
peta safa karibara upaya- ପୁରୁଣାରୁ ପୁରୁଣା ପେଟ ରୋଗ ସମସ୍ୟା ମାତ୍ର ଗୋଟିଏ ଦିନରେ ପେଟକୁ କରନ୍ତୁ ସଫା ,ଏହି ଘରୋଇ ଉପଚାର ଦ୍ୱାରା |
ଅଧୁନିକ ଜୀବନଶୈଳୀ ଆପଣେଇବା ଫଳରେ ଆମେ ବିଭିନ୍ନ ପ୍ରକାର ରୋଗର ସାମ୍ନା କରୁଛୁ। ସାଧାରଣତଃ ଆଜିର ଦିନରେ ପ୍ରାୟ ଲୋକଙ୍କ ପେଟ ଜନିତ ସମସ୍ୟା ଦେଖିବକୁ ମିଳୁଛି।ରେଷ୍ଟୁରାଣ୍ଟ ଯିବା, ବାହାରେ ଫାଷ୍ଟଫୁଡ଼, ଗୁପଚୁପ, ଚାଟ ଇତ୍ୟାଦି ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଯେପରି ପେଟର ଗ୍ୟାସ୍ , ଅପଚ, କୋଷ୍ଟକଠିନ୍ୟ, ଏସିଡିଟି, ପେଟ ଜଳିବା ଭଳି ଲାଗିବା ପେଟ ଦରଜ ହେବା ଭଳି ଲାଗିବା। ଆଜିର ଦିନରେ ପିଲାଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଏହି ପେଟ ଜନିତ ସମସ୍ୟା ଦେଖିବାକୁ ମିଳୁଛି।
ତେବେ ଏହାକୁ ଅଣଦେଖା କରିବା ଆଦୌ ଉଚିତ୍ ନୁହେଁ। ପେଟ ଜନିତ ସମସ୍ୟା ଶରୀରରେ ଦେଖା ଗଲେ ଆମେ ଖୁବ୍ ଚିନ୍ତିତ ହୋଇ ପଡୁ ଆମ ଦିନଟି ଖରାପରେ ଯାଏ। କିଛି ଜିନିଷରେ ଆମେ ଭଲ ଭାବରେ ଧ୍ୟାନ ଦେଇ ପାରୁ ନାହିଁ ମୁଣ୍ଡ ବିନ୍ଧିବା ସହ ପେଟ ଓ ଛାତିରେ ଜଳାପୋଡା ମଧ୍ୟ ହୋଇଥାଏ। ଆମେ ଯେଉଁ ଖାଦ୍ୟ ଖାଇଥାଉ ସେଥିରୁ ଆମକୁ ସଠିକ୍ ପୋଷାକ ମଧ୍ୟ ମିଳି ପାରି ନଥାଏ। ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏଭଳି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାକୁ ବ୍ୟବହାର କରି ଆପଣ ପେଟ ଜନିତ ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପାଇ ପାରିବେ। ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ଘରୋଇ ଉପାୟ ଏଥି ନିମନ୍ତେ ଆବଶ୍ୟକ ସାମଗ୍ରୀ ଓ ଏହାର ପ୍ରସ୍ତୁତି ପ୍ରଣାଳୀ ବାବଦରେ।
ଆବଶ୍ୟକ ସାମଗ୍ରୀ:-ଲେମ୍ବୁ, ପୋଦିନା ପତ୍ର ଓ ଅଦାପ୍ରସ୍ତୁତି ପ୍ରଣାଳୀ:-ପ୍ରଥମେ ଏକ ଲେମ୍ବୁ ନିଅନ୍ତୁ ଏହାକୁ ଧୋଇ ପରିଷ୍କାର କରି ନିଅନ୍ତୁ। ତାପରେ ଏହାକୁ ପତଳା ପତଳା କରି କାଟି ନିଅନ୍ତୁ ଏବଂ ଏହାର ମଞ୍ଜି ସବୁ ବାହାର କରି ଦିଅନ୍ତୁ। ଏହାପରେ ୨୦-୨୫ଟି ପୋଦିନା ପତ୍ର ଭଲ ଭାବରେ ଧୋଇକି ନିଅନ୍ତୁ। ଏବେ ଏକ ଇଞ୍ଚ ଆଡ ନେଇ ଏହାକୁ ପତଳା ପତଳା କରି କାଟି ରଖନ୍ତୁ। ଏବେ ଏକ କାଚ ଗ୍ଲାସ୍ ରେ ଏହି କଟା ହୋଇଥିବା ଲେମ୍ବୁ,ଅଦା ଓ ପୋଦିନା ପତ୍ରକୁ ଦେଇ ଏକ ଗ୍ଲାସ୍ ଉଷୁମ ପାଣି ଢ଼ାଳି ଦିଅନ୍ତୁ। ଏବେ ଏହି ପାଣିକୁ ୩-୪ ଘଣ୍ଟା ପର୍ଯ୍ୟନ୍ତ ଢାଙ୍କିକି ରଖନ୍ତୁ। ଏବେ ଆପଣ ଏହାକୁ ଅନ୍ୟ ଏକ ଗ୍ଲାସକୁ ଛାଣି ନିଅନ୍ତୁ।
ବ୍ୟବହାର:-ଏହାକୁ ଆପଣ ଭାତ ଖାଇ ସାରି ତିନିଟା ରୁ ପାଞ୍ଚଟା ମଧ୍ୟରେ ସେବନ କରିପାରିବେ। ମନେ ରଖନ୍ତୁ ଏହାକୁ ଖାଇବାର ତିନି ଚାରି ଘଣ୍ଟା ଆଗରୁ ହିଁ ଏହାକୁ ଆପଣଙ୍କୁ ପ୍ରସ୍ତୁତ କରିବା ପାଇଁ ପଡ଼ିବ। ଏହାକୁ ଆପଣ ସପ୍ତାହରେ ତିନି ଥର ପି ପାରିବେ ଅର୍ଥାତ୍ ଏହାକୁ ଆପଣ ଦିନେ ଛାଡି ଦିନେ ସେବନ କରନ୍ତୁ। ଏହାକୁ ସେବନ କରିବାର ଅଧ ଘଣ୍ଟା ପର୍ଯ୍ୟନ୍ତ ଅନ୍ୟ କିଛି ଖାଦ୍ୟ ଖାଆନ୍ତୁ ନାହିଁ କି କିଛି ପାନୀୟ ମଧ୍ୟ ସେବନ କରନ୍ତୁ ନାହିଁ।