ସବୁ ସମୟ ଖବର ସାଥିରେ

ପିଲାଠୁ ବୁଢା ପର୍ୟନ୍ତ ( ଥଣ୍ଡା,କାଶ ଏବଂ କଫ ) ଗୋଟିଏ ଘଣ୍ଟାରେ ଭଲ କରିବାର ଘରୋଇ ଉପାୟ | Natural Home remedies

0 20

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ କି ଥନା, କାଶ ଭଳି ସମସ୍ୟା ଘରେ ଘରେ ସମସ୍ତଙ୍କ ନିକଟରେ ଲାଗି ରହିଥାଏ | ତେବେ ଏହା କୁ କେତେକ ଲୋକ ସାଧାରଣ କଥା ବୋଲି ଭାବିଥାନ୍ତି | କିନ୍ତୁ ଏହା ପ୍ରକୃତରେ ସାଧାରଣ ହୋଇ ଥିଲେ ମଧ୍ୟ ଆମକୁ ବହୁତ ଅଧିକ କଷ୍ଟ ମଧ୍ୟ ଦେଇଥାଏ ବୋଲି କୁହାଯାଉଛି | ତେବେ ଅନେକ ସମୟରେ ଆମେ ଏହିଭଳି ଥଣ୍ଡା ଆଉ କାଶ ରୁ ମୁକ୍ତି ପାଇବା ପାଇଁ ଔଷଧ ର ସେବନ କରିବାକୁ ଲାଗିଥାଉ | ଆଉ ଯାହା ଆମ ପାଇଁ ଅନେକ ସମୟରେ ଦେହ ପାଇଁ ଭଲ ହୋଇ ନ ଥାଏ | ତେବେ ଆଜି ମୁଁ ଆପଣ ମାନଙ୍କ ପାଇଁକି ନେଇ ଆସିଛି ଗୋଟିଏ ଏଭଳି ଘରେଇ ଉପଚାର ଯାହାକୁ ସେବନ କରିବା ଦ୍ୱାରା ଥଣ୍ଡା, କାଶ ଓ କଫ ଭଳି ସମସ୍ୟା ସବୁଦିନ ପାଇଁ ଆପଣଙ୍କ ଠାରୁ ଦୁରେଇ ଯିବ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଘରେଇ ଉପଚାର ବିଷୟରେ ଜାଣିବା |

ତେବେ ଥଣ୍ଡା କାଶ ଭଳି ସମସ୍ୟା ସମସ୍ତଙ୍କ ନିକଟରେ ସାଧାରଣତଃ ଋତୁ ପରିବର୍ତ୍ତନ କାରଣ ରୁ ହୋଇଥାଏ ବୋଲି କୁହାଯାଉଛି | ଆଉ ସେହି ଥଣ୍ଡା କାଶ ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆଜି ଆପଣ ମାନଙ୍କୁ ଏଭଳି ଏକ ସହଜ ଘରେଇ ଉପଚାର ବତାଇବି ଯାହାକୁ ଆପଣ ମାନେ ଅତି ସହଜରେ ଘରେ ପାଇପାରିବେ |ତାହେଲେ ଆସନ୍ତୁ ସେହି ଘରେଇ ଉପଚାର ର ପ୍ରସ୍ତୁତି ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-ପାନ ପତ୍ର, ଗୋଲମରିଚ, ତୁଳସୀ ପତ୍ର, ପିଆଜ
ପ୍ରସ୍ତୁତି ପ୍ରଣାଳୀ :-ତେବେ ଏହି ଘରେଇ ଉପଚାର ର ପ୍ରସ୍ତୁତି ପାଇଁ ଆମକୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି 3-4 ଟି ପାନ ପତ୍ର, ତାହା ପରେ ଆମେ ଅଳ୍ପ ଗୋଲମରିଚ ର ବ୍ୟବହାର ମଧ୍ୟ ଏଥିରେ କରି ପରିବା | ଆଉ ତାହା ପରେ ଆମେ ମାନେ 6-7 ଟି ତୁଳସୀ ପତ୍ର ମଧ୍ୟ ନେବା | ତେବେ ଆମେ ଜାଣିଛୁ ତୁଳସୀ ପତ୍ର ରେ ଆଣ୍ଟି ଇଂଫ୍ଲାମେଟରି ଓ ଆଣ୍ଟି ଆକ୍ସିଡେଣ୍ଟ ସାଙ୍ଗକୁ ଆଣ୍ଟି ଫୋଙ୍ଗଲ ଗୁଣ ମଧ୍ୟ ରହିଛି ଯାହା ଥଣ୍ଡା ଭଳି ସମସ୍ୟା କୁ ଦୂର କରିବାରେ ସହାୟକ ହୋଇଥାଏ | ଆଉ ତାହା ପରେ ଆମର ଆବଶ୍ୟକ ପଡିବ ତାହା ହେଉଛି ଗୋଟିଏ ଛୋଟ ସାଇଜ ର ପିଆଜ | ତେବେ ଏହି ସବୁ ଉପାଦାନ ଗୁଡିକୁ ନେଇକି ଏକ ସାଙ୍ଗରେ ଆମେ ମାନେ ଚୋବାଇ ଦେବାର ଆବଶ୍ୟକ ରହିଛି | ଆଉ ସେହି ରସ ଆମକୁ ଥଣ୍ଡା ଭଳି ସମସ୍ୟା କୁ ଦୂର କରିବାରେ ସାହାଯ୍ୟ କରିଥାଏ |

ବ୍ୟବହାର :-
ତେବେ ଏହି ଘରେଇ ଉପକରଣ କୁ ଆମେ ମାନେ ଦିନରେ 3 ଥର ବ୍ୟବହାର କରିବା ଦ୍ୱାରା ଆମକୁ ଥଣ୍ଡା ଭଳି ସମସ୍ୟା ଅତି ସହଜରେ ଦୁରେଇ ଯିବ |ତେବେ ଏହା ଥିଲା, କାଶ, ଥଣ୍ଡା, କଫ ଜନିତ ସମସ୍ୟା କୁ ଦୂର କରିବାର ସହଜ ଘରେଇ ଉପଚାର |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।