
ପ୍ରଧାନ ଶିକ୍ଷକଙ୍କ ଉପରେ ସାଂଘାତିକ ଅଭିଯୋଗ, ମାନସିକ ଚାପ ସହିନପାରି ବିଷପାନ କଲେ ଶିକ୍ଷୟିତ୍ରୀ, ଦେଖନ୍ତୁ video …
ତେବେ ଏପରି ଏକ ଘଟଣା ବର୍ତ୍ତମାନ ସାମ୍ନା କୁ ଆସିଛି ଯାହା ବିଷୟରେ ଆପଣ ମାନେ ମଧ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ବିଦ୍ୟାଳୟ ରେ କାମ କରୁଥିବା କାର୍ଯ୍ୟରତ ଶିକ୍ଷୟିତ୍ରୀ ହେଇଛନ୍ତି ମାନସିକ ନିର୍ଯାତନା ର ସ୍ୱୀକାର | ଆଉ ଯାହା ପାଇଁ ଦାୟୀ ହେଉଛନ୍ତି ସେହି ସ୍କୁଲ ରେ କାମ କରୁଥିବା ଜଣେ ପ୍ରଧାନ ଶିକ୍ଷକ ବିଜୟ କୁମାର ପାତ୍ର | ଏଭଳି ଏକ ଏକ ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ଶିକ୍ଷୟତ୍ରୀ ଆଉ ଯାହା ଫଳରେ ଶେଷରେ ସେ ବିଷ ପିଇ ଆତ୍ମହତ୍ୟା କରିବା କୁ ଉଦ୍ୟମ କରିବା କଥା ମଧ୍ୟ କୁହା ଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ର ବାଲିଗାଁ ପଞ୍ଚାୟତ ରେ | ତେବେ କାର୍ଯ୍ୟରତ ଥିବା ଶିକ୍ଷୟତ୍ରୀ ଜଣଙ୍କ ହେଉଛନ୍ତି ଇଂରାଜୀ ବିଭାଗ ର ସନ୍ତୋଷୀ ବେହେରା, ଆଉ ଯିଏ କି ପ୍ରଧନ ଶିକ୍ଷକ ବିଜୟ କୁମାର ପାତ୍ର ଙ୍କ ଦ୍ଵାରା ମାନସିକ ନିର୍ଯାତନା ର ଶିକାର ହେଇଥିଲେ | ତେବେ ଏଭଳି ଏକ ଘଟଣା ଘଟିଛି ବାଲିଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ | ଆଉ ଯେଉଁଠି ଶିକ୍ଷୟତ୍ରୀ ଜଣଙ୍କୁ କରା ଯାଉଥିଲା ମାନସିକ ନିର୍ଯାତନା |
ଆଉ ଯାହା ଜାଣିବାକୁ ମିଳିଛି କି ପ୍ରଧାନ ଶିକ୍ଷକ ଜଣଙ୍କ ସେହି ସ୍କୁଲ ରେ କାର୍ଯ୍ୟରତ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଛୁଟି ଦେଉ ନ ଥିଲେ | ଆଉ ଏମିତି କି ରବିବାର ରେ ମଧ୍ୟ କାର୍ଯ୍ୟ କରିବା ପାଇଁ ସ୍କୁଲ କୁ ଯିବ ପାଇଁ କହୁଥିଲେ | ଆଉ ସ୍କୁଲ ରେ କାହାରି କଥା ନ ଶୁଣି ନିଜର ମନ ମାର୍ଜିରେ କାମ କରିଥିଲେ ବିଜୟ କୁମାର ପାତ୍ର ଜଣଙ୍କ | ଆଇ ଯେଉଁଥିପାଇଁ ଆଜି ଏମିତି ଗୋଟିଏ ଚରମ ନିଷ୍ପତି ନେଇଛନ୍ତି ଶିକ୍ଷୟିତ୍ରୀ ଜଣଙ୍କ | ଆଉ ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେଇଛନ୍ତି | ଆଉ ସମସ୍ତ ଘଟଣା ପୂର୍ବରୁ ସେ ଶିକ୍ଷୟିତ୍ରୀ ଜଣକ ବି ଇ ଓ ଙ୍କୁ ଜଣାଇବା ପରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ, ଆଉ ମାମଲା କୁ ସ୍କୁଲ ରେ ସମାଧାନ କରିବାକୁ କହିଥିଲେ |
ଆଉ ଯାହା ଫଳରେ ସେ ଏ ସବୁ ସହି ନ ପାରି ବିଷ ପିଇ ଥିଲେ |ତେବେ ଜଣା ପଡିଛି କି ଶିକ୍ଷୟିତ୍ରୀ ଜଣଙ୍କ ବିଷ ଖାଇବା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱ ର ହେବାରୁ ତାଙ୍କୁ ସ୍ଥାନୀୟ ହସ୍ପିଟାଲ ଅର୍ଥାତ ବାଲିଗାଁ ରେ ଭର୍ତ୍ତି କରାଯାଇଥିଲା | ତାହା ପରେ ସ୍ଥିତି ଆହୁରି ବିଗିଡି ଯିବାରୁ ତାଙ୍କୁ ଭୁବନେଶ୍ୱର ର ବଡ଼ ହସ୍ପିଟାଲ କୁ ସ୍ଥାନାନ୍ତରଣ କରାଯାଇଥିଲା | କିନ୍ତୁ ଅପର ପଟରେ ଅଭିଯୋଗ କରାଯାଇଥିବା ଶିକ୍ଷକ ଜଣଙ୍କ କହିଛନ୍ତି କି ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଅଟେ | ଆଉ ସ୍କୁଲ ର ଡେଭ ଲପମେଣ୍ଟ ପାଇଁ ସେ ଏଭଳି କାମ କରନ୍ତି | ମାତ୍ରା ମାନସିକ ନିର୍ଯାତନା ଭଳି କୌଣସି କାର୍ଯ୍ୟ ସେ କରନ୍ତି ନାହିଁ | ଆଉ ଏହିଭଳି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |