ସବୁ ସମୟ ଖବର ସାଥିରେ

ଦେଖନ୍ତୁ Exclusive: ଭିଡିଓ- ରାସ୍ତାରେ ଯିବା ସମୟରେ ଯଦି କାହାକୁ ଲିଫ୍ଟ ଦେଉଛନ୍ତି,ତେବେ ସିଧା ଯିବେ ଜେଲ….ଅଧିକ ଜାଣିବା ପାଇଁ ଖବରଟି ଶେଷ ଯାଏଁ ପଢନ୍ତୁ…

0 18

ଆମେ ଯେହେତୁ ଆମ ସାମାଜିକତାକୁ ଦୃଷ୍ଟିରେ ରଖି ଆମ ସମାଜରେ ବସ ବାସ କରିଥାଉ ଓ ସମସ୍ତଙ୍କୁ ସଦବ୍ୟବହାର କରିଥାଉ| ତେଣୁ ପ୍ରତ୍ୟେକ କାର୍ଯ୍ୟରେ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିଥାଉ ଓ ପରସ୍ପର ଯିଏ ଯାହାର ଦୁଃଖରେ ସହାଭାଗୀ ହୋଇଥାଉ |ଏବଂ ଆମେ ଯେହେତୁ ସମସ୍ତେ ଭାରତୀୟ ତେଣୁ ଭାରତର ସମ୍ବିଧାନକୁ ମାନିବା ସହିତ ଓ ସେଥିରେ ଥିବା ସମସ୍ତ ଆଇନ କାନୁନକୁ ମାନିଥାଉ | ଆମ ସମ୍ବିଧାନରେ ସମାଜରେ ଚଳିବା ପାଇଁ ମଧ୍ୟ କିଛି ନିୟମ ଅଛି | ଆପଣ ଯେତେବେଳେ ଚାହିଁଲେ ଜଣଙ୍କୁ ସାହାଯ୍ୟ କରି ପାରିବେ ନାହିଁ ଓ ଯଦି ସାହାଯ୍ୟ କୋଟିବାକୁ ଯାଉଛନ୍ତି ଟ ଆପଣ ବି ଅସୁବିଧାରେ ପଡି ପାରନ୍ତି | ଆଜି ଆମେ ଏପରି କିଛି ଏକ ନିୟମ ବିଷୟରେ ଆପଣଙ୍କୁ ଜଣେଇବାକୁ ଯାଉଛୁ |
ସାଧାରଣତଃ ଆମେ ରାସ୍ତାରେ ଯିବା ସମୟରେ କେତେ ବେଳେ ଆମ ଗାଡିର ଅସୁବିଧା ହେଉଥିବା କାରଣରୁ ଆମେ ରାସ୍ତାରେ ଅଟକି ଯାଇଥାଉ ଯାହା ଫଳରେ ଆମେ ବହୁତ ହଇରାଣର ଶିକାର ହୋଇଥାଉ |ଏବଂ ସେତେବେଳେ ଆମେ ଲିଫ୍ଟ ପାଇଁ ରାସ୍ତାରେ ଯାଉଥିବା ଲୋକ ମାନଙ୍କୁ ଅନୁରୋଧ କରିଥାଉ |ସେଥି ମଧ୍ୟରୁ କେତେ ଲୋକ ମାନେ ମଧ୍ୟ ଲିଫ୍ଟ ଦେଇଥାନ୍ତି | ଆମେ ମଧ୍ୟ ସାମାଜିକତା ଦୃଷ୍ଟି କୋଣରୁ ଲିଫ୍ଟ ଦେଇଥାଉ ଯାହା ଫଳରେ ଲୋକ ଜଣକ ରାସ୍ତାରେ ହଇରାଣ ହୋଇ ନ ଥାନ୍ତି |କିନ୍ତୁ ଏହା ଏକ ଆଇନ ଗତ ଅପରାଧ ଅଟେ |

