
Exclusive – “ପ୍ରକୃତି ଆଜି ବ୍ୟାଚେଲର ଅଛନ୍ତି କାଲି ସେ ମା ହେବେ..ତାପରେ ସେ ତୃପ୍ତିଙ୍କ କଷ୍ଟ ଜାଣିପାରିବେ”..ଦେଖନ୍ତୁ ଭାଇ ଜଣକ କ’ଣ କହୁଛନ୍ତି ?
ଏବେ ସୋସିଆଲ ମିଡିଆରେ ଟ୍ରଲରେ ଅଛନ୍ତି ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ର | କିଛି ଦିନ ପୂର୍ବରୁ ଭୁବନେଶ୍ୱରର ଏଆରପୋର୍ଟ ନିକଟରେ ଏକ କାରରେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥି ସେମାନଙ୍କ ଚୋରା ପ୍ରୀତିକୁ ସମସ୍ତଙ୍କ ଆଗକୁ ଆଣିଥିଲେ ଓ ପ୍ରକୃତିଙ୍କୁ ମାଡ଼ ମାରିଥିବାର ଭିଡିଓ ଭାଇରାଲ ହୋଇଥିଲା |ତୃପ୍ତି ଏହା ମଧ୍ୟ କହିଥିଲେ କି ସେମାନେ ଦେଢ ବର୍ଷ ହେଲାଣି ଲିଭ ଇନରେ ଅଛନ୍ତି ବୋଲି |ତାପରେ ବାବୁସାନ ଓ ପ୍ରକୃତି ସୋସିଆଲ ମିଡିଆରେ ନିଜର ମନ୍ତବ୍ୟ ରଖି କହିଥିଲେ କି ସେମାନେ କେବଳ ଭଲ ବନ୍ଧୁ କିନ୍ତୁ ଏ କଥାକୁ ତୃପ୍ତି ଓ ବାବୁସାନଙ୍କ ପରିବାର ପ୍ରତ୍ୟାଖାନ କରିଥିଲେ |
ଯେହେତୁ ଦୁଇ ଜଣ ଯାକ ଆମ ଓଡ଼ିଶାର ପ୍ରଖ୍ୟାତନାମ କଳାକାର ସେଥିପାଇଁ ସେମାନଙ୍କର ପ୍ରଶଂସକ ମାନଙ୍କର ମନରେ ଲାଗି ରହିଛି ଦୁଃଖର ଜୁଆର | ସମସ୍ତେ ଯିଏ ଯାହାର ମତ ସୋସିଆଲ ମିଡିଆରେ ରଖୁଛନ୍ତି | କିଏ ବାବୁସାନଙ୍କ ପରିବାରକୁ ପ୍ରୋତ୍ସାହନ କରୁଛି ତ କିଏ ପ୍ରକୃତି ମିଶ୍ରଙ୍କ ପରିବାରକୁ କାରଣ ଦୁଇ ପରିବାର ଆମ ଓଡ଼ିଶାର ସୁନାମଧନ୍ୟ ପରିବାର | ବାବୁସାନ ବରିଷ୍ଠ ଅଭିନେତ୍ରୀ ଅପରାଜିତା ଓ ଉତ୍ତମ ମହାନ୍ତିଙ୍କ ପୁଅ ହୋଇଥିବା ବେଳେ ପ୍ରକୃତି ସଂଗୀତ ନିର୍ଦେଶକ ମନ୍ମଥ ମିଶ୍ର ଓ କୃଷ୍ଣପ୍ରିୟାଙ୍କ ଝିଅ ଅଟନ୍ତି |
ତେଣୁ ବହୁ ପ୍ରଶଂସକ ନିଜର ମନ୍ତବ୍ୟ ସୋସିଆଲ ମିଡିଆରେ ରଖି କହିଛନ୍ତି କି ବାବୁସାନ ଓ ତୃପ୍ତିଙ୍କର ପୁଣି ଏକ ସୁନାର ସଂସାର ହେଇଯାଉ ବୋଲି ଆଶା ରଖିଛନ୍ତି କାରଣ ବାବୁସାନଙ୍କର ଦେଢ ବର୍ଷର ଏକ ଶିଶୁ ପୁତ୍ରଟିଏ ଅଛି | ବାବୁସାନଙ୍କର ଜଣେ ଫେନ ଆଜି ଏମିତି କଥା କହିଛନ୍ତି ଆସନ୍ତୁ ଜାଣିବାକୁ ସେ ସମ୍ପର୍କରେ |
ବାବୁସାନ ଓ ପ୍ରକୃତିଙ୍କର ଯୋଉଁ ଘଟଣା ଘଟିଛି ତାହା ଘଟିବା କଥା ନୁହଁ କାହିଁକି ନା ବାବୁସାନ ଆମ ଓଲିଉଡ଼ରେ ଜଣେ ପ୍ରଖ୍ୟାତ କଳାକାର ଏବଂ ତାଙ୍କର ନାଁ ଅଛି ଓଡ଼ିଶାରେ | ଏଭଳି ହେବ ବୋଲି କେହି ଆଶା କରି ନ ଥିଲେ |ବାବୁସାନଙ୍କର ଗୋଟିଏ ପିଲା ଅଛି ତେଣୁ ପ୍ରକୃତିଙ୍କୁ ଏଭଳି କାରନାମା କରିବା ଆଗରୁ ଥରେ ଭାବିବାର ଥିଲା ବୋଲି ସେ କହିଛନ୍ତି |
ଏବଂ ଗୋଟିଏ ପିଲାଠୁ ତାର ବାପାଙ୍କୁ ଛଡାଇ ନେବା ଠିକ ନୁହେଁ ଓ ଆ କଥା ଯିଏ ମାଆ ହେଇଛି ସେ ଜାଣିଛି ଏହାର ମହତ କଣ ବୋଲି କହିଛନ୍ତି |ପ୍ରକୃତି ଆଜି ବ୍ୟାଚଲର ଅଛନ୍ତି, ତ କିଛି ଦିନ ପରେ ସେ ବି ମାଆ ହେବେ ଏବଂ ସେ ଜାଣିବେ ଯେ ଜଣେ ପିଲା ଠାରୁ ତାର ବାପାଙ୍କୁ ଛଡ଼ାଇଲେ କେତେ କଷ୍ଟ ହୋଇଥାଏ ଓ ଜଣେ ସ୍ତ୍ରୀ ଠାରୁ ତାର ସ୍ୱାମୀଙ୍କୁ ଦୂର କଲେ କେତେ କଷ୍ଟ ହୋଇଥାଏ |
ଓଡ଼ିଆ ଇଣ୍ଡଷ୍ଟ୍ରି ତଳକୁ ଯାଉଥିବା ବେଳେ ବାବୁସାନ ଏକ ହିଁ ଭରସା ଥିଲେ | ତେଣୁ ଏହି ଯୋଉ ଘଟଣା ଖରାପ ଲାଗୁଚି ବୋଲି କହିଛନ୍ତି |ପ୍ରକୃତି ମଧ୍ୟ ଜଣେ ଭଲ କଳାକାର ହିସାବରେ ଏହା ଠିକ କରି ନାହାନ୍ତି ବୋଲି କହିଛନ୍ତି | ଏବଂ ବାବୁସାନ ତାଙ୍କ ସ୍ତ୍ରୀ ପାଖକୁ ଫେରି ଆସନ୍ତୁ ଓ ଭବିଷ୍ୟତରେ ଏମିତି ଅଘଟଣ ନ ଘଟିବ ବୋଲି ସମସ୍ତଙ୍କର ଆଶା ଓ ବିଶ୍ୱାସ | ନ ହେଲେ ସାଧାରଣ ଲୋକେ ଓ ଯୁବପିଢ଼ି ସେମାନଙ୍କଠୁ ଭଲ କଥା ଶିଖି ପାରିବେ ନାହିଁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।