
ପୋଲିସକୁ ଚ୍ୟାଲେଞ୍ଜ ! ଜେଲରେ ତାଲା ପଡିଛି ଗଳାବାଟ ଦେଇ ଚୋର ବାହାରେ ବୁଲୁଛି…ଦେଖନ୍ତୁ ଏହି ସାହାସ କୁ ..କେମିତି ବାହାରି ଆସୁଛନ୍ତି
ପୋଲିସ ଡାଳେ ଡାଳେ ଗଲେ ଏବେ ଚୋର ପତ୍ରେ ପତ୍ରେ ଯାଉ ଥିବା ଦେଖିବାକୁ ମିଳିଛି | ପୋଲିସ କୁ ଚକମା ଦେଇ କିପରି ଚୋର ମାନେ ଜେଲ ହାଜତ ରୁ ଖସି ଯିବାର ସକ୍ଷମ ହେଉଛନ୍ତି ତାହାର ଜଳନ୍ତ ଉଦାହରଣ ମହାରାଷ୍ଟ୍ର ର ଏକ ଜେଲ ରେ ଦେଖିବା ପାଇଁ ମିଳିଛି | ଜଣେ ଚୋର ଏହି ପୋଲିସ ମାନଙ୍କର ନିଦ ହଜାଇ ଦେଇଛି | ଚୋର ଟି ଗିରଫ ହୋଇ ସେଠାରେ ଜେଲ ହାଜତ ରେ ଥିଲା ପରେ ସେ ସେଠାରୁ ଖସି ଯିବାରେ ସକ୍ଷମ ହୋଇଛି |
ଫେରାର ହୋଇ ଥିବାକୁ ନେଇ ପୋଲିସ ଚୋର କୁ ଆଉ ଥରେ ଗିରଫ କରିବା ପରେ ଏହି ଘଟଣା ର ଖୁଲାସା ହୋଇଛି | ପୁନେ ର ନାସିକ ରାଜପଥ ନିକଟରେ ଥିବା ଏକ ଥାନା ର ହାଜତ ରୁ ଜଣେ ଚୋର ଖସି ଯାଇ ଥିଲା, କିନ୍ତୁ ଆଶ୍ଚର୍ଯ୍ୟ ର କଥା ହେଉଛି ହାଜତ ର କବାଟ ଯେମିତି ଥିଲା ସେମିତି ରହିବା ସହ ତାହାର ତାଲା ମଧ୍ୟ ପୂର୍ବ ଭଳି ଲାଗି ଥିଲା |
ଆଉ ଏହାକୁ ଦେଖିଲା ପରେ ସେହି ଥାନା ର ସମସ୍ତ ପୋଲିସ ଚିନ୍ତା ରେ ପଡ଼ି ଯାଇଛନ୍ତି | ହାଜତ ର କବାଟ ନ ଭାଙ୍ଗି କିମ୍ବା ତାଲା ନ ଭାଙ୍ଗି ଅଭିଯୁକ୍ତ ଜଣଙ୍କ କିପରି ଖସି ଯିବାରେ ସକ୍ଷମ ହେଲା | ଘଟଣା କ୍ରମେ ଖସି ଯାଇ ଥିବା ଚୋର କୁ ପୋଲିସ ପୁଣି ଥରେ ଗିରଫ କରିବାରେ ସକ୍ଷମ ହୋଇଛି |
ଚୋର କୁ ପୋଲିସ ଗିରଫ କରିବା ପରେ ତା ଉପରେ କାର୍ଯ୍ୟନୁଷ୍ଠାନ ନେବା ବଦଳ ରେ ସେ କେମିତି ହାଜତ ରୁ ଖସି ଥିଲା ତାହା ଜାଣିବା ପାଇଁ ଚାହିଁ ଥିଲା | ଫଳରେ ଚୋର ମଧ୍ୟ ବେଫିକର ହୋଇ କିପରି ସେ ଜେଲ ହାଜତ ରୁ ମୁକୁଳି ଥିଲା ତାର ଡେମ ଦେଖାଇ ଥିଲା | ଏହାକୁ ଦେଖି ପୋଲିସ ଆଶ୍ଚର୍ଯ୍ୟ ହେବା ସହିତ ଆଖି ତରାଟୀ ରହି ଥିଲା |
ଆଖି ପିଛୁଳାକେ ଚୋର ଟି ହାଜତ ବାହାରକୁ ଚାଲି ଆସି ଥିଲା, ଏହାକୁ ଦେଖି ସେହି ଥାନାରେ ଥିବା ସମସ୍ତ ବ୍ୟକ୍ତି ଚକିତ ହୋଇ ଯାଇ ଥିଲେ | ତାପରେ ଏହାର ଦୃଶ୍ୟ ମଧ୍ୟ ପୋଲିସ କର୍ମୀ ଜଣଙ୍କ ମୋବାଇଲ ରେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥିଲେ ଯାହାକୁ ଦେଖିଲେ ଆପଣ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ | ଏହି ଚୋର ଟି ପୋଲିସ ବିଭାଗ କୁ କିପରି ଅର୍ଥାତ କାରାଗାର କୁ ଆହୁରି କଡାକଡି କରିବା ପାଇଁ ହେବ ତାହା ଭାବିବାକୁ ପୋଲିସ ଙ୍କୁ ହିଁ ବାଧ୍ୟ କରି ଦେଇଛି | ଏହି ଘଟଣା ବର୍ତ୍ତମାନ ମହାରାଷ୍ଟ୍ର ପୋଲିସ ର ମୁଣ୍ଡବିନ୍ଧା ର କାରଣ ପାଲଟି ଯାଇଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।