
ପୁରୁଣାରୁ ପୁରୁଣା ଯାଦୁ, କାଛୁ, କୁଣ୍ଡିଆ ( Fungal Infection ) ସବୁଦିନ ପାଇଁ ଭଲ କରିବାର ଘରୋଇ ଉପାୟ
ଆଜିକାଲି ପରିବେଶ ପରିବର୍ତ୍ତନ ଓ ଦୂଷିତ ପରିବେଶ ଯୋଗୁଁ ଅନେକ ଲୋକଙ୍କ ଠାରେ ଚର୍ମ ରୋଗ ବା ସ୍କିନ ଇନଫେକ୍ସନ ଭଳି ସମସ୍ୟା ଦେଖା ଦେଉଛି | ସାଧାରଣତଃ କାଛୁ କୁଣ୍ଡିଆ ଅଧିକାଂଶ ଲୋକଙ୍କୁ ହୋଇ ଥାଏ | ଦେହରେ କୁଣ୍ଡେଇ ହେଲେ ବା ଚର୍ମ ରୋଗ ହେଲେ ଆମେ ବିରକ୍ତ ହୋଇ ଯାଇ ଥାଉ | ଏହାର ବିଭିନ୍ନ କାରଣ ରହିଥାଏ ହୁଏ ତ ଏହା କାଛୁ କୁଣ୍ଡିଆ ଜନିତ ହୋଇ ପାରେ ଅଥବା ଯଦି କୌଣସି ବ୍ୟକ୍ତି ଅପରିଷ୍କାର ରହୁ ଥିବେ ସେହି କାରଣରୁ ମଧ୍ୟ ହୋଇ ଥାଏ |
ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ ଜଣାଇ ବାକୁ ଯାଉଅଛୁ ଯାହା ଦ୍ୱାରା ଆପଣ ନିଜର ଚର୍ମ ରୋଗକୁ ଏକା ଥରକେ ଭଲ କରି ପାରିବେ | ଆଜି ଆମେ ଆପଣଙ୍କୁ ଏହି ରେମେଡି ବିଷୟରେ କହିବୁ ଯାହା ଦ୍ୱାରା ଆପଣ କାଛୁ କୁଣ୍ଡିଆ ଭଳି ସମସ୍ୟକୁ ସବୁଦିନ ପାଇଁ ଦୁରେଇ ପାରିବେ |
ଆବଶ୍ୟକୀୟ ଉପକରଣ :-
1.କଞ୍ଚା ହଳଦୀ
2.ଆଲବେରା
3.ନିମ୍ବ ତେଲପ୍ରସ୍ତୁତି ପ୍ରଣାଳୀ :-ତେବେ ଏହି ପ୍ରକାରର ଯାଦୁ, କାଛୁ ଆଉ କୁଣ୍ଡିଆଣ ଭଳି ରୋଗରୁ ମୁକ୍ତି ପାଇବା ପାଇଁ ଆମେ ମାନେ ହଳଦୀ କୁ ମୁଖ୍ୟ ଉପାଦାନ ଭାବରେ ନେଇ ପାରିବା |ହଳଦିରେ ଆଣ୍ଟି ବେକଟେରିଆଲ ଓ ଆଣ୍ଟି ଫୋଙ୍ଗଲ ଗୁଣ ରହି ଥାଏ | ପ୍ରଥମେ କିଛି କଞ୍ଚା ହଳଦୀ ନେବା, ଆଉ ତାକୁ ଭଲ ଭାବରେ ଛେଞ୍ଚି ଦେବା, କଞ୍ଚା ହଳଦୀ ଯଦି ନ ଥିବ ତାହେଲେ ଶୁଖିଲା ହଳଦୀ ମଧ୍ୟ ଆମେ ନେଇ ପାରିବା | ତାହା ପରେ ଆପଣ ଆଲୋଭେରାରୁ ତାହାର ଲାଳ ଅଂଶ ବାହାର କରି ନିଅନ୍ତୁ |ଆଲୋଭେରରେ ଭିଟାମିନ ଇ ବହୁଳ ପରିମାଣରେ ରହି ଥାଏ ଯାହା ଆମ ଚର୍ମକୁ ସୁସ୍ଥ ଓ ଚିକ୍କଣ ରଖିଥାଏ |
ହଳଦୀ ଓ ଆଲୋଭେରାକୁ ଭଲ ଭାବେ ମିଶାଇ ନିଅନ୍ତୁ |ତାହା ପରେ ଏହି ପ୍ରସ୍ତୁତ ଉପାଦାନ ଟିକୁ ସାଇତିକି ରଖିବା ପାଇଁ ସେଥିରେ ମିଶାଇବା ନିମ୍ବ ତେଲ | ନିମ୍ବ ତେଲ କୌଣସି ଜିନିଷକୁ ସଂରକ୍ଷଣ କରି ରଖିବା ପାଇଁ ବହୁତ ସାହାଯ୍ୟ କରି ଥାଏ | ଆଉ ତାକୁ ଭଲ ଭାବରେ ମିଶାଇ ସାରିବା ପରେ ଗୋଟିଏ କଢେଉ ବସେଇବା ଓ ସେଥିରେ ଏହି ସବୁ ଉପାଦାନ କୁ ପକାଇବା ଓ ତାକୁ ଗରମ କରିବା ଯେପରି ଉପାଦାନ ରେ ଥିବା ସମସ୍ତ ରସ ଶୁଖିଯାଏ | ଏବେ ଏହି ସହଜ ଘରେଇ ଉପଚାର ଟି ପ୍ରସ୍ତୁତ ହୋଇଗଲା |
ବ୍ୟବହାର :-ଏହି ସହଜ ଘରେଇ ଉପଚାର କୁ ଆମେ ରାତିରେ ଶୋଇବା ଆଗରୁ ଯାଦୁ, କାଛୁ ବାହାରି ଥିବା ସ୍ଥାନ ରେ ଭଲ ଭାବରେ ଲଗେଇ ଦେବା ଓ ତାହାକୁ ରାତି ସାରା ରଖିବା ଓ ସକାଳେ ତାହାକୁ ଗରମ ପାଣିରେ ଧୋଇଦେବା |ଏହା ସମ୍ପୂର୍ଣ ରୂପେ ଏକ ଆୟୁର୍ବେଦିକ ଉପଚାର ଅଟେ ଯାହାର କୌଣସି ସାଇଡ ଏଫେକ୍ଟ ନାହିଁ | ଏବଂ ଏହା ଏକ ପ୍ରାକୃତିକ ଉପଚାର ଅଟେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।