ସବୁ ସମୟ ଖବର ସାଥିରେ

ପରୁଣାରୁ ପୁରୁଣା ଡାଇବେଟିସ ରୋଗକୁ ମୂଳରୁ ଶେଷ କରିବା ପାଇଁ ଆପଣାନ୍ତୁ ଘରୋଇ ରାମବାଣ ଔଷଧ ବିଷୟରେ ଜାଣନ୍ତୁ..

0 15

ଆଜିକାଲି ଅଧିକାଂଶ ଲୋକଙ୍କ ଠାରେ ଗୋଟିଏ ରୋଗ ସାଧାରଣତଃ ଭାବରେ ଦେଖା ଯାଉଛି |ଯାହା ହେଉଛି ମଧୁମେହ ବା ଡାଇବେଟିସ ଯାହାକି ସମସ୍ତ ଲୋକଙ୍କୁ ହଇରାଣ କରି ସାରିଲାଣି |ଲୋକ ମାନେ ବିଭିନ୍ନ ମେଡ଼ିସିନ ଖାଇବା ସହ ଇନସୁଲିନ ମଧ୍ୟ ନେଇଥାନ୍ତି | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ ଜଣାଇବୁ ଯାହା ଦ୍ୱାରା କି ଆପଣ ଘରେ ରହି ଏବଂ ଆୟୁର୍ବେଦିକ ଉପାୟରେ ମଧୁମେହକୁ ବଢିବା ପାଇଁ ଦେବେ ନାହିଁ ଓ ଏହା ଆପଣଙ୍କ ନିୟନ୍ତ୍ରଣରେ ରହିବ | ଆସନ୍ତୁ ଜାଣିବା ସେ ବିଷୟରେ |
ଏହି ଗୁଣ୍ଡଟିକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ହେଉଛି :-1. ଭଜା ବୁଟ2. ମେଥି3.ଜୁଆଣି

4. କାଲିଜିରୀ5. ଡାଳଚିନିଡାଇବେଟିସ କଂଟ୍ରୋଲ କରିବା ପାଇଁ ସର୍ବ ପ୍ରଥମେ ଦରକାର ହେବ ପଚାଶ ଗ୍ରାମ ଭଜା ବୁଟ କାରଣ ଏହିଥିରେ ବହୁତ ପରିମାଣରେ ଭିଟାମିନ, ମିନେରାଲ ଓ ଫାଇବର ରହିଥାଏ | ଏହା ଆମ ହଜମ କ୍ରିୟାକୁ ଠିକ ଓ ତୀବ୍ର କରିଥାଏ |ଦ୍ୱିତୀୟ ସାମଗ୍ରୀ ହେଉଛି ମେଥି ଦାନା ଯାହାକି ଆମ ରକ୍ତରେ ସୁଗରର ପରିମାଣ କଂଟ୍ରୋଲ କରିଥାଏ |ଏହା ସମସ୍ତ ରୋଗରେ ଫାଇଦା ପହଁଞ୍ଚଇଥାଏ | ଏଥିପାଇଁ ଶହେ ଗ୍ରାମର ମେଥି ଦାନା ନେବାକୁ ପଡିବ |
ତୃତୀୟ ସାମଗ୍ରୀ ହେଉଛି ପଚାଶ ଗ୍ରାମର ଜୁଆଣି ଯାହାକି ଆମ ଶରୀରରେ ଆଣ୍ଟି ଅକ୍ସଇଡେଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଟୋରି ଭାବେ କାର୍ଯ୍ୟ କରିଥାଏ ଯାହା ଆମ ସୁଗରକୁ କଂଟ୍ରୋଲରେ ରଖିଥାଏ |ଏଥିପାଇଁ ପଚାଶ ଗ୍ରାମର କାଲିଜିରୀ ଦରକାର ପଡିବ ଯାହାକି ଆମ ଶରୀରର ସୁଗରକୁ ବହୁ ପରିମାଣରେ ଆୟତ୍ତ କରିଥାଏ |ପଞ୍ଚମ ସାମଗ୍ରୀ ହେଉଛି ଦୁଇ ବଡ ଟୁକୁଡା ଡାଳଚିନି |ଏହାର ବାସ୍ନା କାରଣରୁ ଆପଣଙ୍କୁ ଏହି ଗୁଣ୍ଡ ଖାଇବାରେ ଭଲ ଲାଗିବ |
ପ୍ରସ୍ତୁତି ପ୍ରଣାଳୀ :-
ପ୍ରଥମେ ଏକ ପ୍ୟାନକୁ ଗ୍ୟାସରେ ବସାଇ ଗରମ କରି ନିଅନ୍ତୁ |ସମସ୍ତ ସାମଗ୍ରୀକୁ ଅଳ୍ପ ଆଞ୍ଚରେ ଭାଜି ନିଅନ୍ତୁ | ପ୍ରଥମେ ମେଥିକୁ ଗ୍ୟାସ ସ୍ଲୋ କରି ଭାଜି ନିଅନ୍ତୁ | ମେଥିକୁ ବେଶୀ ଭାଜିବାର ଆବଶ୍ୟକତା ନାହିଁ |ଟିକେ ଭାଜି ଗଲା ପରେ କାଢି ନିଅନ୍ତୁ |ସେହିପରି ଜୁଆଣିକୁ ମଧ୍ୟ ଅଳ୍ପ ଭାଜି ନିଅନ୍ତୁ ନହେଲେ ଏହା ଜଳିଯିବ | ବୁଟ ଓ ଡାଲଚିନୀକୁ ମଧ୍ୟ ଭଲ ଭାବରେ ଭାଜି ନେବେ |
ସମସ୍ତ ସାମଗ୍ରୀର ସ୍ୱାଦ ଅଲଗା ହୋଇଥାଏ ସେଥିପାଇଁ ସବୁଗୁଡିକୁ ଅଲଗା କରି ଭାଜିବାକୁ ପଡିବ |ସେହିପରି କାଲିଜିରୀକୁ ମଧ୍ୟ ଭଲ ଭାବରେ ଭାଜି ନିଅନ୍ତୁ | ଯଦି ଆପଣ କାଲିଜିରୀ ନ ପାଉଛନ୍ତି ତାହେଲେ ଏହାକୁ ସ୍କିପ କରିପାରିବେ | କିନ୍ତୁ ଯଦି ଆପଣ ଡାଇବେଟିସ ରୋଗୀ ତାହେଲେ ଆପଣ ନିହାତି ବ୍ୟବହାର ପାଇଁ ଚେଷ୍ଟା କରନ୍ତୁ |ଅଳ୍ପ ଥଣ୍ଡା ହେଲା ପରେ ସମସ୍ତ ସାମଗ୍ରୀକୁ ଗୁଣ୍ଡ କରି ନିଅନ୍ତୁ |
ବ୍ୟବହାର :-

ସବୁଦିନ ସକାଳୁ ଏହି ଆୟୁର୍ବେଦିକ ଗୁଣ୍ଡଟିକୁ ଏକ ଚାମଚରେ ଗୋଟିଏ ଚାମଚ ଖାଲି ପେଟରେ ଖାଇବାକୁ ପଡିବ | ଏହି ଗୁଣ୍ଡଟିକୁ ଆପଣଙ୍କ ସବୁଦିନ ଖାଦ୍ୟରେ ମିଶାଇବାକୁ ପଡିବ | ଏହାକୁ ଆପଣ ଗୋଟିଏ କାଚ ଜାରରେ ଷ୍ଟୋର କରି ରଖିପାରିବେ |ଆପଣ ଏହାକୁ ଦୁଇ ମାସ ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।