ସବୁ ସମୟ ଖବର ସାଥିରେ

ରାଜଧାନୀର ଭି-କା-ରି ପାଠ ନପଢି କହୁଛହନ୍ତି ଅନର୍ଗଳ ଇଂଲିଶ, ତାଙ୍କ ମୁହଁରୁ ଇଂଲିଶ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ଦେଖନ୍ତୁ ନ ଦେଖିଲେ ବିଶ୍ୱାସ ହବନି ଜାଣନ୍ତୁ ସେ କେମିତି ଶିଖିଲେ ଇଂଲିଶ – ଦେଖନ୍ତୁ Video

0 43

ବନ୍ଧୁମାନେ ବହୁତ ସମୟରେ ବଣ ମଲ୍ଲି ବଣରେ ଫୁଟି ଝଡି ପରେ ଆଉ ତା ଭିତରେ ଥିବା ବାସ କାହାକୁ ଜଣା ପଡେ ନାହିଁ ।ଠିକ ସେହିପରି ଅନେକ ପ୍ରତିଭାବାନ ବ୍ୟକ୍ତି ଆମ ଗହଣରେ ରହିଛନ୍ତି କିନ୍ତୁ ତାଙ୍କୁ କେହି ଜାଣି ନାହାନ୍ତି ।ଯେପରି ନିକଟରେ ଦେଖିବାକୁ ମିଳିଛି ଜଣେ ଭିକାରୀ ଏମିତି ଅନର୍ଗଳ ଇଂରାଜୀ କହୁଛନ୍ତି ଯାହା ଶୁଣିଲେ ବିଶ୍ୱାସ ହେବ ନାହିଁ କି ଜଣେ ଭିକାରୀ ଏମିତି କେମିତି କହିପାରୁଛି ।ଆଉ ଏହି ଭିଡ଼ିଓରେ ଭିକାରୀ ଜଣଙ୍କ କହିଛନ୍ତି ଭିକ ମାଗି ବି କେମିତି ସେ ଏତେ ସୁନ୍ଦର ଇଂରାଜୀ କହିବା ଶିଖିଲେ, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ।

ଇଂରାଜୀ ଏକ ଏମିତି ଭାଷା ଯାହାକୁ ଶିଖିବା କହିବା ସମସ୍ତ ପକ୍ଷରେ ସମ୍ଭବ ନୁହେଁ କିନ୍ତୁ କିଛି ଏମିତି ଲୋକ ବି ରହିଛନ୍ତି ଯେଉଁ ମାନେ ପୁରା ପ୍ରାଞ୍ଜଳ ଭାବରେ ଏହି ଭାଷାରେ କଥାବାର୍ତ୍ତା କରି ପାରନ୍ତି ।

ଆଉ ଆମେ ତାଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ହେଉ କେମେଟି ସେ ଏତେ ସୁନ୍ଦର କଥା ହେଉଛନ୍ତି ଇଂରାଜୀରେ ।କିନ୍ତୁ ନିକଟରେ ରାଜଧାନୀରେ ଜଣେ ଏମିତି ଭିକାରୀଙ୍କୁ ଦେଖିବାକୁ ମିଳିଛି ଯିଏ କୌଣସି ଶିକ୍ଷା ଲାଭ କରି ନାହାନ୍ତି କିନ୍ତୁ ଭଲ ଭାବରେ ଇଂରାଜୀ କଥା ହେଉଛନ୍ତି ।ଆଉ ତାଙ୍କର ଏହି ଭିଡ଼ିଓ ଏବେ ସୋସିଆଲ ମେଡିଆରେ ପୁରା ଭାଇରଲ ହେବାରେ ଲାଗିଛି, କିନ୍ତୁ ଆସନ୍ତୁ ଶୁଣିବା ତାଙ୍କ ପାଖରୁ କେମିତି ଶିଖିଲେ ଏହି ଇଂରାଜୀ ।

ତେବେ ନାମ ତାଙ୍କର ଶ୍ରୀପତି ପାତ୍ର ଆଉ ପେଶାରେ ସେ ଜଣେ ଭିକାରୀ, ରାଜଧାନୀରେ ଭିକ୍ଷା ବୃତି କରି ତାଙ୍କର ଜୀବନ ଚାଲେ ।ଆଉ ପାଠ ପଡ଼ି ନାହାନ୍ତି କିନ୍ତୁ ଖୁବ ସୁନ୍ଦର ଇଂରାଜୀରେ କଥା ହେଉଛନ୍ତି, ତେବେ ଜଣାଇଛନ୍ତି କେମିତି ଏହି ଇଂରାଜୀ କହିବା ଶିଖିଛନ୍ତି ।ତେବେ ସେ ଦୀର୍ଘ 30 ବର୍ଷ ଧରି ୟୁନିଭରସିଟ ରେ ଭିକ ମାଗୁଥିଲେ ଆଉ ସେଠାରେ ପିଲା ମନେ ତାଙ୍କୁ ଇଂରାଜୀରେ ଯେଉଁ କଥା କହୁଥିଲେ ସେଥିରୁ ସେ ଗୋଟିଏ ଗୋଟିଏ ଶବ୍ଦ ବୁଝିବାକୁ ଚେଷ୍ଟା କରିଥିଲେ ।ଆଉ ଧିରେ ଧିରେ ସେ ବି ସେହି ଶବ୍ଦ ଗୁଡିକୁ ନିଜ କଥାରେ ବ୍ୟବହାର କରିବା ଆରମ୍ଭ କରି ଦେଇଥିଲେ । ଆଉ ଏବେ ପୁରା ଖୁବ ସୁନ୍ଦର ଇଂରାଜୀ ରେ କଥାବାର୍ତ୍ତା ହେବା ସହିତ ସେ ବିଦେଶୀ ମାନଙ୍କ ସହିତ ବି ଇଂରାଜୀରେ କଥା ହୁଅନ୍ତି ।

ଶ୍ରୀପତିଙ୍କର ହାତର ଆଙ୍ଗୁଳି ନାହିଁ ତେଣୁ ସେ କେମିତି କଣ କରି ପାରିବେ ସେଥିପାଇଁ ଭିକ୍ଷାବୃତି କରୁଛନ୍ତି ।ତେବେ ସେ ଇଂରାଜୀ କୁ ନେଇ କହିଛନ୍ତି କି ଏହି ଭାଷା ଶିଖିବା ପାଠରେ ନଥାଏ ଜଣେ ଶୁଣି ଶୁଣି ପ୍ରାକ୍ଟିସ କଲେ ଇଂରାଜୀ କହି ପାରିବ ।ତାପରେ ସେ ଭାରତ ସରକାର ଓ ରାଜ୍ୟ ସରକାର କୁ ବହୁତ କଥା ଇଂରାଜୀରେ କହୁଛନ୍ତି ଯାହା ଆପଣ ଏହି ଭିଡ଼ିଓରେ ଦେଖି ପାରିବେ ।ତେବେ ତାଙ୍କର ଏହି ଇଂରାଜୀ କହୁଥିବା ଭିଡ଼ିଓ ସମସ୍ତଙ୍କୁ ଏବେ ଚକିତ କରାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।