ସବୁ ସମୟ ଖବର ସାଥିରେ

ପୁରୁଣା ରୁ ପୁରୁଣା ଅର୍ଶ ( Piles ) ମାତ୍ର ୨ ସପ୍ତାହରେ ମୂଳରୁ ଶେଷ ହୋଇଯିବ |Home Treatment

0 10

ଅଧିକାଂଶ ଲୋକ ନିଜର କୋଷ୍ଠ କାଠିନ୍ୟ ଓ ଅର୍ଶ ଭଳି ସମସ୍ୟାକୁ ନେଇ ବହୁତ ଚିନ୍ତିତ ରୁହନ୍ତି | କାରଣ ଯୋଉଁ ଲୋକ ମାନଙ୍କର ପ୍ରତ୍ୟେକ ଦିନ ଠିକ ସମୟରେ ପେଟ ସଫା ହୋଇ ନ ଥାଏ ସେମାନଙ୍କର ଦିନ ଗୁଡିକ ଭଲ ଭାବେ ଯାଇ ନ ଥାଏ | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ ବତାଇବୁ ଯାହା ଦ୍ୱାରା ଆପଣ ମାତ୍ର ଦୁଇ ସପ୍ତାହରେ ନିଜର ଅର୍ଶ ଭଳି ସମସ୍ୟାକୁ ଭଲ କରି ପାରିବେ | ଆସନ୍ତୁ ଜାଣିବା ସେ ବିଷୟରେ |
ଯେବେ ଆମକୁ ବହୁତ ଦିନ ଧରି କୋଷ୍ଠ କାଠିନ୍ୟ ଭଳି ସମସ୍ୟା ଲାଗିରହେ ଏବଂ ଝାଡା ଯିବା ସମୟରେ ଆମେ ଜୋର ଯୋଗାଇଥାଉ | ଏହାଦ୍ୱାରା କିଛି ମଳଦ୍ୱାର ପାଖରେ ଥିବା ଶିର ଫୁଲିଯାଏ ଓ ଯାହାକୁ ଆମେ ପାଇଲସ ବୋଲି କହିଥାଉ | ଏହି ପାଇଲସ ଯେତେବେଳେ ପ୍ରଥମ ଅବସ୍ଥାରେ ଥାଏ ତାହା ମେଡ଼ିସିନ ଦ୍ୱାରା ଭଲ ହୋଇଥାଏ କିନ୍ତୁ ଏହା କ୍ରୋନିକ ହୋଇଗଲେ ମାଂସପେଶୀ ମଳଦ୍ୱାର ଦେଇ ବାହାରକୁ ଆସିଥାଏ,ତାକୁ ଅପେରସନ କରିବାକୁ ପଡିଥାଏ | ଯଦି ଆପଣ ପାଇଲସର ପ୍ରଥମ ଅବସ୍ଥାରେ ଅଛନ୍ତି ତାହେଲେ ଆମର ଏହି ଉପଚାରକୁ ନିହାତି ଭାବରେ ବ୍ୟବହାର କରନ୍ତୁ |

