ତୁ କିନ୍ତୁ ଭୂମିଷ୍ଠ ପ୍ରଣାମ କରନ୍ତୁ | ତା ପରେ ମାତା ପାର୍ବତୀଙ୍କ ପାଖକୁ ଯାନ୍ତୁ ଓ ସେଠାରେ ମୁଣ୍ଡିଆ ମାରନ୍ତୁ |
ତା ପରେ ସିଧା ଶିବଙ୍କ ପାଖକୁ ଯିବେ ନାହିଁ | କାରଣ ପ୍ରତ୍ୟେକ ଶିବ ମନ୍ଦିରରେ ଶିବଙ୍କ ପାଦୁକ ନିକଟରେ ମାଆ ପାର୍ବତୀ ରହି ଥାନ୍ତି | ତେଣୁ ସେହି କୁଣ୍ଡକୁ ଯଦି ଆପଣ ପାର ହୋଇ ବା ଢ଼େଇଁ ଯାଉଛନ୍ତି ତାହେଲେ ମହା ପାପରେ ଘାଣ୍ଟି ହେବେ |
କିଛି ପାଇବା ପାଇଁ ଯାଇ ଥିବେ ହେଲେ କିଛି ହରେଇ ଆସିବେ | ଏଥି ଯୋଗୁଁ କିଛି ଧନୀ ଲୋକ ଗରିବ ହୋଇ ଯାନ୍ତି ଏବଂ ଅନେକ ରାଜା ଭିକାରି ହୋଇ ଯାନ୍ତି | ସେଥି ପାଇଁ ଏହି ଭୁଲ କରନ୍ତୁ ନାହିଁ | ମାଆ ପାର୍ବତୀଙ୍କ ଠାରୁ ପଛକୁ ଆସି ସୂର୍ଯ୍ୟଙ୍କୁ ନମସ୍କାର କରନ୍ତୁ | ତାପରେ ଗଣେଶ ଓ କାର୍ତିକଙ୍କ ମଝି ଦେଇ ଶିବଙ୍କ ମନ୍ଦିର ଭିତରକୁ ଯାନ୍ତୁ ଓ ଯାଇ ପ୍ରଥମେ ବୃଷଭଙ୍କୁ ପ୍ରଣାମ କରନ୍ତୁ ଓ ତାପରେ ଶିବଙ୍କୁ ଦର୍ଶନ କରି ପ୍ରଣାମ କରନ୍ତୁ | ଯଦି ଆପଣ ମନ୍ତ୍ର ଜାଣିଛନ୍ତି ତାହେଲେ ଜପ କରନ୍ତୁ |
ଏବଂ ଶିବଙ୍କୁ ଆରାଧନା ପରେ ନବଗ୍ରହଙ୍କୁ ଆରାଧନା କରନ୍ତୁ | ଏହି ସବୁ ନିୟମ ଵିଧିକୁ ଆପଣ ମାନେ ମାନି ଶିବ ମନ୍ଦିରକୁ ପ୍ରବେଶ କରନ୍ତୁ | ନଚେତ ଆପଣଙ୍କର ସମସ୍ତ କାମନା ବିଫଳ ହେବାର ସମ୍ଭାବନା ରହି ପାରେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।