ସବୁ ସମୟ ଖବର ସାଥିରେ

ଗର୍ଭରେ ଥିବା ପିଲା ପୁଅ ହେବ ନା ଝିଅ ଏହି ଉପାୟରୁ ଜାଣନ୍ତୁ – Pregnancy Tips

0 17

ମାତୃତ୍ୱ ଲାଭ ଜଣେ ନାରୀ ପାଇଁ ବହୁତ୍ ବଡ ସୌଭାଗ୍ୟ ନେଇ ଆସୁଥାଏ।ବିବାହ ପରେ ପ୍ରତ୍ୟେକ ବିବାହିତ ଦମ୍ପତି ବାପା ମା ହେବା ପାଇଁ ଚାହିଁଥାନ୍ତି। ମା ହେବା ଦୁନିଆର ସବୁଠାରୁ ସୁନ୍ଦର ଅନୁଭୂତି। ନାରୀ ଟିଏ ଯେତେବେଳେ ଗର୍ଭ ଧାରଣ କରେ ତା ପାଇଁ ସେହି ଅନୁଭୂତି ସବୁଠାରୁ ନିଆରା ହୋଇଥାଏ। ନିଜ ସନ୍ତାନକୁ ନେଇ ବାପା ମା ବହୁତ୍ ସ୍ଵପ୍ନ ଦେଖି ଥାନ୍ତି। ଆଉ ଯେତେବେଳେ ନାରୀର ଗର୍ଭରେ ସନ୍ତାନଟିଏ ଥାଏ ପ୍ରତ୍ୟେକ ବାପା ମାଙ୍କ ମନରେ ଜାଣିବା ପାଇଁ ଆଗ୍ରହ ହୋଇଥାଏ କି ଗର୍ଭରେ ଥିବା ପିଲା ପୁଅ ନା ଝିଅ।ତେବେ ଆଜି ଆମେ ଆପଣ ମାନଙ୍କୁ ପୁଅ ବା ଝିଅ ଜନ୍ମ ହେବାର ଲକ୍ଷଣ ସବୁ କହିବା ପାଇଁ ଯାଉଛୁ। ପ୍ରତ୍ୟେକ ଗର୍ଭବତୀ ନାରୀଙ୍କ ମନରେ ଏହା ଜାଣିବା ପାଇଁ ଖୁବ୍ ଇଚ୍ଛା ରହିଥାଏ। ଜଡିଓ ଭୄଣର ଲିଙ୍ଗ ନିରୂପଣ କରିବା ଆଇନ୍ ଗତ ଅପରାଧ କିନ୍ତୁ ମା ମନରେ ତା ଆସୁଥିବା ସନ୍ତାନ ପୁଅ ନା ଝିଅ ତାହା ଜାଣିବା ପାଇଁ ଚାହିଁ ଥାନ୍ତି କାରଣ ସେମାନେ ତାଙ୍କ ଆସୁଥିବା ସନ୍ତାନଙ୍କୁ ସେହି ଭାବେ ସ୍ବାଗତ କରିଥାନ୍ତି।
ତେବେ ଦେଶ ବିଦେଶରେ ଏପରି କିଛି ଜ୍ଞାନୀ ଗୁଣି ବ୍ୟକ୍ତି ରହିଛନ୍ତି ଯେଉଁମାନେ କି ଗର୍ଭବତୀ ମହିଳାଙ୍କ ଚାଲିଚଳନ ଓ ସେମାନଙ୍କ ପାଖରେ ଦେଖା ଯାଉଥିବା ଲକ୍ଷଣକୁ ଅନୁଧ୍ୟାନ କରି କହି ଦେଇଥାନ୍ତି କି ଗର୍ଭବତୀ ମହିଳାଙ୍କ ପେଟରେ ପୁଅ ରହିଛି ନା ଝିଅ ରହିଛି। କିନ୍ତୁ ସବୁବେଳେ ଏହା ସଠିକ୍ ହୋଇ ନଥାଏ।ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଲକ୍ଷଣ ବତାଇବୁ ଯାହା ଦ୍ଵାରା ଆପଣମାନେ ଜାଣି ପାରିବେ ଆପଣଙ୍କ ଗର୍ଭରେ ଥିବା ସନ୍ତାନ ପୁଅ ନା ଝିଅ। କିନ୍ତୁ ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ଲକ୍ଷଣ ଗୁଡିକ ଆଧାର କରି ଆପଣ କେବେ ଭୃଣ ହତ୍ୟା ଭଳି ଅପରାଧ କରନ୍ତୁ ନାହିଁ।ତେବେ ଆସନ୍ତୁ ଜାଣିବା ସେହି ଲକ୍ଷଣ ଗୁଡ଼ିକ କଣ।

୧. ପେଟର ଆକାର:-ଯଦି ଗର୍ଭବତୀ ମହିଳାଙ୍କ ପେଟ ଗୋଲ ଓ ବାହାରକୁ ଫୁଲି ଥାଏ ତେବେ ଏହା ପୁଅ ହେବାର ଲକ୍ଷଣ ରହିଥାଏ। ଏବଂ ପେଟର ଆକାର ଗୋଲେଇ ଓ ଚଉଡା ରହିଛି ତେବେ ଏହା ଝିଅ ହେବାର ଲକ୍ଷଣ।୨. ଖାଦ୍ୟରେ ଘୃଣା:-ଯେଉଁ ମହିଳାମାନେ ଖାଦ୍ୟ ଖାଇଲେ ସେମାନଙ୍କୁ ବାନ୍ତି ଲାଗିଥାଏ କି ଘୃଣା ଲାଗିଥାଏ ତେବେ ଏହା ପୁଅ ହେବାର ଲକ୍ଷଣ ହୋଇଥାଏ।
୩. ଖାଇବା ସୋଡା:-ଗର୍ଭବତୀ ମହିଳା ମାନେ ସେମାନଙ୍କ ପରିସ୍ରାରେ ଖାଇବା ସୋଡା ପକାଇ ଏହା ଯାଇପାରିବେ। ଯଦି ଖାଇବା ସୋଡା ପକାଇବା ପରେ ପରିସ୍ରାରେ ଫେଣ ଉଠିବା କି ଫୋଟକା ହେବା ପରି ପରିବର୍ତ୍ତନ ଦେଖିବାକୁ ମିଳିଥାଏ ତେବେ ଜାଣିବେ କି ଗର୍ଭରେ ଝିଅ ଅଛି।
୪. ମିଠା ଓ ଚଟପଟା:-ଯେଉଁମାନଙ୍କୁ ଅଧିକ ମିଠା ଖାଇବାକୁ ଇଚ୍ଛା ସେମାନଙ୍କ ଗର୍ଭରେ ଝିଅ ଥାଏ। ଯେଉଁମାନଙ୍କୁ ଚଟପଟା ଖାଇବା ପାଇଁ ଇଚ୍ଛା ହୋଇଥାଏ ସେମାନଙ୍କ ଗର୍ଭରେ ପୁଅ ଥାଏ।
୫. ତ୍ୱଚ଼ା ସମ୍ୱନ୍ଧୀୟ ପରିବର୍ତ୍ତନ:-ଯଦି ଝିଅ ମାନଙ୍କ ତ୍ଵଚାରେ ନିଖାର ଆସିଥାଏ ଏହା ଝିଅ ହେବାର ଲକ୍ଷଣ ଅଟେ। ଓ ଗର୍ଭରେ ପୁଅ ଥିଲେ ମୁହଁରେ ବ୍ରଣ ଆଦି ସମସ୍ୟା ଦେଖିବାକୁ ମିଳିଥାଏ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।