ସବୁ ସମୟ ଖବର ସାଥିରେ

ପିଲାଠୁ ବୁଢା ପଯ୍ୟାନ୍ତ ମାତ୍ର ୨ ମିନିଟରେ (ଦାନ୍ତବିନ୍ଧା,ପୋକ ଦାନ୍ତ, ମାଢ଼ିରୁ ରକ୍ତ ପଡିବା) ଭଲ ହୋଇଯିବ| ୧୦୦% ଗେରେଣ୍ଟି

0 10

ଦାନ୍ତ ଆମ ମୁଖ ମଣ୍ଡଳର ସୌନ୍ଦର୍ଯ୍ୟ ଏବଂ ଆମ ଶରୀର ଗଠନ ପାଇଁ ଏକ ପ୍ରମୁଖ ଭୂମିକା ଲିଭାଇ ଥାଏ। ଏହା ଆମ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ତେଣୁ ଦାନ୍ତ କିପରି ସଫା ଓ ସୁସ୍ଥ ତା ଉପରେ ଧ୍ୟାନ ଦେବା ଉଚିତ୍। ନଚେତ୍ ଆମେ ଖାଉଥିବା ଖାଦ୍ୟ ଦାନ୍ତ ମୂଳରେ ଲାଗି ରହି ଅନେକ ଦାନ୍ତ ଜନିତ ସମସ୍ୟା ଦେଖା ଯାଇଥାଏ। ଏହା ଧିରେ ଧିରେ ତାହା ଦାନ୍ତରେ ବ୍ୟାକ୍ଟେରିଆ ଆରମ୍ଭ କରିଥାଏ ଯାହା ଫଳରେ ଆମ ହଳଦିଆ ପଣ ଆସିଥାଏ ଆଉ ଦାନ୍ତରେ ପୋକ ଲାଗିଥାଏ। ଆଉ ଏହା ପରେ ଦାନ୍ତ ବିନ୍ଧା ଆରମ୍ଭ ହୋଇ ଯାଇଥାଏ। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ ଯେଉଁଥି ପାଇଁ ଅନେକ ଚିନ୍ତାରେ ରହି ଥାଆନ୍ତି।
ତେବେ ଦାନ୍ତ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଆଜି ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏମିତି ଏକ ଘରୋଇ ଉପଚାର ଯାହାକୁ ବ୍ୟବହାର କରି ଆପଣ ଦାନ୍ତ ଜନିତ ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପାଇବେ। ତେବେ ଆଜି ଆମେ ଆପଣଙ୍କୁ ଦୁଇଟି ଘରୋଇ ଉପଚାର ବାବଦରେ ଜଣାଇବୁ। ତେବେ ଆସନ୍ତୁ ଜାଣିବା ସେହି ଚମତ୍କାରିି ଘରୋଇ ଉପଚାର ବାବଦରେ।
ପ୍ରସ୍ତୁତି ପ୍ରଣାଳୀ:-୧. ପ୍ରଥମେ ଆପଣ ୧୦-୧୨ ଟି ଲବଙ୍ଗ ନିଅନ୍ତୁ। ତେବେ ଏହି ଲବଙ୍ଗ ମରେ ଯେମିତି ତାର ଫୁଲ ଲାଗିଥିବ। କାହିଁକି ନା ବିନା ଫୁଲର ଲବଙ୍ଗ ସେତେଟା ଫାଇଦା ଦେଇ ନଥାଏ। ଏହି ଲବଙ୍ଗ ସବୁକୁ ଭଲ ଭାବରେ ଗୁଣ୍ଡ କରି ନିଅନ୍ତୁ। ଏବେ ଗୋଟେ ଗ୍ଲାସ୍ ଉଷୁମ ପାଣି ନିଅନ୍ତୁ। ଏହାପରେ କିଛି ସୈନ୍ଧବ୍ୟ ଲୁଣ ନିଅନ୍ତୁ।

ତେବେ ଏବେ ଆପଣ ସେହି ଉଷୁମ ପାଣି ଏକରୁ ଦୁଇ ଚିମୁଟା ସୈନ୍ଧବ୍ୟ ଲୁଣ ପକାନ୍ତୁ ଓ ଏକ ଚିମୁଟା ଲବଙ୍ଗ ଗୁଣ୍ଡ ପକଇ ଭଲ ଭାବରେ ମିଶାଇ ଦିଅନ୍ତୁ। ଏବେ ଏହାକୁ ଆପଣ ଅଳ୍ପ ଅଳ୍ପ ପାଟିକୁ ନେଇ ୨ ମିନିଟ୍ ପର୍ଯ୍ୟନ୍ତ କୁଳିକରନ୍ତୁ। ଏହାକୁ ଆପଣଙ୍କୁ ୫-୬ ଥର କୁଳି କରନ୍ତୁ ଦେଖିବେ ତୁରନ୍ତ ଆପଣଙ୍କର ଦାନ୍ତ ବିନ୍ଧା ଭଳି ସମସ୍ୟା ଦୂର ହୋଇଯିବ।
୨. ପ୍ରଥମେ ଏକ ପାତ୍ରରେ ଦୁଇ ଚାମଚ ସୋରିଷ ତେଲ ନିଅନ୍ତୁ ଏବେ ଏଥିରେ ଦୁଇ ଚିମୁଟା ସୈନ୍ଧବ୍ୟ ଲୁଣ ପକାନ୍ତୁ। ତାପରେ ଏକ ଫିଟିକିରିକୁ ଗୁଣ୍ଡ କରି ସେଥିରୁ ଦୁଇ ଚିମୁଟା ଫିଟିକିରି ଗୁଣ୍ଡ ପକାନ୍ତୁ ଏବଂ ଏଥିରେ ଦୁଇ ଚିମୁଟା ଲବଙ୍ଗ ଗୁଣ୍ଡ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ବ୍ରସରେ ନେଇ ଦାନ୍ତ ବିନ୍ଧୁଥିବା ବା ପୋକ ଲାଗିଥିବା ସ୍ଥାନରେ ଦୁଇ ରୁ ତିନି ମିନିଟ୍ ପର୍ଯ୍ୟନ୍ତ ବ୍ରସ କରନ୍ତୁ ଆଉ ୫-୧୦ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଦାନ୍ତରେ ସେହିଭଳି ଲାଗି ରହିବା ପାଇଁ ଦିଅନ୍ତୁ। ଏହି ପରି ଆପଣ ସପ୍ତାହକୁ ଦୁଇ ରୁ ତିନି ରଥ କରି ପାରିବେ। ଦେଖିବେ ଧିରେ ଧିରେ ଆପଣଙ୍କର ଦାନ୍ତ ବିନ୍ଧା ଭଳି ସମସ୍ୟା ଦୂର ହୋଇଯିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।