ସବୁ ସମୟ ଖବର ସାଥିରେ

Baby -ପୁଅ ହେବ ନା ଝିଅ ସେ ପାଇଁ ପୁରୁଷ ଦାୟୀ ! Dr. Puja Panda

0 16

ବିବାହ ପରେ ପ୍ରତ୍ୟେକ ବିବାହିତ ମହିଳା ମା ହେବା ପାଇଁ ଚାହିଁଥାନ୍ତି। ଜଣେ ବିବାହିତ ନାରୀ ପାଇଁ ମା ହେବା ଏ ଦୁନିଆର ସବୁଠାରୁ ନିଆରା ଅନୁଭୂତି। ନାରୀଟିଏ ଯେତେବେଳେ ଗର୍ଭଧାରଣା କରେ ସିଏ ତା ପୁଅକୁ ନେଇ କେତେ ସ୍ଵପ୍ନ ଦେଖୁଥାଏ। ମା ପାଖରେ ଫରକ୍ ପଡେନା ତା ଗର୍ଭରେ ଥିବା ସନ୍ତାନ ପୁଅ ହେବ ନା ଝିଅ ହେବ। ନଅ ମାସ ଦଶ ଦିନ ଗର୍ଭ ଯନ୍ତ୍ରଣା ସହି ମାଟିଏ ତା ସନ୍ତାନକୁ ଜନ୍ମ ଦେଇଥାଏ ଯାହା ସେହି ନାରୀ ଜୀବନରେ ସାର୍ଥକତା ଆଣିଥାଏ।

ତେବେ ବେଳେବେଳେ ଏହି ମାତୃତ୍ୱ ଲାଭ ଜଣେ ନାରୀ ପାଇଁ ଅଭିଶାପ ପାଲଟି ଯାଇଥାଏ। କାରଣ ଆମ ସମାଜରେ ରହିଥିବା ଅନ୍ଧବିଶ୍ବାସ, କୁ ସଂସ୍କାର ବଶବର୍ତ୍ତି ହୋଇ ରହିଥିବା କିଛି ଅମାନସିକ ଅନ୍ଧବିଶ୍ୱାସୀ ଲୋକେ। ପୁତ୍ର ସନ୍ତାନକୁ ଅଧିକ ଗୁରୁତ୍ବ ଦେଇଥାନ୍ତି ଆଉ କନ୍ୟା ଜନ୍ମକୁ ବୋଝ ବୋଲି ଭାବିଥନ୍ତି। ଯଦିଓ ପୁଅ ଓ ଝିଅ ମଧ୍ୟରେ କିଛି ବି ପ୍ରଭେଦ ନାହିଁ କିନ୍ତୁ କିଛି ଲୋକେ ଏମିତି ରହିଛନ୍ତି ଯେଉଁମାନେ କନ୍ୟା ଜନ୍ମକୁ ଖୁବ୍ ଘୃଣା କରିଥାନ୍ତି।
ଆଉ ଯେଉଁଥି ପାଇଁ କି ନାରୀଟିଏ ଗର୍ଭଧାରଣ କରିବା ପାଇଁ ପରୀକ୍ଷା କରି ଜାଣିବାକୁ ଚେଷ୍ଟା କରିଥାନ୍ତି କି ଗର୍ଭରେ ଥିବା ସନ୍ତାନ ପୁଅ ନା ଝିଅ। ଆଉ ଯଦି ଗର୍ଭରେ ଥିବା ସନ୍ତାନ ଝିଅ ତେବେ ତାକୁ ମା ପେଟରୁ ହିଁ ମାରି ଦିଆ ଯାଉଛି। ଆଉ ଯଦି ଝିଅ ଟିଏ ଜନ୍ମ ହୋଇ ଦୁନିଆ ଦେଖୁଛି ତେବେ ସେ ଅବହେଳିତ ହୋଇ ବଢୁଛି ଆଉ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିବା ମାକୁ ନାନା ପ୍ରକାର ଅତ୍ୟାଚାର ଓ ନିର୍ଯାତନା ସହ୍ୟ କରିବାକୁ ପଡ଼ୁଛି। ଯାହା ଆମ ଆଇନ୍ ଅନୁସାରେ ଏକ ବଡ ଅପରାଧ।
ତେବେ କନ୍ୟା ସନ୍ତାନ ଜନ୍ମ ହେବା ପାଇଁ ସମସ୍ତେ ସେହି ନାରୀକୁ ଦୋଷ ଦେଇଥାନ୍ତି କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ଭୁଲ ଅଟେ। ମା ଗର୍ଭରେ ଥିବା ସନ୍ତାନ ପୁଅ ହେବ ନା ଝିଅ ସେଥି ପାଇଁ କେବଳ ବାପା ହିଁ ଦାୟୀ ଅଟନ୍ତି। କାରଣ ମେଡିକାଲ ଟର୍ମରେ କୁହାଯାଇଥାଏ କି ପୁରୁଷ ପାଖରେ XX କ୍ରୋମଜମ ରହିଥାଏ ଏବଂ ନାରୀ ପାଖରେ XY କ୍ରୋମଜମ ରହିଥାଏ। ତେବେ ଉଭୟଙ୍କୁ ପାଖରୁ ଗୋଟିଏ ଗୋଟିଏ କ୍ରୋମଜମ ଆସିଲେ ନାରୀଟିଏ ଗର୍ଭ ଧାରଣ କରିଥାଏ।

ଯେତେବେଳେ ମହିଳା ପାଖରୁ X ଓ ପୁରୁଷ ପାଖରୁ Y କ୍ରୋମଜମ ଆସିଥାଏ ସେହି କ୍ଷେତ୍ରରେ ପୁଅ ହୋଇଥାଏ। ଆଉ ମହିଳା ପାଖରୁ X ଓ ପୁରୁଷ ପାଖରୁ X କ୍ରୋମଜମ ଆସେସେହି କ୍ଷେତ୍ରରେ ଝିଅ ହୋଇଥାଏ। ତେବେ ଯେହେତୁ ନାରୀ ପାଖରେ ସମାନ କ୍ରୋମଜମ ରହିଛି ତେଣୁ ନାରୀ ଗର୍ଭରେ ଥିବା ସନ୍ତାନ ପୁଅ ହେବ ନା ଝିଅ ତାହା ପୁରୁଷର କ୍ରୋମଜମ ଉପରେ ନିର୍ଭର କରିଥାଏ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।