ଗାଡି ଚାଳକ ମାନେ ସାବଧାନ ହୋଇଯାନ୍ତୁ | ରାସ୍ତାରେ ଯିବା ସମୟରେ ଯଦି ଆପଣ କାହାକୁ ଲିଫ୍ଟ ଦେଉଛନ୍ତି ତାହେଲେ ସତର୍କ ରୁହନ୍ତୁ | ନ ହେଲେ ଆପଣଙ୍କୁ ବି ଯିବାକୁ ପଡିବ ଜେଲ | ରାସ୍ତାରେ ଯିବା ସମୟରେ ଯଦି ଆପଣ କାହାକୁ ଭୁଲରେ ବି ଲିଫ୍ଟ ଦେଉଛନ୍ତି ତାହେଲେ ସିଧା ଯିବେ ଜେଲ | ଏ କଥା ମଟର ଭେହିକିଲ ଆପରୁ ଜଣା ପଡିଛି |ମଟର ଭେହିକିଲ ଆକ୍ଟ 66/192 ଅନୁସାରେ ଆପଣ ଯଦି ନିଜ ଗାଡ଼ିରେ କୌଣସି ଅଜଣା ବ୍ୟକ୍ତିଙ୍କୁ ବସାଉଛନ୍ତି ତେବେ ଏହା ସମ୍ପୂର୍ଣ ବେଆଇନ |

ରାସ୍ତାରେ ଯିବା ସମୟରେ ଆପଣ ବହୁତ ଅଜଣା ଲୋକଙ୍କୁ ଲିଫ୍ଟ ମାଗୁଥିବାର ଦେଖିଥିବେ | ଏହି ସମୟରେ ମାନବିକତା ଦୃଷ୍ଟିରୁ ଲୋକ ମାନେ ସାହାଯ୍ୟ କରିଥାନ୍ତି କିନ୍ତୁ ଏହା କରିବା ଠିକ ନୁହେଁ | ଯଦି ଆପଣ ବି ଏମାନଙ୍କ ମଧ୍ୟରୁ ଜଣେ ତେବେ ନିଜର ଅଭ୍ୟାସକୁ ବଦଳାନ୍ତୁ | ନଚେତ ଆପଣଙ୍କୁ ଜୋରିମାନା ସହ ଜେଲ ଯିବାକୁ ପଡିପାରେ |
ମୁମ୍ବାଇରେ ଏମିତି କିଛି ଘଟଣା ଏକ ବ୍ୟକ୍ତିଙ୍କ ସହ ଘଟିଛି | ସେ ରାସ୍ତାରେ ଯିବା ସମୟରେ ଏକ ବ୍ୟକ୍ତିଙ୍କୁ ଲିଫ୍ଟ ଦେଇଥିଲେ | ରାସ୍ତାରେ ଯିବା ସମୟରେ ଚେକିଂ ହେଉଥିବା ସମୟରେ ସେ ଧରା ପଡିଲେ | ଏହା ପରେ ତାଙ୍କ ଉପରେ 66/192 ଧାରା ଲାଗୁ ହୋଇ ତାଙ୍କୁ ଦୁଇ ହଜାର ଟଙ୍କା ଫାଇନ ଗଣିବାକୁ ପଡିଲା |ମଟର ଭେହିକିଲ ଆକ୍ଟ ଅନୁସାରେ କେବଳ କମରସିଆଲ ଭେହିକିଲ ମାନଙ୍କୁ ଲିଫ୍ଟ ଦେବାର ଅନୁମତି ମିଳିଛି | କିନ୍ତୁ ପ୍ରାଇଭେଟ ଗାଡି ଚାଳକ କାହାକୁ ଲିଫ୍ଟ ଦେବା ବେଆଇନ | ଯଦି ଆପଣ ବି କାହାକୁ ଲିଫ୍ଟ ଦେଉଛନ୍ତି ତେବେ ଆଜିଠୁ ସତର୍କ ରୁହନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।