ସବୁ ସମୟ ଖବର ସାଥିରେ

PM ମୋଦି ଙ୍କ ଜନ୍ମଦିନ ଉପଲକ୍ଷେ କଲେ ବଡ଼ ଘୋଷଣା : ଏବେ ଯେଉଁ ଶିଶୁ ଜନ୍ମଗ୍ରହଣ କରିବ, ତାକୁ ମିଳିବ ସୁନାର ମୁଦି… ଜାଣନ୍ତୁ କେଉଁ ମାନେ ପାଇବେ…

0 13

ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ୭୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ମୋଦି। ମୋଦିଙ୍କ ଜନ୍ମଦିନ ଅବସରରେ ଦଳୀୟ କର୍ମୀଙ୍କ ଠାରୁ ଆରମ୍ଭ କରି ଦେଶର କୋଣ ଅନୁକୋଣରୁ ଛୁଟୁଛି ଶୁଭେଚ୍ଛାର ସୁଅ।ସାରା ଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନକୁ ମହା ଆଡମ୍ବରରେ ପାଳନ କରିବା ପାଇଁ ବିଜେପି ପକ୍ଷରୁ କରା ଯାଇଛି ସ୍ଵତନ୍ତ୍ର ପ୍ରସ୍ତୁତି। ପ୍ରଧାମନ୍ତ୍ରୀଙ୍କର ଜନ୍ମଦିନରେ ବିଭିନ୍ନତା ମଧ୍ୟରେ ଏକତା ଉତ୍ସବ ପାଳନ କରିବ ଦଳ। ଏହା ସହିତ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଦଳ ସେବା ଅଭିଯାନ କରିବ।

ତେବେ ମିଳିଥିବା ସୂଚନା ଅନୁସାରେ ମୋଦିଙ୍କର ଏହି ଜନ୍ମ ଦିବସକୁ ସ୍ପେଶାଲ କରିବା ପାଇଁ ବିଜେପି ପକ୍ଷରୁ ସାରା ଦେଶରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରାଯିବାର ନିଷ୍ପତ୍ତି ନିଆ ଯାଇଛି ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଏକ ବଡ ଧରଣର ଘୋଷଣା କରା ଯାଇଛି ଯାହା ସମସ୍ତଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିଛି। ତେବେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ସ୍ପେଶାଲ କରିବା ପାଇଁ କି କି ଆୟୋଜନ କରା ଯାଇଛି।
ତେବେ ମୋଦିଙ୍କ ଜନ୍ମଦିନରେ ଦେଶକୁ ୮ ଟି ଚିତାବାଘ ଉପହାର ଦେବେ ମୋଦି। ଆଫ୍ରିକୀୟ ଦେଶ ନାମିବିଆରୁ ଏହି ୮ ଟି ଚିତାବାଘକୁ ଅଣା ଯାଇଛି ଯାହାକୁ ଦେଶ ବାସୀଙ୍କୁ ଉପହାର ଦେବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର କୁନୋ ଜାତୀୟ ଅଭୟାରଣ୍ୟରେ ଆଫ୍ରିକୀୟ ଚିତାକୁ ଦେଶ ପାଇଁ ସମର୍ପିତ କରିବେ ମୋଦି।
ସେପଟେ ମୋଦିଙ୍କ ଜନ୍ମଦିନକୁ ସ୍ପେଶାଲ କରିବା ପାଇଁ ଦିଲ୍ଲୀର ଏକ ରେଷ୍ଟୁରାଣ୍ଟ ୫୬ ଇଞ୍ଚ ନରେନ୍ଦ୍ର ମୋଦି ଥାଳିର ବ୍ୟବସ୍ଥା କରିଛି। ଥାଳିରେ ଉପଲବ୍ଧ ହେବ ଉତ୍ତରପ୍ରଦେଶର ୫୬ ପ୍ରକାରର ବ୍ୟଞ୍ଜନ। ସାଧା ଥାଳିର ଦାମ ରହିଛି ୨୬୦୦ ରହିଥିବା ବେଳେ ଆମିଷ ବ୍ୟଞ୍ଜନର ଦାମ ରହିଛି ୨୯୦୦ ଟଙ୍କା। ରାତିରେ ମୋଦି ଥାଳି ପାଇଁ ଆଉ ୩୦୦ ଟଙ୍କା ଏକ୍ସଟ୍ରା ଦେବାକୁ ପଡ଼ିବ।୪୦ ମିନିଟ୍ ରେ ସବୁ ଖାଦ୍ୟକୁ ଯିଏ ସମ୍ପୂର୍ଣ୍ଣ ଭାବେ ଖାଇ ପାରିବ ତାକୁ ସାଢେ଼ ୮ଲକ୍ଷ ଟଙ୍କାର ପୁରସ୍କାର ମିଳିବ। ପୁଣି ଲକି ଡ୍ରre ଦୁଇ ଜଣଙ୍କୁ ମିଳିବ କେଦାରନାଥ ଟ୍ରିପ।
ତେବେ ସବୁଠୁ ବଡ କଥା ହେଉଛି ବିଜେପି ଘୋଷଣା କରିଛି କି ମୋଦୀଙ୍କ ଜନ୍ମଦିନରେ ଜନ୍ମ ଗ୍ରହଣ କରିଥିବା ନବଜାତକଙ୍କୁ ସୁନାର ମୁଦି ପ୍ରଦାନ କରାଯିବ। ତେବେ ଏହି ମୁଦିରେ 2 ଗ୍ରାମର ସୁନା ରହିବ ଓ ଏହାର ମୂଲ୍ୟ ପାଖା ପାଖି ୫ ହଜାର ଟଙ୍କା ରହିବ ବୋଲି ସୂଚନା ମିଳିଛି।ଆଜି ଚେନ୍ନାଇର ଆରଏସଆର ସରକାରୀ ହସ୍ପିଟାଲରେ ଜନ୍ମ ହୋଇଥିବା ସମସ୍ତ ନବଜାତକଙ୍କ ସୁନା ମୁଦି ଉପହାର ଦିଆଯିବ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛିଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।