ସବୁ ସମୟ ଖବର ସାଥିରେ

ପିଲାଙ୍କ ପାଇଁ ୩୦ ବର୍ଷ ଧରି ପୁରୁଷ ବେଶରେ ବଞ୍ଚୁଥିଲେ ମାଆ, ପିଲାଙ୍କ ଲାଳନ ପାଳନ ପାଇଁ ନେଇଥିଲେ ବଡ଼ ନିଷ୍ପତ୍ତି – ମାଙ୍କୁ ଭଲ ପାଉଥିଲେ ନିଶ୍ଚୟ ଦେଖନ୍ତୁ

0 72

କଥାରେ ଅଛି ମା ଠାରୁ ବଡ଼ ଯୁଦ୍ଧା ଏହି ସଂସାର ରେ ଆଉ କେହି ବି ନଥାନ୍ତି, ମା ଜଣେ ମାତ୍ର ମଣିଷ ଯିଏକି ନିଜ ପିଲା ପାଇଁ କିଛି ବି କରିବାକୁ ପଛଘୁଞ୍ଚା ଦେଇ ନଥାଏ। ଗୋଟିଏ ମା ତା ପିଲା କୁ ଜନ୍ମ ଦେବା ଠାରୁ ତାର ମୃତ୍ୟୁ ପର୍ଯ୍ୟନ୍ତ ସବୁବେଳେ ସାଙ୍ଗରେ ରହିଥାଏ ଆଉ ସବୁ ବିପଦ କୁ ସହି ତା ଛୁଆ କୁ ରକ୍ଷା କରିଥାଏ। ଏମିତି କି ସେ ନିଜ ଛୁଆ ର ଯିବନ ପାଇଁ ନିଜ ଜୀବନ କୁ ତ୍ୟାଗ କରିବାକୁ ମଧ୍ୟ ରାଜିଥାଏ।

ତେବେ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ ଏହିଭଳି ଜଣେ ମା ଙ୍କ ବିଷୟରେ ଜଣେଇବୁ ଯାହାଙ୍କ ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ।

ତେବେ ଆମେ ଆଜି ଆପଣ ଙ୍କୁ ଯେଉଁ ମା ଙ୍କ ବିଷୟ ରେ ଜଣେଇବା କୁ ଯାଉଛନ୍ତି ତାଙ୍କର ବଳିଦାନ ନିଜ ପିଲା ପାଇଁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ସେ ନିଜ ପିଲାଙ୍କ ପାଇଁ ନାରୀ ରୁ ପୁରୁଷ ରୂପ ଧାରଣ କରିଥିଲେ ଆଉ ଜଣେ ପୁରୁଷ ଭାବରେ ୩୦ ବର୍ଷ ପର୍ଯ୍ୟନ୍ତ ରହିଥିଲେ। ତେବେ ନାରୀ ହୋଇ ମଧ୍ୟ ପୁରୁଷ ର ରୂପ ଦେଇଥିଲେ ନିଜକୁ ଆଉ ସ୍ୱାଭିମାନ ର ଜୀବନ ବଞ୍ଚାଉଥିଲେ। ତେବେ ସେ ହେଉଛନ୍ତି ତାମିଲନାଡୁ ର ମହିଳା ବିଜ୍ୟାଞ୍ଜଳୀ କିମ୍ବା ମୁଥୁ।

ତେବେ ସୂଚନା ଅନୁସାରେ ବିଜ୍ୟାଞ୍ଜଳୀ ଙ୍କର ବିବାହ ଜଣେ ଯୁବକ ଙ୍କ ସହ ହୋଇଥିଲା ମାତ୍ର ବିବାହ ର ମାତ୍ର କିଛି ଦିନ ପରେ ହୃଦ ଘାତ ରେ ତାଙ୍କର ସ୍ୱାମୀ ଙ୍କର ଜୀବନ ଚାଲିଯାଇଥିଲା। ଆଉ ତାଙ୍କ ପାଖରେ ଥିଲା ତାଙ୍କର କୁନି ଝିଅ ଯାହାକୁ ନେଇ ଆଗକୁ ବଢ଼େଇବାକୁ ଚେଷ୍ଟା କରିଥିଲେ ସେ। ଆଉ ନିଜ ପିଲାର ଲାଳନ ପାଳନ କରିବା ପାଇଁ ସେ ଅନ୍ୟ ଘରେ କାମ କରିବାକୁ ଗଲେ ମାତ୍ର ସେଠାରେ ତାଙ୍କୁ ଯୋୖନ ଶୋଷଣ ର ସ୍ୱୀକାର ହେବାକୁ ପଡିଲା। ଆଉ ସେ ନିଷ୍ପତ୍ତି ନେଲେ କି ନିଜର ରୂପ ପରିବର୍ତ୍ତନ କରିବେ ଆଉ ଜଣେ ପୁରୁଷ ହୋଇଯିବେ ବୋଲି।

ତେବେ ତା ପରେ ସେ ନିଜ କୁ ଜଣେ ପୁରୁଷ ର ରୂପ ଦେଲେ ଆଉ ନିଜର କେଶ କାଟି ପୁରୁଷ ଭଳି କରିବା ସହ , ସେ ଢିଲା କପଡା ଏବଂ ଲୁଙ୍ଗି ପିନ୍ଧିବା ଆରମ୍ଭ କରିଦେଲେ। ଆଉ ଜଣେ ପୁରୁଷ ଭାବରେ ଅନେକ ଜାଗା ରେ କାମ କରି ନିଜ ଝିଅ ର ଲାଳନ ପାଳନ କରିଥିଲେ ଆଉ ନିଜ ନାମ ଦେଇଥିଲେ ମୁଥୁ ବୋଲି।

ତେବେ ସେ ନାରୀ ହୋଇ ମଧ୍ୟ ପୁରୁଷ ଙ୍କର ବାର୍ଥ୍ରୂମ ବ୍ୟବହାର କରୁଥିଲେ ଆଉ ବସ ରେ ପୁରୁଷ ଙ୍କ ପାଖରେ ବସିଥିଲେ। ତେବେ ଏହିସବୁ କରିବା ତାଙ୍କ ପାଇଁ ଏତେ ସହଜ ନଥିଲା କିନ୍ତୁ ସେ ହାର ମାନି ନଥିଲେ। ତେବେ ବର୍ତ୍ତମାନ ତାଙ୍କର ଝିଅ ର ବିବାହ ହୋଇ ଯାଇଛି ଆଉ ତାଙ୍କୁ ୫୭ ବର୍ଷ ବୟସ ଅଟେ। କିନ୍ତୁ ଆଗ କୁ ବି ସେ ପୁରୁଷ ଭାବରେ ରହିବେ ବୋଲି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।