ସବୁ ସମୟ ଖବର ସାଥିରେ

ପିଲାଠୁ ବୁଢା ପଯ୍ୟନ୍ତ ଏହାର ସେବନ ଦ୍ୱାରା ପୁରୁଣାରୁ ପୁରୁଣା ଥଣ୍ଡା,କାଶ ଏବଂ କଫ ଥରକରେ ଦୂର ହୋଇଯିବ | ( Cold and Cough )

0 13

ଥଣ୍ଡା ଜ୍ୱର ଓ କାଶ ସମସ୍ତଙ୍କୁ ଏହି ବର୍ଷା ଦିନରେ ବେଶୀ ମାତ୍ରାରେ ହୋଇଥାଏ |ଏବଂ ଏହା ଏକ ସାଧାରଣ କଥା | କିନ୍ତୁ ଆଜିକାଲିର ଖରାପ ଜଳବାୟୁ ଯୋଗୁଁ ଆମେ ଖୁବ ଶୀଘ୍ର ଏହି ସବୁ ରୋଗରେ ପଡିଯାଉ |ବାରମ୍ବାର ଔଷଧ ଖାଇବା ପରେ ମଧ୍ୟ ଏହି ଥଣ୍ଡା, କଫ ଓ କାଶ କମିବାର ନାମ ନେଇ ନ ଥାଏ |ଏବଂ ଏହି ଥଣ୍ଡା ଆମ ଶରୀରରେ ବେଶୀ ଦିନ ରହିଲେ ଏହା ଆସ୍ଥମା ଭଳି ମାରାତ୍ମକ ରୋଗର ରୂପ ନେଇ ଥାଏ | ଯାହା ପାଇଁ ଆମକୁ ପ୍ରଥମରୁ ହିଁ ସତର୍କ ରହିବାକୁ ପଡିବ |ଏଥି ପାଇଁ ଆମେ ଆଜି ଆପଣଙ୍କ ପାଇଁ ଏପରି ଏକ ଉପଚାର ନେଇ ଆସିଛୁ ଯାହାକୁ ବ୍ୟବହାର କଲେ ଆପଣଙ୍କର ବହୁତ ପୁରୁଣା ଥଣ୍ଡା ଛାଡ଼ିଯିବ | ଏବଂ ଏହା ସମ୍ପୂର୍ଣ ରୂପେ ଏକ ଆୟୁର୍ବେଦିକ ଉପଚାର ଅଟେ | ଆସନ୍ତୁ ଜାଣିବା ସେ ବିଷୟରେ |
ଆବଶ୍ୟକ ଉପକରଣ :-
1. ଜୀରା
2.ତୁଳସୀ ପତ୍ର

3. ଅଦା4.ମହୁ
ପ୍ରସ୍ତୁତି ପ୍ରଣାଳୀ :-
ଏହାକୁ ବନେଇବା ପାଇଁ ପ୍ରଥମେ ଆପଣ ଏକ ପାତ୍ରରେ ଦୁଇ କପ ପାଣି ନେଇ ନେବେ | ଏହି ପାତ୍ରଟିକୁ ଗରମ କରିବା ପାଇଁ ଗ୍ୟାସରେ ବସାଇ ଦେବେ |ଏବେ ଆପଣ ଏକ ଚାମଚ ଜୀରା ନେଇ ଏହି ଗରମ ପାଣିରେ ପକେଇ ଦିଅନ୍ତୁ | ଜୀରା ଆମ ଶରୀର ପାଇଁ ଖୁବ ଲାଭ ଦାୟକ ଅଟେ |ଏହା ଥଣ୍ଡା ପାଇଁ ବହୁତ ଉପକାରୀ ଓ ସାଥିରେ ଯଦି ଆପଣଙ୍କ ନାକ ବନ୍ଦ ହୋଇ ଯାଇଛି ତାହେଲେ ଜୀରାର ସେବନ ଦ୍ୱାରା ଆପଣ ଉପଶମ ପାଇ ପାରିବେ | ଏହି ପାଣିକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହି ପାଣି ମରି ମରି ଅଧା ଗ୍ଲାସ ରହି ନ ଯିବ | ଅଧା ଗ୍ଲାସ ହୋଇ ଗଲା ପରେ ଆପଣ ଜୀରାକୁ ଛାଣି ପାଣିକୁ ଅଲଗା କରି ନିଅନ୍ତୁ |
ଏବେ ଆପଣଙ୍କୁ ଦରକାର ହେବ ତୁଳସୀ ପତ୍ର କାରଣ ତୁଳସୀ ପତ୍ରରେ ବହୁତ ପ୍ରକାର ଔଷଧୀୟ ଗୁଣ ରହିଥାଏ | ଏହା ବିଶେଷ କରି ଥଣ୍ଡା ପାଇଁ ବହୁତ ଲାଭ ଦାୟକ ହୋଇଥାଏ |ସାତୋଟି ତୁଳସୀ ପତ୍ର ନେଇ ପୂର୍ବରୁ ପ୍ରସ୍ତୁତ ହୋଇ ଥିବା ପାଣିରେ ପକାଇ ଦିଅନ୍ତୁ ଏବଂ ସେହି ପାଣିକୁ ପୁଣି ଫୁଟାନ୍ତୁ |

ଏବେ ଆପଣ ଗୋଟିଏ ଇଞ୍ଚର ଅଦାକୁ ନେଇ କୋରି ନିଅନ୍ତୁ ଓ ଏହାକୁ ଏହି ପାଣିରେ ପକାଇ ଫୁଟେଇ ନିଅନ୍ତୁ | ଅଦା ଆମ ଶରୀରରୁ ଥଣ୍ଡାକୁ କମାଇ ଦେହକୁ ଗରମ ରଖିଥାଏ | ତିନି ମିନିଟ ପରେ ଏହି ପାଣିକୁ ଏକ କପକୁ ଛାଣି ନିଅନ୍ତୁ |ଏବେ ଆପଣ ଏହି କପରେ ଏକ ଚାମଚ ମହୁ ମିଶାନ୍ତୁ | ଥଣ୍ଡା ହେବ କାରଣରୁ ଯୋଉଁ ଗଳା ବ୍ୟଥାକୁ ମହୁ ଠିକ କରିଥାଏ |ବ୍ୟବହାର :
ଏହି ପାଣିକୁ ଆପଣ କେତେବେଳ ବି ବନେଇ ପିଇ ପାରିବେ କିନ୍ତୁ ଯଦି ଆପଣ ସକାଳେ ଖାଲି ପେଟରେ ପିଉଛନ୍ତି ଏହା ଆପଣଙ୍କ ପାଇଁ ବେଶୀ ଲାଭ ଦାୟକ ହେବ |ଏହା ପିଇବାର ଘଣ୍ଟାଏ ପୂର୍ବରୁ ଓ ଘଣ୍ଟାଏ ପରେ କିଛି ଖାଦ୍ୟ ଖାଇବେ ନାହିଁ | ଯଦି ଆପଣଙ୍କୁ ବନ୍ଦ ନାକର ଅସୁବିଧା ଅଛି ତେବେ ଆପଣ ଏକ ଚାମଚ ଜୀରା ଓ ପାଞ୍ଚଟି ଲବଙ୍ଗକୁ ଫୁଟାଇ ବାମ୍ଫ ନିଅନ୍ତୁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।