
ରନ୍ଧା ଖାଦ୍ୟ ଖାଇଲେ ମୋର ବାନ୍ତି ହୋଇଯାଏ,କଞ୍ଚା ପରିବା ଖାଇଲେ ମୋ ଦେହ ଭଲ ରୁହେ… ଏହି ଯୁବତୀ ଜଣକ କଣ କହୁଛନ୍ତି, ଦେଖନ୍ତୁ Video
ମନୁଷ୍ୟରେ ବଂଚିବା ପାଇଁ ତିନୋଟି ମୌଳିକ ଜିନିଷ ଦରକାର ହୋଇଥାଏ | ସେଗୁଡିକ ହେଲା ଖାଦ୍ୟ, ବସ୍ତ୍ର ଓ ବାସଗୃହ | ଜଣେ ମଣିଷ ଏହି ତିନୋଟି ମଧ୍ୟରୁ କୋଉଁଟି ଗୋଟିଏ ମଧ୍ୟ ଛାଡି କରି ବଞ୍ଚି ପାରିବ ନାହିଁ | ଅଧିକାଂଶ ଲୋକ ସୁସ୍ୱାଦୁ ଖାଦ୍ୟ ଖାଇବା ପାଇଁ ଭଲ ପାଇ ଥାନ୍ତି | ସାଧାରଣତଃ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ପାଇଁ ଲୋକେ ଆଗ୍ରହୀ ହୋଇଥାନ୍ତି ଏବଂ ଯୋଉଁ ଗୁଡାକ ଆମ ଶରୀର ପାଇଁ କ୍ଷତିକାରକ ହୋଇ ଥାଏ |
ବଂଚିବା ପାଇଁ ଖାଦ୍ୟ ଅତ୍ୟନ୍ତ ଜରୁରୀ ଏବଂ ସେହି ଖାଦ୍ୟ ମଧ୍ୟ ସୁସ୍ୱାଦୁକର ହୋଇଥିବା ମଧ୍ୟ ଦରକାର |ଖାଦ୍ୟକୁ କିଏ କୋଉଁ ପ୍ରଣାଳୀରେ ଖାଇ ଥାନ୍ତି ଏବଂ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ | ବିଭିନ୍ନ ପ୍ରକାରର ଖାଦ୍ୟ ଖାଇ ଆମେ ସର୍ବଦା ନିଜକୁ ଫିଟ ରଖିବା ପାଇଁ ଇଚ୍ଛା କରିଥାଉ |ଆମେ ମଧ୍ୟ ଖାଦ୍ୟ ଟେଷ୍ଟି ନ ହେଲେ ଖାଇ ନ ଥାଉ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ବିଷୟରେ ବତାଇବୁ ଯିଏ ଆଜିକୁ ଚଉଦ ପନ୍ଦର ବର୍ଷ ହେଲାଣି କଞ୍ଚା ପନି ପରିବା ଖାଇ ବଞ୍ଚି ଆସିଛନ୍ତି | ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ |
ଏହି ମହିଳା ଜଣଙ୍କ ନାମ ହେଉଛି ପାୟଲ ପ୍ରିୟଦର୍ଶନୀ | ଏହି ମହିଳା ଜଣକ ପ୍ରଥମରୁ ସାଧରଣ ମଣିଷ ମାନଙ୍କ ପରି ଭାତ ତରକାରୀ ଖାଉ ଥିଲେ | କିନ୍ତୁ ସେ ନିଜର ମନ୍ତବ୍ୟ ଗଣ ମାଧ୍ୟମ ଆଗରେ ରଖି କହିଛନ୍ତି କି ଯେବେ ଠୁ ସେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ପାଦ ଦେଲେ ସେବେଠୁ ତାଙ୍କୁ ଡ଼ାଇଟିଙ୍ଗ କରିବା ସହିତ ଜିମ କରିବାକୁ ପଡୁଥିଲା | ସେତେବେଳ ରୋଷେଇ କରିବା ପାଇଁ ପନିପରିବା କାଟିଲା ବେଳେ ସେ କିଛି କଞ୍ଚା ପରିବା ଖାଉଥିଲେ |ତେଣୁ ତାଙ୍କର ସେହି ଅଭ୍ୟାସଟି ରହି ଯାଇଛି ବୋଲି କହିଛନ୍ତି | ସେ ଏମିତି କଞ୍ଚା ପରିବା ସତର ବର୍ଷ ହେଲାଣି ଖାଉଛନ୍ତି ବୋଲି କହିଛନ୍ତି |
କଞ୍ଚା ପରିବା ଓ ରଷେଇ କରି ଖାଇବା ଭିତରେ ତାଙ୍କୁ କଞ୍ଚା ପରିବା ହି ଭଲ ଲାଗେ ବୋଲି କହିଛନ୍ତି | ସେ ପରିବା ଭିତରେ କଞ୍ଚା ଆଳୁ, ସାରୁ, କଦଳୀ ସହିତ ସମସ୍ତ ପରିବା ଖାଇଥାନ୍ତି ଏବଂ ସେ କଞ୍ଚା କଲରା ମଧ୍ୟ ନିଜର ଖାଦ୍ୟ ହିସାବରେ ଗ୍ରହଣ କରିଥାନ୍ତି |ତ ଛଡା ସେ କଞ୍ଚା କ୍ଷୀର ଓ କଞ୍ଚା ଅଣ୍ଡା ମଧ୍ୟ ଖାଇଥାନ୍ତି | ସେ ତାଙ୍କର ଏହି ଅଭ୍ୟାସ ଜୀବନ ସାରା ଜାରି ରଖିବେ ବୋଲି କହିଛନ୍ତି କାରଣ ଏହା ଖାଇଲେ ସେ ସୁସ୍ଥ ରୁହନ୍ତି | ତାଙ୍କର କେହି ଶିଷ୍ୟ ନା ଥିବା ବେଳେ ତାଙ୍କୁ କେତେଜଣ ଦେଖି କରି ଖାଇବା ପାଇଁ ଚେଷ୍ଟା କରୁଥିବାର କହିଛନ୍ତି |
ସାଧରଣ ଲୋକେ ଭାତ ଓ ତରକାରୀ ଖାଇଥାନ୍ତି |ସେ ଦୁଇ ତିନି ବର୍ଷରେ ଯେତେବେଳେ ଘରକୁ ଯାନ୍ତି ସେତେବେଳେ ଘରେ ଭାତ ତରକାରୀ ଖାଇ ପାରନ୍ତି ନାହିଁ କାରଣ ତାଙ୍କୁ ବାନ୍ତି ହୋଇ ଯାଇଥାଏ |ସେ ଆଗାମୀ ଦିନରେ ମଧ୍ୟ କଞ୍ଚା ପରିବା ଖାଇବେ ବୋଲି କହିଛନ୍ତି | କିନ୍ତୁ ଚିନ୍ତାର ବିଷୟ ଏହା କି ପରିବାରେ ରାସାୟନିକ ସାର ପ୍ରୟୋଗ କରା ଯାଇଥାଏ ଏବଂ ଏହା ନେଇ ସେ ମଧ୍ୟ ଡକ୍ଟର ଦେଖାଇଛନ୍ତି | ସେ ଏହି ପରିବା ଖାଇ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।