ସବୁ ସମୟ ଖବର ସାଥିରେ

ଯୁବକଙ୍କୁ ପିଟିଲା Rani Panda ଙ୍କ କାର୍, ଚାଲିଗଲା ଯୁବକଙ୍କ ଜୀବନ, ଦେଖନ୍ତୁ କାହିଁକି ହେଲା ଏତେ ବଡ ଦୁର୍ଘଟଣା…ଦେଖନ୍ତୁ video

0 9

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏକ ଘଟଣା ଚାରିଆଡେ ଉତ୍ତେଜନା ସୃଷ୍ଟି କରିଛି ତାହା ହେଉଛି ଯାତ୍ରା ଅଭିନେତ୍ରୀ , ତଥା ହଟ କୁଇନ ଭାବରେ ଆପଣ ମାନେ ଯାହାକୁ ଜାଣିଛନ୍ତି ଆପଣଙ୍କର ପ୍ରିୟ ଯାତ୍ରା କଳାକାର ରାଣୀ ପଣ୍ଡା ଙ୍କର କାର ରେ ଧକ୍କା ଫଳରେ ଜଣେ ଯାତ୍ରା କଳାକାର ଙ୍କର ମୃତ୍ୟୁ ଘଟିଛି | ତେବେ କାର ଟିକୁ ରାଣୀ ଙ୍କର କାର ଡ୍ରାଇଭର ଜଣଙ୍କ ଚଳାଉଥିଲେ ବୋଲି କୁହାଯାଉଛି | ଆଉ ଯେଉଁଥିପାଇଁ ସ୍ଥାନୀୟ ଲୋକ ମାନେ ରାଣୀ ଙ୍କୁ ସେଠାରେ ଅଟକ ରଖିଥିଲେ ବୋଲି ଦେଖିବାକୁ ମିଳିଥିଲା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଆଠଗଡ ଜିଲ୍ଲା ଦଳଖାଇ ବ୍ଲକ ର ମୁଣ୍ଡୁଳି ରାସ୍ତା ରେ | ଆଉ ଯାହା କୁହାଯାଉଛି କି ମୁଣ୍ଡୁଳି ରାସ୍ତା ଏକ ଶୂନଶାନ ଜଙ୍ଗଲୀ ରାସ୍ତା | ଆଉ ରାଣୀ ପଣ୍ଡା ଏକ ବାହାଘର ପାର୍ଟି ରେ ଯୋଗ ଦେଇ ଘରକୁ ଫେରୁଥିବା ସମୟରେ ଏଭଳି ଘଟଣା ଘଟିଛି | ତେବେ କାର ଟିକୁ ରାଣୀ ଙ୍କର ଡ୍ରାଇଭର ଚଳାଉଥିଲେ ବୋଲି କୁହାଯାଇଛି | ରାଣୀ ଙ୍କର କାର ଓ ଲୋକ ଟିର ବାଇକ ମୁହାଁ ମୁହିଁ ଭାବରେ ଧକ୍କା ହୋଇଥିଲା | ଆଉ ଯେଉଁଠି ପାଇଁ ସଂଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ବାଇକ ଚାଳକ ଶ୍ରୀକାନ୍ତ ବେହେରା ଙ୍କର ମୃତ୍ୟୁ ଘଟିଥିଲା ବୋଲି କୁହାଯାଉଛି |

ଆଉ ଯାହା ଜଣା ପଡିଛି କି ଘଟଣା ଟି ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଭୋସାଣି ଉତ୍ସବ ଥିବାରୁ ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ମାନେ ବହୁତ ସଂଖ୍ୟା ରେ ପହଞ୍ଚି ଯାଇଥିଲେ | ଆଉ ସେଠାରେ ରାଣୀ ପଣ୍ଡା ଓ ତାଙ୍କର ଡ୍ରାଇଭର କୁ ମଧ୍ୟ ଅଟକ ରଖିଥିଲେ ବୋଲି କୁହାଯାଉଛି | ତେବେ ଘଟଣା ସ୍ଥଳରେ ଆଠଗଡ ର ପୋଲିସ ପହଞ୍ଚି ଘଟଣା ଟିକୁ ନିଜର ଆୟତ୍ତ ରେ ରଖିଥିଲେ ଓ ଘଟଣା ର ଠିକ ଭାବରେ ତଦନ୍ତ କରିଥିଲେ ବୋଲି କୁହାଯାଉଛି | ଆଉ ଯେଉଁଠି ପାଇଁ ରାଣୀ ଙ୍କୁ ରାତି 2 ଟା ପର୍ଯ୍ୟନ୍ତ ଥାନା ରେ ରହିବାକୁ ପଡିଥିଲେ |

ତାହା ପରେ ଆଠଗଡ଼ ର IIC ଘଟଣା ର ତଦନ୍ତ କରି ରାଣୀ ଙ୍କୁ ଥାନା ରୁ ଛାଡିଥିଲେ ଓ ତାଙ୍କର ଡ୍ରାଇଭର କୁ ଥାନା ରେ ଅଟକ ରଖିବା ସହିତ ଦୁଇଟି ଗାଡ଼ି କୁ ମଧ୍ୟ ରଖିଛନ୍ତି ବୋଲି କୁହାଯାଉଛି | ତେବେ ଏହି ଦୁର୍ଘଟଣା ରେ କାହାର ଭୁଲ କିଛି ଜଣା ପଡିନି | ଆଉ ଘଟଣା ର ତଦନ୍ତ ପରେ କୁହାଯିବ ବୋଲି ପୋଲିସ କହିଛି | ଯାହା ଏବେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।