ଆପଣଙ୍କୁ ଏହି ଉପଚାରଟି ରାତିରେ କରିବା ପାଇଁ ପଡିବ | ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ କ୍ଷୀରରେ ତିନି ଏମଏଲ ଜଡ଼ା ତେଲ ମିଶାଇବାକୁ ପଡିବ | ଏବଂ ଏହି କ୍ଷୀରଟିକୁ ଶୋଇବାର ଏକ ଘଣ୍ଟା ପୂର୍ବରୁ ପିଇବା ପାଇଁ ପଡିବ | ଜଡ଼ା ତେଲରେ ଆଣ୍ଟିବେକଟେରିଆଲ ଏବଂ ଆଣ୍ଟିଫୋଙ୍ଗାଲ ଗୁଣ ଥାଏ | ଶୋଇବାର ଏକ ଘଣ୍ଟା ପୂର୍ବରୁ ଏହାକୁ ସେବନ କରନ୍ତୁ | ଆପଣ ଏହି ଜଡ଼ା ତେଲକୁ ଆପଣଙ୍କ ପାଇଲସରେ ଲଗାନ୍ତୁ କିମ୍ବା ଯଦି ଆପଣଙ୍କୁ ଇନଟରନାଲ ପାଇଲସ ଅଛି ତାହେଲେ ଇଅରବର୍ଡ ଦ୍ୱାରା ତେଲ ନେଇ ଲଗାନ୍ତୁ |ଏହା ଦ୍ୱାରା ପାଇଲସର ଜ୍ୱଳନ ଓ ଯନ୍ତ୍ରଣା କମିଯିବ | ଜଡ଼ା ତେଲ ଝାଡ଼ାକୁ ପତଳା କରିବାରେ ସାହାଯ୍ୟ କରିଥାଏ |
ଆପଣ ଆଉ ଗୋଟିଏ ଉପଚାର ମଧ୍ୟ କରିପାରିବେ | ଏହାପାଇଁ ଦରକାର ପଡିବ ତ୍ରିଫଳା ଚୁର୍ଣ୍ଣ ଯୋଉଁଥିରେ ଆପଣଙ୍କୁ ମିଶାଇବାକୁ ପଡିବ ଅଁଳା, ହରିଡ଼ା ଓ ବାହାଡା | ଏହି ତିନୋଟି ସାମଗ୍ରୀକୁ ନେଇ ଚୁର୍ଣ୍ଣ ପ୍ରସ୍ତୁତ କରିବା ପାଇଁ ପଡିବ | ତ୍ରିଫଳାକୁ ଆପଣଙ୍କୁ ରାତିରେ ଶୋଇବା ପୂର୍ବରୁ ବ୍ୟବହାର କରିବାକୁ ପଡିବ | ଏକ ଚାମଚ ତ୍ରିଫଳା ଚୁର୍ଣ୍ଣକୁ ଏକ ଗ୍ଳାସ ଉଷୁମ ପାଣି ସହିତ ପିଇବା ପାଇଁ ପଡିବ | ଯଦି ଆପଣ ଏହାକୁ ପାଣି ସହିତ ପିଇବା ପାଇଁ ଚାହୁଁନାହାନ୍ତି ତାହେଲେ ଆପଣ ଖାଲି ପାଟିରେ ଏହାକୁ ଖାଇ ଗୋଟିଏ ଗ୍ଲାସ ଉଷୁମ ପାଣି ପିଅନ୍ତୁ |
ତ୍ରିଫଳା ପାଉଡର କୋଷ୍ଠ କାଠିନ୍ୟରୁ ଅତି ଶୀଘ୍ର ଉପଶମ ଦେଇଥାଏ | ଯଦି ଆପଣ ଏହାକୁ ପ୍ରତିଦିନ ସେବନ କରିବେ ତାହେଲେ କୋଷ୍ଠକଠିନ୍ୟରୁ ମୁକ୍ତି ପାଇ ପାରିବେ | ତ୍ରିଫଳାରେ ଥିବା ଅଷ୍ଟ୍ରିଜେନ ନର୍ଭକୁ ଶକ୍ତ କରିଥାଏ | ରାତିରେ ଶୋଇବା ପୂର୍ବରୁ ଏହି ଦୁଇଟି ଉପଚାର ନିଶ୍ଚୟ କରନ୍ତୁ |
ଏହାପରେ ଆପଣ କିଛି ପାନମହୁରୀକୁ ନେଇ ଭାଜି ନିଅନ୍ତୁ ଓ ଏହାକୁ ଗୁଣ୍ଡ କରି ନିଅନ୍ତୁ | ପ୍ରତିଦିନ ସକାଳୁ ଗୋଟିଏ ଚାମଚ ପାନମହୁରୀ ସହ ଚିମୁଟାଏ ହେଙ୍ଗୁ ମିଶାଇ ସେବନ କରନ୍ତୁ | ଆପଣ ଏହିଭଳି ୨ ସପ୍ତାହ କରନ୍ତୁ, ଆପଣଙ୍କ ଅର୍ଶ ଜନିତ ସମସ୍ୟା ଅତି ଶୀଘ୍ର ଭଲ ହୋଇଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।