
ପୁରୁଣାରୁ ପୁରୁଣା ଧଳା କେଶକୁ କରନ୍ତୁ ପ୍ରାକୃତିକ ଭାବେ କଳା..! ଜମାରୁ ଧଳା ବାଳ ରହିବ ନାହିଁ..ଘୋରାଇ ଉପାୟ
ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜର ସୌନ୍ଦର୍ଯ୍ୟକୁ ବଜାଇ ରଖିବା ପାଇଁ ଆମେ କେତେ କଣ ବ୍ୟବହାର କରିଥାଉ | ବହୁତ କମ ବୟସରୁ ଉଭୟ ମହିଳା ଓ ପୁରୁଷ ମାନଙ୍କର କେଶ ଧଳା ହେବାରେ ଲାଗିଛି |କୋସମେଟିସସଠୁ ଆରମ୍ଭ କରି ଘରୋଇ ଉପଚାର ପର୍ଯ୍ୟନ୍ତ ଆମେ ସବୁ ଗୁଡିକୁ ଚେଷ୍ଟା କରିଥାଉ |ସେଇଥିରୁ ଆମ ପାଇଁ କିଛି ଉପଯୋଗୀ ହୋଇଥିବା ବେଳେ ଅନ୍ୟ କିଛି ଅନୁପଯୋଗୀ ହୋଇଥାଏ | ବିଶେଷ କରି ସମସ୍ତେ ନିଜ କେଶର ସୌନ୍ଦର୍ଯ୍ୟରେ ଧ୍ୟାନ ଦେଇଥାନ୍ତି |ଆଜି ଆମେ ଆପଣଙ୍କୁ କେଶର ଯତ୍ନ ଓ କେମିତି କେଶକୁ ସବୁଦିନ ପାଇଁ କଳା ରଖିବେ ସେ ବିଷୟରେ ବିଷୟରେ ବତାଇବୁ |
ଯଦି ଆପଣଙ୍କ କେଶ ଶୁଷ୍କ ହୋଇଥାଏ ବା ଧଳା ହୋଇ ଯାଉଥାଏ ତାହେଲେ ମାତ୍ର ପାଞ୍ଚ ତାଙ୍କ ଖର୍ଚ କରି ଏହି ଟୋନିକକୁ ବ୍ୟବହାର କରି ଆପଣଙ୍କ କେଶକୁ କଳା, ଘନ ଓ ମଜବୁତ କରି ପାରିବେ ଏବଂ ଏହା ଏକ ପ୍ରାକୃତିକ ଉପାୟ ଅଟେ |ଏହି ଟୋନିକ ପ୍ରସ୍ତୁତ ପାଇଁ ଆବଶ୍ୟକ ଉପକରଣ ଗୁଡିକ ହେଲା :-
1. ଚା ପତି
2. ତେଜ ପତ୍ର
3. ରସୁଣ
4 କଫି ପାଉଡର
ପ୍ରସ୍ତୁତି ପ୍ରଣାଳୀ :-ଏକ କୋଟରୀରେ ଦୁଇ ଚାମଚ ଚା ପତି ନିଅନ୍ତୁ | ଏବଂ ସେଇଥିରେ ତିନୋଟି ତେଜ ପତ୍ର ନିଅନ୍ତୁ ଓ ଏକ କୋଲା ରସୁଣ ନିଅନ୍ତୁ | ସେହି ପାତ୍ରରେ ଏକ ଗ୍ଲାସ ପାଣି ଦେଇ ଦିଅନ୍ତୁ | ତାକୁ ଗ୍ୟାସରେ ବସାଇ ଫୁଟାନ୍ତୁ ଯେମିତି ସମସ୍ତ ସାମଗ୍ରୀର ପୋଷକ ତତ୍ତ୍ୱ ସେହିଥିରେ ଆସିଯିବ | ସ୍ଲୋ ଫ୍ଲେମରେ ଆପଣ ଏହାକୁ ଫୁଟାନ୍ତୁ | ପୁରୁଷ ଏବଂ ମହିଳା ସମସ୍ତେ ଏହି ରେମେଡିର ପ୍ରୟୋଗ କରି ପାରିବେ |ଏହା ଆପଣଙ୍କ କେଶକୁ ସହିତ ଘନ ଓ ମଜବୁତ କରିବା ସହିତ ପ୍ରାକୃତିକ ଉପାୟରେ କଳା କରିବ |ଦଶ ମିନିଟ ପରେ ଏହାକୁ ଗ୍ୟାସରୁ କାଢି ଆଣି ଏକ ପାତ୍ରକୁ ଛାଣି ନେବେ | ଏହି ରେମେଡିଟି ଏବେ ପ୍ରସ୍ତୁତ ହୋଇଯିବ |
ବ୍ୟବହାର :-ଏହି ରେମେଡି ପ୍ରୟୋଗ କରି ଆପଣ ଡେନଡ୍ରଫ ଦୂର କରି ପାରିବେ |ଏବେ ଏହି ହେୟାର ଟୋନିକକୁ ଫ୍ରିଜରେ ମଧ୍ୟ ରଖି ପାରିବେ |ଧ୍ୟାନ ରଖିବେ ଏହାକୁ କେବେ ଫ୍ରିଜ ବାହାରେ ରଖିବେ ନାହିଁ ନହେଲେ ଏହିଥିରୁ ସ୍ମେଲ ବାହାରିବ |ସପ୍ତାହରେ ଏହାକୁ ତିନି ଥର ବ୍ୟବହାର କରିବାକୁ ହେବ |ସେଥିପାଇଁ ଆପଣ ଏହାକୁ ସପ୍ତାହକ ପାଇଁ ବନାଇ ରଖିପାରିବେ |ଏବେ ଏକ ଚାମଚ କଫି ପାଉଡର ଏକ ପାତ୍ରକୁ ନିଅନ୍ତୁ |କାରଣ କଫିରୁ ମିଳୁଥିବା କେଫିନ ପ୍ରାକୃତିକ ଉପାୟରେ ଆମ କେଶକୁ କଳା କରିଥାଏ |ଏକ ଚାମଚ କଫିରେ ଅଳ୍ପ ପ୍ରସ୍ତୁତ ହୋଇଥିବା ଟୋନିକ ମିଶାନ୍ତୁ |
ଯଦି ଆପଣଙ୍କ କେଶ ଧଳା ହେଉଥାଏ ତେବେ ଏହାକୁ ଲଗାଇ ଦେଖନ୍ତୁ ଆପଣଙ୍କୁ ଡାଏ କରିବାକୁ ପଡିବ ନାହିଁ |ଏବଂ ଏହି ବଳିଥିବା ଏହି ପାଣିକୁ ଫ୍ରିଜରେ ଷ୍ଟୋର କରି ରଖନ୍ତୁ | ଯଦି ଆପଣଙ୍କ କେଶ ଶୁଷ୍କ ଓ ଜୀବନହିନ ହୋଇଥାଏ ତେବେ ଏହି ପାଣିରେ ଏକ ଚାମଚ ନଡ଼ିଆ ତେଲ ମିଶାଇକେଶରେ ଲଗାନ୍ତୁ ବା ଆପଣ ଯୋଉଁ ତେଲ ବ୍ୟବହାର କରୁଥିବେ ତାକୁ ମିଶାଇ ଲଗାଇ ପାରିବେ ଯାହା ଦ୍ୱାରା କେଶରେ ମଏସଚର ପରିମାଣ ରହେ ଓ ସେଥିପାଇଁ କେଶ କମ ଝଡିଥାଏ |ଏଥିରେ ଭିଟାମିନ ଇ କ୍ୟାପସୁଲ ବ୍ୟବହାର କରିପାରିବେ | ଭଲ ରେଜଲଟ ପାଇଁ ପାଇଁ ସପ୍ତାହରେ ତିନି ଥର ଲଗାନ୍ତୁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।