ସବୁ ସମୟ ଖବର ସାଥିରେ

ପ୍ରସିଦ୍ଧ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କୁ ଟକ୍କର ଦେଲେ ଏହି ପ୍ରଦୀପ୍ତ ମଉସା… ଶୁଣନ୍ତୁ ଏହି ଗୀତ, କୁହନ୍ତୁ କାହା କଣ୍ଠ…

0 8

ଅକ୍ଷୟ ମହାନ୍ତି ଓଡ଼ିଶାରେ ପୂରା ଓଡ଼ିଶାରେ ଖୋକା ଭାଇ ନାମରେ ବେଶ୍ ପରିଚିତ। ଓଡିଆ ସଂଗୀତ ଜଗତ ପ୍ରତି ଅକ୍ଷୟ ମହାନ୍ତିଙ୍କ ଅବଦାନ ଆତୁଳନୀୟ । ପ୍ରେମ କି ବିରହର କଥା ହେଉ କିମ୍ବା ଭାବ ଓ ଭକ୍ତିର ଗାଥା ହେଉ ତାଙ୍କ କଲମରୁ ଯାହା ଝରି ଯାଇଛି ତାହା କାଳଜୟୀ ହୋଇ ଯାଇଛି। ସେ ଏମିତି ଜଣେ ବ୍ୟକ୍ତିତ୍ୱ ଯିଏକି ଗୀତ ଲେଖନ୍ତି ଗୀତକୁ ସ୍ୱର ଦିଅନ୍ତି ଆଉ ଅଭୁଲା ଛାପ ଛାଡ଼ି ଯାଉଥିବା ତାଙ୍କ କଣ୍ଠରେ ଗୀତ ଗାଇ ଓଡ଼ିଆଙ୍କ ହୃଦୟରେ ରାଜ କରି ଆସୁଛନ୍ତି ଅକ୍ଷୟ ମହାନ୍ତି ଓରଫ୍ ସମସ୍ତଙ୍କର ଖୁବ୍ ପ୍ରିୟ ଖୋକା ଭାଇ।ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅକ୍ଷୟ ମହାନ୍ତିଙ୍କ ଅବିକଳ ନକଲ କରିପାରୁଥିବା ଜଣେ ବ୍ୟକ୍ତି ସାମ୍ନାକୁ ଆସିଛନ୍ତି। ଯିଏକି ଅକ୍ଷୟ ମହାନ୍ତିଙ୍କ ପରି ଅବିକଳ ଗୀତ ଗାଇ ପାରୁଛନ୍ତି।
ହଁ ଆଜ୍ଞା ଅକ୍ଷୟ ମହାନ୍ତି ଓଡିଶା ସଙ୍ଗୀତ ଜଗତରେ ଯେଉଁ ଛାପ ଛାଡ଼ି ଯାଇଛନ୍ତି ତାର ସ୍ମୃତିକୁ ପୁଣି ଥରେ ମନେ ପକାଇ ଦେଉଛନ୍ତି ପ୍ରଦୀପ୍ତ କିଶୋର ମହାପାତ୍ର। ଅକ୍ଷୟ ମହାନ୍ତିଙ୍କ ସ୍ୱରକୁ ମିଶାଇଲା ଭଳିଆ ଗୀତ ଗାଇ ପ୍ରଦୀପ୍ତ କିଶୋର ମହାପାତ୍ର ଏବେ ଚର୍ଚ୍ଚାର ପରିରସ ମଧ୍ୟକୁ ଆସିଛନ୍ତି। ପ୍ରଦୀପ୍ତ ହେଉଛନ୍ତି ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ରାଜ ସୁନାଖଳା ନୃସିଂହପୁର ଶାସନ ସାହିର ବାସିନ୍ଦା।
ପ୍ରଦୀପ୍ତ ପିଲାଦିନୁ ଗୀତ ଗାଇବା ତାଙ୍କର ପସନ୍ଦ ଥିଲା। ଆଉ ୭ ବର୍ଷ ବୟସରୁ ସେ ଗୀତ ଗାଇବା ଆରଂଭ କରିଥିଲେ। ପ୍ରଥମେ ରେଡ଼ିଓ ଶୁଣି ଶୁଣି ସେ ଗୀତ ଶିଖୁଥିଲେ ଏହାପରେ ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଆଡ଼ମିଶନ ନେଇଥିଲେ ମାତ୍ର ୭-୮ ମାସ ପରେ ସେ ସଂଗୀତ ମହାବିଦ୍ୟାଳୟ ଛାଡି ଦେଇଥିଲେ। ଏହାପରେ ସେ ଯୁକ୍ତ ଦୁଇ କଳାରେ ଆଡ଼ମିଶନ ନେଇଥିଲେ। ଗୀତ ଉପରେ ସେ କୌଣସି ଡିଗ୍ରୀ ହାସଲ କରି ନାହାଁନ୍ତି କିନ୍ତୁ ସେ ଗୀତ ଗାଇବା କଣ୍ଟିନ୍ୟୁୟୁ ରଖିଛନ୍ତି ବୋଲି କହିଛନ୍ତି।

ଅକ୍ଷୟ ମହାନ୍ତିଙ୍କୁ ଖୁବ୍ ଭଲ ପାଉଥିଲେ ପ୍ରଦୀପ୍ତ ଆଉ ତାଙ୍କ ବିରୁଦ୍ଧରେ କିଛି ଶୁଣିଲେ ସେ ରାଗି ଯାଉଥିଲେ। ଏମିତିକି ସଙ୍ଗୀତ ମହାବିଦ୍ୟାଳୟ ଛାଡି ଦେବା ପଛର କାରଣ ରହିଥିଲେ ଅକ୍ଷୟ ମହାନ୍ତି। କାରଣ ପ୍ରଦୀପ୍ତଙ୍କ କେହି ଜଣେ ସାଙ୍ଗ ତାଙ୍କୁ କହିଥିଲେ କି ସେଠାରେ ଅକ୍ଷୟ ମହାନ୍ତିଙ୍କ ଗୀତ ଚାଲିବ ନାହିଁ। ତେଣୁ ପ୍ରଦୀପ୍ତ ଭାବିଲେ ଯେଉଁଠି ଅକ୍ଷୟ ମହାନ୍ତିଙ୍କ ଗୀତ ଚାଲିବ ନାହିଁ ସେଠି ସେ ଗୀତ ଶିଖିବେ ନାହିଁ ତେଣୁ ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିତ୍ୟାଗ କରିଥିଲେ।

ତେବେ ତାଙ୍କର ଏହି ଗୀତ ଗୁଡ଼ିକ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଆଉ ଦର୍ଶକ ମଧ୍ୟ ତାଙ୍କ ଗୀତକୁ ଖୁବ୍ ପସନ୍ଦ କରୁଛନ୍ତି। କେହି କେହି କହିଛନ୍ତି କି ପ୍ରଦୀପ୍ତ ପୁଣିଥରେ ଅକ୍ଷୟ ମହାନ୍ତି ଓରଫ୍ ଖୋକା ଭାଇଙ୍କ ପୁରୁଣା ଏବଂ ଅଭୁଲା ସ୍ମୃତିକୁ ମନେ ପକାଇ ଦେଉଛନ୍ତି। ଆଉ ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।