ସବୁ ସମୟ ଖବର ସାଥିରେ

Jyotish ଶାସ୍ତ୍ର- ରାତିରେ ଘରୁ ଅଳିଆ ଫିଙ୍ଗିଲେ କଣ ଅସୁବିଧା ହୁଏ ଜାଣନ୍ତୁ….

0 9

ଶାସ୍ତ୍ର ଅନୁସାରେ ସଂସାରର କୌଣସି କାର୍ଯ୍ଯ କରିବା ପାଇଁ କିଛି ନା କିଛି ନୀତି ନିୟମ ରହିଥାଏ। ଯଦି ମନୁଷ୍ୟ ଏହି ସବୁ ନୀତି ନିୟମକୁ ମାନି ଚାଲି ଥାଏ ଖୁବ୍ ମଙ୍ଗଳ ହୋଇଥାଏ। ତେବେ ଆମେ ପ୍ରତିଦିନ ଘର ଓଳେଇ ଥାଉ। ଆଉ କେହି କେହି ଅଛନ୍ତି ଯେଉଁମାନେ ଘର ଓଳେଇଲା ପରେ ଅଳିଆ ବାହାରି ଥାଏ ତାକୁ ନେଇ ରାତ୍ରି ସମୟରେ ବାହାରେ ଫିଙ୍ଗି ଦେଇଥାନ୍ତି। ଯାହା ଭୁଲ ଅଟେ ତେବେ ଆଜି ଆମେ ରାତ୍ରି ସମୟରେ ଘରୁ ଅଳିଆ ଫିଙ୍ଗିଲେ କଣ ଅସୁବିଧା ହୋଇଥାଏ ତା ବାବଦରେ ଜାଣିବା।
ରାତ୍ରି ସମୟରେ ଘରୁ ଅଳିଆ ଫିଙ୍ଗିଲେ କଣ ଅସୁବିଧା ହୋଇଥାଏ?

ରାତ୍ରି ହେଉଛି ଶନିଙ୍କର ଏବଂ ଦିନ ଦେଉଛି ରବିଙ୍କର। ଏବଂ ସାରା ଦିନର ଯେଉଁ ଅଳିଆ ରହିଲା ତାକୁ ଆପଣ ରାତ୍ରି ସମୟରେ ଫିଙ୍ଗି ଦେଉଛନ୍ତି। ରାତ୍ରି ସମୟରେ ଘର ଓଳେଇବା ଘର ଝଡ଼ିବା ପୋଛିବା ଏବଂ ଅଳିଆ ପକାଇବା ଦ୍ଵାରା ଘରେ ଲକ୍ଷ୍ମୀଙ୍କର ସ୍ଥାୟୀ ବାସ ହୋଇ ନଥାଏ।
କିନ୍ତୁ ଆପଣ ରାତିରେ ରୋଷେଇ ଘରକୁ ଭଲ ଭାବରେ ପୋଛି ଦେବେ କାରଣ ମା ଅନ୍ନପୂର୍ଣ୍ଣା ଅଇଁଠା ହୋଇଥିବା ସ୍ଥାନକୁ ଯାଇ ନଥାନ୍ତି। କିନ୍ତୁ ଆପଣ ଯଦି ଘରର ଅଳିଆକୁ ରାତିରେ ଫିଙ୍ଗି ଦେଉଛନ୍ତି ତ କେବେ ବି ଆପଣଙ୍କ ଘରେ ସ୍ଥାୟୀ ଭାବେ ବାସ କରିବେ ନାହିଁ।ଏହା ସହିତ ଆପଣ ଯଦି ରାତ୍ରି ସମୟରେ ଘରୁ ଅଳିଆ ଫିଙ୍ଗୁଛନ୍ତି ତେବେ ଆପଣଙ୍କ ଘରକୁ ଦୁଃଖ ଦାରିଦ୍ର୍ୟ ମାଡ଼ି ଆସିବ। କ୍ଲେଶ ବଢିବ ଏବଂ ଯେତେ ଅର୍ଥ ଉପାର୍ଜନ କଲେ ମଧ୍ୟ ତାହା ନିଅଣ୍ଟ ହେବ।

ତେବେ ଆପଣ ଯଦି ରାତ୍ରି ସମୟରେ ଅଳିଆକୁ ବାହାରେ ଫିଙ୍ଗି ଦେଇଛନ୍ତି କି ଅଳିଆ ନେଇ ଆପଣଙ୍କ ଘର ବାହାରେ ରଖୁଛନ୍ତିତେବେ ସେ ମଇଳାକୁ ଢାଙ୍କି ଦିଅନ୍ତୁ ଯେମିତି ଅଳିଆ କାହାକୁ ବି ଦେଖା ଯିବ ନାହିଁ। ମନେ ରଖନ୍ତୁ ଆପଣଙ୍କର ଯଦି ସ୍ଥାୟୀ ଲକ୍ଷ୍ମୀ ନାହାଁନ୍ତି ଆପଣଙ୍କ ଘରେ ସର୍ବଦା ଖର୍ଚ୍ଚ ଲାଗି ରହିଛି ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିଛି ତେବେ ଏକ ଛୋଟ ସାଇଜର ଲାଲ୍ ଇଟା କିମ୍ବା ଲାଲ୍ ପଥରରେ ଆପଣ ଡଷ୍ଟବିନକୁ ସାତ ଥର ବାଡ଼େଇ କୁହନ୍ତୁ ତୁ ଚାଲିଯା ଆମ ଘରେ ସ୍ଥାୟୀଲକ୍ଷ୍ମୀ ବାସ କରିବେ।

ସାତଥର ଏଭଳି କୁହନ୍ତୁ ଆଉ ଏଗାର ଦିନ ପର୍ଯ୍ୟନ୍ତ ଏମିତି କୁହନ୍ତୁ। ଏହା ଦ୍ବାରା ଘରେ ଶାନ୍ତି ଦେଖାଯାଇଥାଏ ସବୁ ସମୟରେ ଘରେ ଶୁଭ ହୁଏ। ଏହି କାର୍ଯ୍ୟ କରିବା ସମୟରେ ଆପଣଙ୍କ ମନକୁ ଯେପରି କିଛି ବି ସନ୍ଦେହ ନଆସେ ଯଦି ଆପଣଙ୍କ ମନରେ ସନ୍ଦେହ ଉଙ୍କି ମାରେ ତେବେ ଆପଣ ଏହାକୁ କରନ୍ତୁ ନାହିଁ। ଏହା ପାଳନ କଲେ ଆପଣଙ୍କର ମଙ୍ଗଳ ହେବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।