ସବୁ ସମୟ ଖବର ସାଥିରେ

ଦେଖନ୍ତୁ EXCLUSIVE :ଭିଡିଓ -ଦୁର୍ଘଟଣାର ତିନି ଦିନ ପରେ ସଫେଇ ଦେଲେ ରାନୀ ପଣ୍ଡା…ଏନେଇ କଣ କହୁଛନ୍ତି ରାଣୀ ପଣ୍ଡା ଶୁଣନ୍ତୁ ତାଙ୍କ ମୁହଁରୁ….

0 5

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା।ଦୁର୍ଘଟଣା ଘଟିବାର ତିନି ଦିନ ପରେ ସଫେଇ ଦେଇଛନ୍ତି ରାଣୀ ପଣ୍ଡା। ରାଣୀ ପଣ୍ଡାଙ୍କ କାର ଓ ବାଇକ୍ ଆରୋହୀଙ୍କ ମଧ୍ୟରେ ହୋଇଥିବା ଦୁର୍ଘଟଣାରେ ତାଙ୍କର କିଛି ଭୁଲ ନଥିବା କହିଛନ୍ତି ରାଣୀ ପଣ୍ଡା। ଏହା ସହିତ ତାଙ୍କ ନାମ ରେ ଅନେକ କଥା ମିଥ୍ୟା ପ୍ରଚାର ହେଉଥିବା କଥା ମଧ୍ୟ ସେ କହିଛନ୍ତି। ସେ କିଛି ଦୋଷ ନକରି ତାଙ୍କୁ ଦୋଷ ଦିଆ ଯାଇଥିବା କଥା କହିଛନ୍ତି ରାଣୀ ପଣ୍ଡା।

ତେବେ ରାଣୀ ପଣ୍ଡା କହିଛନ୍ତି କି ମୁଁ ଗରୀବର ସାଥୀ ମୁଁ ଗୋଟିଏ ଗରୀବକୁ କେବେ ମାରି ପାରିବି ନାହିଁ। ତେଣୁ ଶୁଦ୍ଧି କ୍ରିୟା ପାଇଁ ପଚାଶ ହଜାର ଟଙ୍କା ଦିଆ ଯାଇଥିବା କଥା ମଧ୍ୟ କୁହା ଯାଉଛି। ମୃତ ବ୍ୟକ୍ତିଙ୍କ ପିଲାଙ୍କ ଭବିଷ୍ୟତ ଗଢ଼ିବା ସହିତ ଅନ୍ୟ କେତେକ ବିଭିନ୍ନ ପ୍ରକାର ସାହାଯ୍ୟ କରିବା କଥା ମଧ୍ୟ ରାଣୀ କହିଛନ୍ତି। ଏ ନେଇ ରାଣୀ ପଣ୍ଡା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖି ପୋଷ୍ଟ୍ କରିଛନ୍ତି। ଆଜି ସକାଳୁ ସକାଳୁ ମଧ୍ୟ ରାଣୀ ପଣ୍ଡା ଇନଷ୍ଟାଗ୍ରାମରେ ଲାଇଭ ଆସି ତାଙ୍କ ଫ୍ୟାନସ୍ ମାନଙ୍କୁ ତାଙ୍କ ଦୁଃଖ ଜଣାଇଛନ୍ତି।

ଘଟଣା ସମ୍ପର୍କରେ ଦୁଇ ଦିନ ଧରି କଣ ଘଟିଛି ସବୁ କିଛି କହିଥିବା ବେଳେ ମେଡିକାଲରେ ପଡ଼ିଥିବା କଥା ମଧ୍ୟ କହିଛନ୍ତି ରାଣୀ ପଣ୍ଡା। ଏହା ସହିତ ତାଙ୍କର କିଛି ଦୋଷ ନଥିବା ବେଳେ ଓଡିଶା ବାସୀ ତାଙ୍କୁ ଦୁଃଖ ଦେଇ ତାଙ୍କ ନାଁ ରେ ମିଥ୍ୟା ପ୍ରଚାର୍ କରୁଛନ୍ତି ବୋଲି କହିଛନ୍ତି ରାଣୀ ପଣ୍ଡା। ତେବେ ତାଙ୍କ ନାଁ ରେ ଏଭଳି ମିଥ୍ୟା ପ୍ରଚାର ନ କରାଯାଉ ବୋଲି ହାତ ଯୋଡି ଅନୁରୋଧ କରିଛନ୍ତି ରାଣୀ ପଣ୍ଡା।

ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ କି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଭୁବନେଶ୍ୱରରୁ ଏକ ବିବାହ ଉତ୍ସବରେ ଯୋଗ ଦେଇ ଘରକୁ ଫେରୁଥିବା ସମୟରେ ଆଠଗଡ଼ ମୁଣ୍ଡଳୀ ରାସ୍ତାର ଡାଳଖାଇ ଛକରେ ତାଙ୍କ କାର ସହ ଏକ ବାଇକର ମୁହାଁ ମୁହିଁ ଧକ୍କା ହୋଇଥିଲା।ଦୁର୍ଘଟଣା ଏତେ ଜୋର ହୋଇଥିଲା ଯେଉଁଥିରେ ଗାଡି ଦୁଇଟି ଭାଙ୍ଗି ପୁରା ଖଣ୍ଡ ବିଖଣ୍ଡ ହୋଇ ଯାଇଛି ଏହା ସହିତ ବାଇକ୍ ଚାଳକଙ୍କ ଅବସ୍ଥା ବି ସାଙ୍ଘାତିକ ହୋଇ ପଡ଼ିଥିଲା।ବାଇକ୍ ଚାଳକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେ ସାଙ୍ଗେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରା ଯାଇଥିଲା। କିନ୍ତୁ ଡ଼ାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।ତେବେ ମୃତ ବାଇକ୍ ଚାଳକ ଜଣଙ୍କ ହେଉଛନ୍ତି ରାଜନଗର ଜିଲ୍ଲାର ଶ୍ରୀନିବାସ ବେହେରାଙ୍କ ପୁଅ ସୁକାନ୍ତ ବେହେରା। ଆଉ ସୁକାନ୍ତଙ୍କ ପରିବାରକୁ ଆଜି ସହାୟତାର ହାତ ବଢ଼ାଇଛନ୍ତି ରାଣୀ ପଣ୍ଡା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।