
ପ୍ରଥମ ଥର ପାଇଁ ଦେଖନ୍ତୁ ,ହରିଶଙ୍କର କିଏ? କାହିଁକି ଗୋଟିଏ ସ୍ଥାନରେ ଗୋଟିଏ ନାମରେ ପୂଜା ପାଉଛନ୍ତି ପ୍ରଭୁ ହରି ଏବଂ ଶଙ୍କର? (ହରିଶଙ୍କର ) ଙ୍କ ଆତ୍ମକାହାଣୀ , ହୋସ ଉଡେଇଦେଲା ଭଳି ଘଟଣା…
ହରିଶଙ୍କର କିଏ? କାହିଁକି ଗୋଟିଏ ସ୍ଥାନରେ ଗୋଟିଏ ନାମରେ ପୂଜା ପାଉଛନ୍ତି ପ୍ରଭୁ ହରି ଏବଂ ଶଙ୍କର?ହରିଶଙ୍କର ମନ୍ଦିର ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ହରିଶଙ୍କର ଉଭୟ ଶୈବପୀଠ ଅବସ୍ଥିତ।ଏହି ପୀଠରେ ହରି ଓ ଶଙ୍କର ଏକାଠି ପୂଜା ପାଉଥିବାରୁ ଏହି ପୀଠର ସ୍ୱତନ୍ତ୍ରତା ରହିଛି।ତେବେ ଆସନ୍ତୁ ଜାଣିବା ପ୍ରଭୁ ହରି ଏବଂ ଶଙ୍କରଙ୍କ ସତ୍ୟ ଘଟଣା ଉପରେ ଆଧାରିତ ପ୍ରଭୁ ହରିଶଙ୍କର ଗୁପ୍ତ ରହସ୍ୟ।
ପୌରଣିକ ମତ ଅନୁସାରେ:-![]()
ପଞ୍ଚୁ ପାଣ୍ଡବଙ୍କୁ ବନବାସ ସମୟରେ ଯେତେବେଳେ ସେମାନେ ଗନ୍ଧମାର୍ଦ୍ଧନ ପର୍ବତରେ ଅଜ୍ଞାତ ବାସରେ ରହିଥିଲେ ସେତେବେଳେ ସେମାନଙ୍କୁ ଏକ ପିତୃ ସାପ ମିଳିଥିଲା ଆଉ ସେହି ପିତୃସାପଟି ଯୁଧିଷ୍ଟିର ମହାରାଜ କହିଥିଲେ।ପିତୃସାପଟି ହେଲା ଏକ ଗଣ୍ଡାର ମାଂସ ଦରକାର୍। ଯାହା ଦ୍ଵାରା ଚାରି ଭାଇଙ୍କୁ ଚାରି ଦିଗକୁ ପଠାଇ ଦେଇଥିଲେ ଯୁଧିଷ୍ଟିର।ସେମାନଙ୍କ ମଧ୍ୟରୁ ଅର୍ଜ୍ଜୁନ ଗନ୍ଧମାର୍ଦ୍ଧନ ପର୍ବତ ନିକଟକୁ ଆସିଥିଲେ। ଅର୍ଜ୍ଜୁନ ଯେତେବେଳେ ଗନ୍ଧମାର୍ଦ୍ଧନ ପର୍ବତ ନିକଟରେ ଗଣ୍ଡାକୁ ଖୋଜି ବୁଲୁଥିଲେ ଅନେକ ସମୟ ବିତିଯିବା ପରେ ସେ କ୍ଲାନ୍ତ ହୋଇ ସେହି ଗଛ ମୂଳରେ ବସି ପଡ଼ିଲେ। ଏହାପରେ ତାଙ୍କୁ ଦୂରରୁ ଏକ ଅଜଣା ଜନ୍ତୁ ଦୃଶ୍ୟମାନ ହୋଇଥିଲା।
ତେଣୁ ଅର୍ଜ୍ଜୁନ ଆଉ କାଳ ବିଳମ୍ବ ନକରି ନିଜ ସପ୍ତଭେଦୀ ତୀରକୁ କହିଲେ ଯା ସେହି ଜନ୍ତୁର ମୁଣ୍ଡକୁ କାଟି ଆଣ ଏହାପରେ ଯେତେବେଳେ ଅର୍ଜ୍ଜୁନ ସେହି କଟା ମୁଣ୍ଡ ଟିକୁ ଦେଖିଲେ ସେଇଟା ଗୋଟିଏ ଗାଈର ମୁଣ୍ଡ ଥିଲା। ଯେଉଁ ଗାଈ ଟି ପ୍ରତି ଦିନ ଆସି ସେଠାରେ ଥିବା ଏକ ଶିବଲିଙ୍ଗ ଉପରେ କ୍ଷୀର ଦାନ କରୁଥାଏ। ଏହା ଦେଖି ଅର୍ଜ୍ଜୁନ ନିଜକୁ ନିଜ ଅନୁତାପ କରିବାକୁ ଲାଗିଲେ। ସେ ନିଜକୁ ଗୋହତ୍ୟାକାରୀ ଭାବେ ସାବ୍ୟସ୍ତ କଲେ।
ତେଣୁ ଅର୍ଜ୍ଜୁନ ଏହି ଦୋଷରୁ ମୁକ୍ତି ପାଇବା ପାଇଁ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ସ୍ମରଣ କଲେ। ଏହାପରେ ଶ୍ରୀକୃଷ୍ଣ ପ୍ରତ୍ୟକ୍ଷ ଭାବରେ ଆସି ଅର୍ଜ୍ଜୁନଙ୍କୁ ଦେଖା ଦେଇ କହିଲେ ଅର୍ଜ୍ଜୁନ ତୁମେ ଯେଉଁ ଦୋଷ କରିଛ ତାହା ତୁମ ଅଜ୍ଞାତରେ ହୋଇଛି ସେଥିପାଇଁ ଅର୍ଜ୍ଜୁନ ଗୋସଂସ୍କାର ନାମରେ ଏକ ଯଜ୍ଞ କରିବାକୁ ପଡ଼ିବ। ଆଉ ଏହି ଯଜ୍ଞରେ ସେହି ଗାଈକୁ ପୁନର୍ଜୀବିତ କରାଯାଇଥିଲା।ଆଉ ସେହି ଯଜ୍ଞରେ ଉଭୟ ବିଷ୍ଣୁ ଏବଂ ଶିବ ଅର୍ଜ୍ଜୁନଙ୍କୁ ଦର୍ଶନ ଦେଉଥିବା ରୁ ସେହି ଗୋ ହତ୍ୟା ଦୋଷରୁ ଅର୍ଜ୍ଜୁନ ମୁକ୍ତି ପାଇ ପାରିଥିଲେ।
ସେହି ସମୟରେ ଉଭୟ ହରି ଏବଂ ଶଙ୍କର କହିଲେ ଆମ୍ଭେ ଦୁହେଁ ଗୋଟିଏ ସ୍ଥାନରେ ଆବ୍ରିଭାବ ହୋଇ ପାରିଲୁ ଏବଂ ତୁମେ ଆମର ହରି ଶଙ୍କର ରୂପ ଦର୍ଶନ କରି ପାରିଲ। ତେବେ କଳିଯୁଗରେ ଆମ୍ଭେ ଦୁହେଁ ଏହି ସ୍ଥାନରେ ଏକାଠି ପୂଜା ପାଇବୁ। ଏହା ଥିଲା ହରିଶଙ୍କର ମନ୍ଦିରର ପୌରାଣିକ ମତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।