
Ollywood Heroine ପିଙ୍କି ପ୍ରଧାନ ( Pinki Pradhan ) ଶୋଇଲେ ବିଚ ରାସ୍ତାରେ ! ଭିଡ଼ିଓ ଦେଖିଲେ ଅପଣଙ୍କ ହୋସ ଉଡିଯିବ …
ରାଜ ରାସ୍ତାରେ ଶୋଇଲେ ଓଡ଼ିଆ ଅଭିନେତ୍ରୀ ତଥା ବିଜେପି କର୍ମୀ ପିଙ୍କି ପ୍ରଧାନ। ରାଜ୍ୟ ସରକାର ଙ୍କୁ ସମାଲୋଚନା କରି ରାଜ ରାସ୍ତାରେ ଗର୍ଜୀ ଉଠିଛନ୍ତି ଓଡ଼ିଆ ଅଭିନେତ୍ରୀ ପିଙ୍କି ପ୍ରଧାନ।ଆପଣ ମାନେ ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କୁ ନିଶ୍ଚିତ ଭାବେ ଜାଣିଥିବେ। ତେବେ ସାରା ରାଜ୍ୟରେ ଏବେ ଲେଡୀ ବ୍ଲାକମେଲର ଅର୍ଚ୍ଚନା ନାଗ ଓ ତାଙ୍କର ଯୌନ କେଳେଙ୍କାରୀକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆଉ ଏହି ସମୟରେ ତାଙ୍କର ଯୌନ କେଳେଙ୍କାରୀକୁ ନେଇ ଗର୍ଜି ଉଠିଛନ୍ତି ଓଡ଼ିଆ ସିନେମା ଜଗତର ଜଣା ଶୁଣା ଅଭିନେତ୍ରୀ ପିଙ୍କି ପ୍ରଧାନ। ରାସ୍ତାରେ ଶୋଇ ଏହା ଉପରେ ପ୍ରତିବାଦ କହିଛନ୍ତି ଅଭିନେତ୍ରୀ ପିଙ୍କି ପ୍ରଧାନ ଯାହାକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି।
ଅର୍ଚ୍ଚନା ନାଗଙ୍କ ଯୌନ କେଳେଙ୍କାରୀ ମାମଲାର ସଠିକ୍ ତଦନ୍ତ ଦାବି କରି ଓଡିଆ ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କ ସମେତ ବିଜେପି ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ କରିବା ସହ କଡ଼ା ଭାଷାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି।ଧର୍ମେନ୍ଦ୍ର ସାହୁ ମୃତ୍ୟୁ ସହିତ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ଓ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀରବ ରହିଥିବାରୁ ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଶୋଇ ମୁଖ୍ୟମନ୍ତ୍ରୀଙ୍କ କୁମ୍ଭକର୍ଣ୍ଣ ନିନ୍ଦ୍ରା ଭାଙ୍ଗିବାକୁ ନବୀନ ନିବାସ ଘେରାଉ କରିଛି ଭାରତୀୟ ଜନତା ପାର୍ଟି।ଭ୍ରଷ୍ଟାଚାରୀ, ଦୂରାଚାରୀ ଓ ଚରିତ୍ରହୀନ ସରକାର ଜାଗ୍ରତ ହୋଇ ଜନତାଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରା ଯାଇଛି।
ରାଜ୍ୟର ମହିଳା ମାନେ ସୁରକ୍ଷିତ ନୁହଁନ୍ତି।ବିଜୁ ଜନତା ଦଳ ପକ୍ଷରୁ ସର୍ବଦା ମା’କୁ ସମ୍ମାନର କଥା କୁହା ଯାଉଛୁ କିନ୍ତୁ ବାସ୍ତବରେ ବିଜୁ ଜନତା ଦଳର ସଦସ୍ୟ ମାନେ ନାରୀକୁ ଅସମ୍ମାନ କରି ଆସୁଛନ୍ତି ଯାହାକୁ ନେଇ ଗର୍ଜୀ ଉଠିଛନ୍ତି ଓଡ଼ିଆ ଅଭିନେତ୍ରୀ ପିଙ୍କି ପ୍ରଧାନ। ପିଙ୍କି ପ୍ରଧାନ ତଥା ବିଜେପି ପକ୍ଷରୁ ଦାବୀ କରାଯାଇଛି ବିଜୁ ଜନତା ଦଳର ନେତା, ବିଧାୟକ ଓ ମନ୍ତ୍ରୀମାନେ ଦୁଷ୍କର୍ମ, ହତ୍ୟା, ଯୌନ କେଳେଙ୍କାରୀରେ ଲିପ୍ତ ରହୁଛନ୍ତି ।
ଶାସକ ଦଳର ନେତାଙ୍କ ଦୁଷ୍କର୍ମ ବଢ଼ୁଥିଲେ ମଧ୍ୟ ଶାସକ ଦଳର ମୁଖିଆ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇବା ଓ ଚୁପ୍ ରହିବା ଏକ ଅଭ୍ୟାସରେ ପରିଣତ ହୋଇଛି। ତେବେ ସରକାର ତାଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ କରି ସାଧାରଣ ଜନତାଙ୍କୁ ଉତ୍ତର ଦିଅନ୍ତୁ ବୋଲି କୁହା ଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କିଛି ବି ପ୍ରତିକ୍ରିୟା ମିଳି ପାରି ନାହଁ। ତେବେ ଦେଖିବାକୁ ବାକି ରହିଲା ଏହା ଉପରେ ସରକାର କିଛି ପତିକ୍ରୀୟା ମିଳି ପାରୁଛି ନା ସରକାର୍ ଏଭଳି ଭାବେ ନୀରବ ରହୁଛନ୍ତି ଯାହାକୁ ନୈ ଚର୍ଚ୍ଚା ଲାଗି ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।