ସବୁ ସମୟ ଖବର ସାଥିରେ

ପ୍ରଥମଥର ଷ୍ଟୁଡିଓ ରେ ରୋମାଣ୍ଟିକ ଗୀତ ଗାଇଲେ ଅଭିନେତ୍ରୀ ଶିବାନି ( Shivani )… ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ

0 12

ଆଜିର ଦିନରେ ଆମ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ଖୁବ୍ ଆଗକୁ ଗଲାଣି। ଆଉ ଏହା ପଛରେ ରହିଛନ୍ତି ଆଉ ଇଣ୍ଡଷ୍ଟ୍ରିରେ ରହିଥିବା କଳାକାର ମାନଙ୍କ ପାଇଁ। ତେବେ ଆଜି ଆମେ ସେହିଭଳି ଏକ ଅଭିନେତ୍ରୀଙ୍କ ବାବଦରେ କହିବା ପାଇଁ ଯାଉଛୁ ଯିଏକି ନିଜର ଟେଲେଣ୍ଟ ଯୋଗୁଁ ଅଳ୍ପ ବୟସରୁ ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି। ତେବେ ସେହି ଟେଲେଣ୍ଟେଡ ଅଭିନେତ୍ରୀ ଜଣକ ହେଉଛନ୍ତି ଅଭିନେତ୍ରୀ ଶିବାନୀ।ସେ ଦେଖିବାକୁ ଯେମିତି ସୁନ୍ଦର, ତାଙ୍କର ଅଭିନୟ ମଧ୍ୟ ସେତିକି ହୃଦୟ ସ୍ପର୍ଶୀି ଅଟେ। ତେବେ ଏଥର ଶିବାନୀଙ୍କୁ ଦେଖିବାକୁ ମିଳିଛି ଆଉ ଏକ ଭିନ୍ନ ଟେଲେଣ୍ଟରେ। ଆପଣ ଜାଣିଛନ୍ତି କି ଶିବାନୀ ଭଲ ଅଭିନୟ ଓ ଡାନ୍ସ କରିବା ସହ ଭଲ ଗୀତ ମଧ୍ୟ ଗାଇ ପାରନ୍ତି।
ହଁ ଆଜ୍ଞା ଷ୍ଟୁଡିଓରେ ଗୀତ ଗାଇଲେ ଚୁଲବୁଲି ନାୟିକା ଶିବାନୀ। ଛୋଟ ବେଳୁ ନିଜ ଜବରଦସ୍ତ ଆକ୍ଟିଙ୍ଗ ମାଧ୍ୟମରେ ସମସ୍ତଙ୍କୁ ଦିୱାନା କରିଥିବା ଶିବାନୀ ଏବେ ଗୀତ ଗାଇ ସନଂସ୍ତଙ୍କୁ କିମିଆ କରିଛନ୍ତି। ଆପଣ ମାନେ ଶିବାନୀଙ୍କୁ ପରଦା ଉପରେ ଖୁବ୍ ସୁନ୍ଦର୍ ଅଭିନୟ ଦେଖିବାକୁ ପାଇଥିବେ। ଚାଇଲ୍ଡ ଆକ୍ଟ୍ରେସ ଭାବରେ ଅଭିନୟ ଅଭିନୟ ଆରମ୍ଭ କରିଥିଲେ ଶିବାନୀ ଆଉ ଏବେ ଓଡ଼ିଆ ସିନେମାରେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସୁଛନ୍ତି ଶିବାନୀ। ଡାନ୍ସ ଆଉ ଆକ୍ଟିଙ୍ଗରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଥିବା ଶିବାନୀଙ୍କୁ ଏବେ କିନ୍ତୁ ଦେଖିବାକୁ ମିଳିଛି ଷ୍ଟୁଡ଼ିଓରେ।
ଚୁଲବୁଲି ନାୟିକା ଶିବାନୀ ଏବେ ଷ୍ଟୁଡ଼ିଓରେ ଏକ ସୁନ୍ଦର୍ ରୋମାଣ୍ଟିକ ଗୀତ ଗାଉ ଥିବାର ନଜର ଆସିଛନ୍ତି। ଯାହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମା ନନ୍ଦ। ଗୀତଟିକୁ ଶିବାନୀ ଖୁବ୍ ସୁନ୍ଦର ଭାବେ କଣ୍ଠଦାନ କରିଛନ୍ତି। ଶିବାନୀ ଷ୍ଟୁଡିଓରେ ଗୀତ ଗାଉଥିବା ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯାହାକି ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି।

ପରଦା ଉପରେ ସବୁ ସମୟରେ ଦର୍ଶକ ଶିବାନୀଙ୍କୁ ସୁନ୍ଦର୍ ଅଭିନୟ ଓ ଡାନ୍ସ କରିବାର ଦେଖିବାକୁ ପାଇଥିଲେ କିନ୍ତୁ ଶିବାନୀ ଗୀତ ଗାଇ ମଧ୍ୟ ସମସ୍ତଂକ ମନ କିଣି ପାରିଛନ୍ତି। ଯାହାକୁ ନେଇ ସେ ଖୁବ୍ ଖୁସି ଅଛନ୍ତି। ଶିବାନୀ କହିଛନ୍ତି କି ତାଙ୍କର ଗୀତ ପ୍ରତି ଖୁବ୍ ଆଗ୍ରହ ରହିଥିଲା। ଏମିତିକି ସେ ଯେତେବେଳେ ଆକ୍ଟିଙ୍ଗ ଓ ଡାନ୍ସ ଶିଖି ନଥିଲେ ସେତେବେଳେ ସିଏ ଗିତ ଶିଖିବା ଆରମ୍ଭ କରିଥିଲେ।

ଆଉ ଷ୍ଟୁଡିଓରେ ଗୀତ ଗାଇବା ପରେ ତାଙ୍କ ସ୍ଵପ୍ନ ସତ ହୋଇଛି ବୋଲି ସେ କହିଛନ୍ତି। ଆଉ ଯାହାକୁ ନେଇ ସେ ଖୁବ୍ ଖୁସି ଅଛନ୍ତି।ତେବେ ଶିବାନୀଙ୍କୁ ଜଣେ ଭଲ ଅଭିନେତ୍ରୀ ସହିତ ଭଲ ଗାଇକା ଭାବରେ ଓଡ଼ିଶାବାସୀ ଗ୍ରହଣ କରିବେ ବୋଲି ଶିବାନୀ ଆଶା ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।