ସବୁ ସମୟ ଖବର ସାଥିରେ

ଦେଖନ୍ତୁ Exclusive: ଭିଡିଓ-ରକ୍ଷକ ସାଜିଲା ଭକ୍ଷକ ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ ଶିକ୍ଷକ …ଘର ଲୋକ ଜାଣିଲା ପରେ ଯାହା ହେଲା …

0 15

ପୁରାଣରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ସହ ତୁଳନା କରା ଯାଇଛି |କାରଣ ସେ ଏକ ଛାତ୍ରର ଜୀବନକୁ ଗଢିବା ସହିତ ପାଳନ ଏବଂ ତାରଣ ମଧ୍ୟ କରିଥାନ୍ତି |ଗୁରୁ ହେଉଛନ୍ତି ଏମିତି ଜଣେ ମଣିଷ ଯିଏ କି ଛାତ୍ର ଛାତ୍ରୀ ମାନଙ୍କୁ ଅନ୍ଧାରରୁ ଆଲୋକକୁ ବାଟ କଢେଇ ନିଅନ୍ତି ଏବଂ ସତ ପଥରେ ଯିବାକୁ ପ୍ରେରଣା ଦିଅନ୍ତି | ଆମେ ଏକଲବ୍ୟ ଓ ଆରଣ୍ୟକଙ୍କ ଗୁରୁ ଦକ୍ଷିଣା ବିଷୟରେ ଜାଣିଚୁ | ପୂର୍ବ କାଳରେ ଗୁରୁଙ୍କୁ ସେହିପରି ନିଷ୍ଠାର ସହିତ ଆସନରେ ରଖି ପୂଜା କରା ଯାଉଥିଲା |ଏବଂ ଗୁରୁ ମାନଙ୍କର ମଧ୍ୟ ପିଲା ମାନଙ୍କୁ ଯଥେଷ୍ଟ ଭଲ ପାଇବା ଓ ଆଦର ରହିଥିଲା |

କିନ୍ତୁ ଏବେ ଗୁରୁ ଓ ଶିଷ୍ୟର ସମ୍ପର୍କରେ କଳଙ୍କ ଲାଗି ଗଲାଣି | କେତେବେଳେ କୋଉଠି ଗୁରୁ ଓ ଶିଷ୍ୟଙ୍କ ଭିତରେ ମାଡ଼ ଗୋଳ ହେଉଥିବା ବେଳେ କେତେବେଳେ କିଏ କାହାକୁ ଭଲ ପାଇବାର ସମ୍ପର୍କ ଗଢି ଉଠିଲାଣି ଓ ବିବାହ ମଧ୍ୟ ହେଇ ଯାଉଛି | ଆଗ ପରି ଗୁରୁଙ୍କ ପ୍ରତି ଶିଷ୍ୟ ମାନଙ୍କର ଭକ୍ତି ଭାବ ଉଠି ଗଲାଣି | ପାଠ ପଢ଼ିବାର ମାନସିକତା ଆସ୍ତେ ଆସ୍ତେ ପିଲାଙ୍କ ମନରୁ ଉଭେଇ ଗଲାଣି |ବିଭିନ୍ନ ଆଡେ ଦେଖିବାକୁ ମିଳୁଛି ଗୁରୁ ଶିଷ୍ୟଙ୍କ ଅବୈଧ ସମ୍ପର୍କ | ଏହି ଭଳି ଏକ ଘଟଣା ବିଷୟରେ ଆଜି ଆମେ ଅପନୋଙ୍କୁ ଜଣେଇବାକୁ ଯାଉଛୁ | ଆସନ୍ତୁ ଜାଣିବା ସେ ସମ୍ପର୍କରେ |

ପ୍ରତ୍ୟେକ ଦିନ ସମାଜରେ ଘଟି ଯାଉଛି ଅସାମାଜିକ କାର୍ଯ୍ୟ |ଗୁରୁ ଶିଷ୍ୟାଙ୍କ ସମ୍ପର୍କରେ ଲାଗୁଚି ଦାଗ |ଶିକ୍ଷକ ଜଣକ ଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର କରିଛନ୍ତି ନେଇ ହୋଇଛି ଥାନାରେ ଅଭିଯୋଗ |ଏ ଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଂଚଳରେ | ଜଣେ ଶିକ୍ଷକଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ |ସୂଚନା ଅନୁଯାୟୀ ନୂଆଳ ନୋଡାଲ ପ୍ରାଥମକି ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କୁ ଅଭିଯୋଗ କରି ଥିଲେ |ପରିବାର ଲୋକେ ଏ କଥା ଶୁଣି ଶିକ୍ଷକଙ୍କୁ ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ |

ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି |ଏହି ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ସେହି ଶିକ୍ଷକ ଜଣଙ୍କୁ ଏକ ସିମେଣ୍ଟ ଖୁଣ୍ଟରେ ଲୋକ ମାନେ ବାନ୍ଧି ଦେଇଛନ୍ତି | ଏବଂ କେତେବେଳେ ଜଣ ମହିଳା ତାଙ୍କୁ ଗାଳି କରୁଛନ୍ତି ଓ ତ ସହିତ ମାଡ଼ ମଧ୍ୟ ମାରୁଛନ୍ତି| ସେମାନେ କହୁଛନ୍ତି କି ତମ ଘରେ ମାଆ ଭଉଣୀ ନାହାନ୍ତି ବୋଲି ପ୍ରଶ୍ନ ପଚାରୁଛନ୍ତି|

ତ ସହିତ କିଛି ଲୋକ ବାନ୍ଧି ଦେବା ପାଇଁ ଧମକ ଦେଉଛନ୍ତି |ସେ କାହିଁକି ତାଙ୍କ ଝିଅଙ୍କ ଦେହରେ ହାତ ଦେଲେ ବୋଲି ପଚାରୁ ଥିବା ବେଳେ ଶିକ୍ଷକ ଜଣଙ୍କ ପ୍ରତି ଉତ୍ତରରେ କହିଛନ୍ତି ଯ ସେ କିଛି କରିନି ବୋଲି | ଏହି ଘଟଣାକୁ ନେଇ ସାରା ଗାଁରେ ହଇଚଇ ସୃଷ୍ଟି ହୋଇ ଥିବା ବେଳେ ଗାଁ ଲୋକ ଏହାର ତୀବ୍ର ନିନ୍ଦା କରିଛନ୍ତିଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।