
ଶୁଭ ସଂଙ୍କେତ ! ରୁଟିରେ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ ,ଭକ୍ତି ଆଖିରୁ ଝରିଲା ଲୁହ….ମନରେ ଭକ୍ତିଥିଲେ ନିଶ୍ଚିତ ଭାବରେ ଏହି ପୋଷ୍ଟ କୁ ପଢିବେ ଏବଂ ସେୟାର କରିବେ
କାଳିଆ ର ଦର୍ଶନ ଟିକେ କରିବାକୁ ଆଉ ତାଙ୍କ ପାଖକୁ ଯିବାକୁ ଜୀବନର ବ୍ୟସ୍ତତା ରୁ ସମୟ ମଧ୍ୟ ଟିକେ ମିଳୁ ନଥିଲା | ଆଜି କାଳିଆ ନିଜେ ଘରକୁ ଆସିଛି, ରୁଟି ସେକୁ ଥିଲେ ହେଲେ ହଠାତ କାଳିଆ ଙ୍କର ଏମିତି ଆବିର୍ଭାବ ହେଲା ଗୋଟିଏ କ୍ଷଣରେ ତାଙ୍କ ଆଖି ଛଳ ଛଳ କରି ଦେଲା | କଣ କରିବେ ଜାଣି ପାରିଲେ ନାହିଁ ବହୁ ଦିନ ପରେ ତାଙ୍କର ଆଶା ଥିଲା ଯେ ଟିକିଏ କାଳିଆ ଙ୍କୁ ଦର୍ଶନ କରିବେ କିନ୍ତୁ ଯାଇ ପାରୁ ନଥିଲେ | ଆଉ ଆଜି କାଳିଆ ନିଜେ ତାଙ୍କ ଘରକୁ ଆସିଛି, ତାଙ୍କ ସେକି ଥିବା ରୁଟିରେ କାଳିଆ ର ମୁହଁ ଯେପରି ଚମକି ଉଠୁଛି | କାଳିଆ ର ଦୁଇଟି ଆଖି ଆଉ କଳା ମୁହଁ ସେହି ରୁଟିରେ ପରିଷ୍କାର ଦେଖା ଯାଉଛି |
ଯେମିତି କୁହାଯାଏ ସେ ଭକତ ଡୋରି ରେ ବନ୍ଧା, କେତେବେଳେ ଭକତ ହାତରୁ ନଡ଼ିଆ ନିଏ ତ କେତେବେଳେ ନନ୍ଦିଘୋଷ ଭକ୍ତ ର ବାଲି ରଥ ବସି ଭକ୍ତ ର ଭାବନା କୁ ବୁଝେ ସେଥିପାଇଁ ତ ତାକୁ ଭାବ ବିନୋଦିଆ କାଳିଆ କୁହାଯାଏ | ଏମିତି ଏକ ଭକ୍ତ ଭାବନା କୁ ବୁଝି ଆଜି ଜଗନ୍ନାଥ ରୁଟିରେ ହିଁ ଦର୍ଶନ ଦେଇଛନ୍ତି | ନିଜ ଆଖିରେ ନ ଦେଖିଲେ ଆପଣ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ, ରୁଟି ମଧ୍ୟରେ କିଭଳି ଦୁଇଟି ଆଖି ଅଛି ଆଉ କାଳିଆ ନିଜ ଆଖିରେ ତା ଭକ୍ତ କୁ ଚାହିଁଲା ପରି ଦେଖା ଯାଉଛି | ଏଭଳି ଏକ ଅଲୌକିକ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳ ରେ ଦେଖିବା ପାଇଁ ମିଳିଛି |
ସୋର ଜଗନ୍ନାଥ ଅଞ୍ଚଳ ର ଶିକ୍ଷକ ବିଶ୍ଵରଂଜନ ନାୟକ ଙ୍କ ସ୍ତ୍ରୀ ରାଜଲକ୍ଷ୍ମୀ ଘରେ ରୁଟି କରୁ ଥିବା ସମୟରେ ରୁଟିରେ ମହାପ୍ରଭୁ ଜଗନ୍ନାଥ ଙ୍କ ପ୍ରତିଛବି ଦେଖା ଯାଇ ଥିଲା ଯାହାକି ରାଜଲକ୍ଷ୍ମୀ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇ ଥିଲା | କିଛି ଦିନ ଆଗରୁ ରାଜଲକ୍ଷ୍ମୀ ଙ୍କ ପୁରା ପରିବାର ଯାଇ ମହାପ୍ରଭୁ ଙ୍କୁ ଦର୍ଶନ କରି ଥିଲେ ହେଲେ କୌଣସି କାରଣ ରାଜଲକ୍ଷ୍ମୀ ଯାଇ ପାରି ନଥିଲେ କିନ୍ତୁ ମହାପ୍ରଭୁ ଙ୍କ ଦର୍ଶନ ମନରେ ଅଭିଳାଷ ରହି ଥିଲା |
ଆଉ ଆଜି ତାଙ୍କୁ ଜଗନ୍ନାଥ ନିଜେ ଆସି ରୁଟିରେ ଦେଖା ଯାଇ ଥିବା ସେ କହିଛନ୍ତି | ରୁଟିରେ ଜଗନ୍ନାଥ ଙ୍କ ଫଟୋ ଦେଖି ସେହି ରୁଟି କୁ ଠାକୁର ଙ୍କ ଜଗନ୍ନାଥ ଫଟୋ ପାଖରେ ରଖି ପୂଜା ଅର୍ଚନା ମଧ୍ୟ କରିଛନ୍ତି | ଏହି ଘଟଣା ଟି ଯେତେବେଳେ ସାମ୍ନା କୁ ଆସି ଥିଲା ସାହି ପଡ଼ିଶା ସମସ୍ତେ ଦେଖିବାକୁ ଦୌଡ଼ି ଆସି ଥିଲେ ଆଉ ଦେଖିବା ପରେ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇ ଥିଲେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।